ଆପଣ ବି କ୍ଷୀର ପିଉଛନ୍ତି କି ? ଥଣ୍ଡା କ୍ଷୀର ନାଁ ଗରମ କ୍ଷୀର କେଉଁଟା ସ୍ୱାସ୍ଥ୍ୟ ପାଇଁ ଭଲ? ଜାଣନ୍ତୁ

Published By : Prameya-News7 Bureau | April 12, 2020 IST

ଭୁବନେଶ୍ୱର ୧୨/୦୪ : କ୍ଷୀର ହେଉଛି ଭାରତରେ ସବୁଠାରୁ ଅଧିକ ଦରକାର ହେଉଥିବା ଦୁଗ୍ଧ ଜାତୀୟ ଖାଦ୍ୟ | କ୍ଷୀର ଘରେ ଘରେ ଆବଶ୍ୟକ ହୋଇଥାଏ | ଗୋଟିଏ ଗ୍ଲାସ କ୍ଷୀର ପ୍ରତ୍ୟେକ ଶିଶୁ ପାଇଁ ଉପାଦେୟ | କ୍ଷୀର ଶିଶୁମାନଙ୍କ ଦୈନଦିନ ଜୀବନର ଏକ ମୁଖ୍ୟ ଅଂଶ | କେବଳ ଶିଶୁ ନୁହେଁ ବରଂ ପ୍ରତ୍ୟେକ ମଣିଷଙ୍କର | ବୟସ୍କ ମଧ୍ୟ କ୍ଷୀର ପିଇବାକୁ ଭଲ ପାଇଥାନ୍ତି | କ୍ଷୀରରେ ପ୍ରୋଟିନ, କ୍ୟାଲସିୟମ, ମ୍ୟାଗନେସିଅମ, ଜିଙ୍କ, ଭିଟାମିନ ଡି ଓ ପୋଟାସିୟମ ପ୍ରଚୁର ପରିମାଣରେ ରହିଛି | ତେବେ କିଛି ଲୋକ କ୍ଷୀର ଗରମ ପିଇବାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଥଣ୍ଡା ପସନ୍ଦ କରନ୍ତି | ତେବେ ଥଣ୍ଡା ହେଉ କି ଗରମ ଉଭୟର ଅଲଗା ଅଲଗା ଲାଭ ରହିଛି | ଆସନ୍ତୁ ଜାଣିବା କେଉଁ କ୍ଷୀରରେ କଣ ଲାଭ ରହିଛି ଏବଂ କେଉଁ ସମୟରେ ପିଇବା ଉଚିତ ।

{"id":253167,"width":573,"height":382,"sizeSlug":"large"}

ଗରମ କ୍ଷୀର - ଶୋଇବା ପୂର୍ବରୁ ଗରମ କ୍ଷୀର ବା ଉଷୁମ କ୍ଷୀର ପିଇବା ପାଇଁ ଅଧିକ ଲୋକ ପସନ୍ଦ କରିଥାନ୍ତି | ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇଲେ ନିଦ ଭଲ ହୁଏ | ମିଲ୍‌କରେ ଅମିନୋ ଏସିଡ ରହିଛି ଯାହା ଶୋଇବାରେ ସାହାଯ୍ୟ କରିଥାଏ | କ୍ଷୀର ଗରମ ଥିଲେ ଅମିନୋ ଏସିଡ ସକ୍ରିୟ ଥାଏ |

{"id":253168,"width":565,"height":423,"sizeSlug":"large"}

ଗରମ କ୍ଷୀର ପିଇବା ଦ୍ୱାରା ସାଧାରଣ ଥଣ୍ଡା ମଧ୍ୟ ଭଲ ହୋଇଥାଏ | ଉଷୁମ କ୍ଷୀର ଆଉ ମହୁ ଥଣ୍ଡା ପାଇଁ ସବୁଠାରୁ ଭଲ ଘରୋଇ ଉପଚାର | ଉଷୁମ କ୍ଷୀରରେ ଚିମୁଟେ ହଳଦୀ ପକାଇ ପିଇଲେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢିଥାଏ | ଏହାର ଆଣ୍ଟି ବ୍ୟାକ୍ଟେରିଆଲ ପ୍ରଭାବ ଅସୁସ୍ଥତାରୁ ଆରମ୍ଭ ଦେଇଥାଏ | ମହିଳାମାନଙ୍କ ପାଇଁ ଉଷୁମ କ୍ଷୀର ବହୁତ ଲାଭଦାୟକ | ବିଶେଷକରି ମାସିକ ଋତୁସ୍ରାବ ସମୟରେ | ଉଷୁମ କ୍ଷୀର ଓ ହଳଦୀ ଏହି ସମୟ ପାଇଁ ସବୁଠାରୁ ଭଲ ଔଷଧ | ଏହାଦ୍ୱାରା ପେଟ ଯନ୍ତ୍ରଣାରୁ ଆରମ୍ଭ ମିଳିଥାଏ | ହଳଦୀ ଶରୀରରୁ ଟକ୍ସିନ ବାହାର କରିବାରେ ସାହାଯ୍ୟ କରିଥାଏ |

ଥଣ୍ଡା କ୍ଷୀର - ଯଦି ଆପଣଙ୍କୁ ବାରମ୍ବାର ପେଟରେ ଘା' ହେଉଛି ଏବଂ ଏସିଡ ହେଉଛି ତାହେଲେ ଥଣ୍ଡା କ୍ଷୀର ଆପଣଙ୍କ ପାଇଁ ସର୍ବୋତ୍ତମ | ଥଣ୍ଡା କ୍ଷୀର ଏସିଡ ପାଇଁ ମ୍ୟାଜିକ ଭଳି କାମ କରେ | ଯଦି ଆପଣଙ୍କ ପାଚନ ସମସ୍ୟା ରହିଛି ତାହେଲେ ଥଣ୍ଡା କ୍ଷୀରରେ ଆପଣ ଗୋଟିଏ ଚାମଚ ଇସବଗୋଲ ମଧ୍ୟ ମିଶାଇ ପାରିବେ |

ବିଶ୍ୱାସ କରନ୍ତୁ ବା ନ କରନ୍ତୁ କିନ୍ତୁ ଥଣ୍ଡା କ୍ଷୀର ଓଜନ କମ କରିବାରେ ସାହାଯ୍ୟ କରିଥାଏ | କ୍ଷୀରରେ ଥିବା କ୍ୟାଲସିୟମ ଶରୀରର ମେଟାବୋଲିଜିମ ବୃଦ୍ଧି କରିଥାଏ ଏବଂ କ୍ୟାଲୋରୀ କମ କରିଥାଏ | ଗୋଟିଏ ଗ୍ଲାସ ଥଣ୍ଡା କ୍ଷୀର ଅଯଥା ଜିନିଷରୁ ଦୁରେଇ ରଖିଥାଏ | ଥଣ୍ଡା କ୍ଷୀର ଯୋଗୁଁ ପେଟ ମଧ୍ୟ ଭରିଥାଏ ଏବଂ ଅଧିକ ସମୟ ଯାଏଁ ଭୋକ ଲାଗେନି |ଥଣ୍ଡା କ୍ଷୀରରେ ଇଲେକ୍ଟ୍ରୋଲାଇଟ୍ସ ରହିଛି ଯାହା ଶରୀରକୁ ଡିହାଇଡ୍ରେସନ୍ ସହିତ ମୁକାବିଲା କରିବାରେ ସାହାଯ୍ୟ କରିଥାଏ | ଏହା ଶରୀରକୁ ହାଇଡ୍ରେଟେଡ ରଖିବା ସହ ଚର୍ମକୁ ସୁସ୍ଥ ରଖେ | ଥଣ୍ଡା କ୍ଷୀର ପିଇବା ଦ୍ୱାରା ଚର୍ମ ମଧ୍ୟ ଚିକ୍କଣ ରହିଥାଏ | ତେବେ ଥଣ୍ଡା କ୍ଷୀର ପିଇବା ପାଇଁ ଉପଯୁକ୍ତ ସମୟ ହେଲା ସକାଳ |ତେବେ ଶୀତ ଋତୁରେ ଥଣ୍ଡା କ୍ଷୀର ପିଇବା ଅନୁଚିତ | ଏହାଦ୍ୱାରା ଥଣ୍ଡା କାଶ ହେବାର ସମ୍ଭାବନା ରହିଥାଏ | ଶୀତ ଋତୁରେ ଉଷୁମ କ୍ଷୀର ପିଇବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.