ଷ୍ଟାଣ୍ଡାର୍ଡ଼ କ୍ଲାସ ପିଲାମାନଙ୍କୁ ମୋବାଇଲ ବ୍ୟବହାର କରିବାକୁ ଦେଉଛନ୍ତି କି, ହୋଇପାରେ ଏହିସବୁ ଅସୁବିଧା

Published By : Prameya-News7 Bureau | January 07, 2019 IST

ମୋବାଇଲ ବ୍ୟବହାରର  ସୁବିଧା ଓ ଅସୁବିଧା କଣ ଆମେ ସମସ୍ତେ ପ୍ରାୟ ଉଣାଧିକେ ଜାଣିଛନ୍ତି । ହେଲେ ମୋବାଇଲ ବ୍ୟବହାର କରିବା ଷ୍ଟାଣ୍ଡାର୍ଡ଼ କ୍ଲାସ ପିଲାଙ୍କ ପାଇଁ କେତେ ଦରକାରୀ ଆସନ୍ତୁ ଜାଣିବା ।

{"id":71473,"width":587,"height":391}

ମୋବାଇଲ ବ୍ୟବହାର କରିବାକୁ ଦେଉଥିବା ଅଭିଭାବକମାନେ ଏହିସବୁ କଥାପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଅନେକ ସମୟରେ ଆମେ ଛୋଟପିଲାମାନଙ୍କୁ ମୋବାଇଲରେ କାର୍ଟୁନ ଦେଖିବା, ଗେମ୍ ଖେଳିବା ଆଦି ଅଭ୍ୟାସ କରୁଛନ୍ତି । ପିଲା ସ୍ମାର୍ଟହେବା ଓ ଭଲ ପାଠ ପଢ଼ିବାକୁ ଏହିଭଳି ଅଭ୍ୟାସ କରେଇବା ଆଦୌ ଠିକ ନୁହେଁ । କାରଣ ଏହାର କୁ-ପ୍ରଭାବ ପିଲା ଉପରେ ଅନେକମାତ୍ରାରେ ପଡ଼ିଥାଏ ।  

ଏବେ ଅନଲାଇନରେ ଉପଲବ୍ଧ ହେଉଥିବା ଅନେକ ଖେଳ ପିଲାଙ୍କ ପାଇଁ ପ୍ରାଣଘାତୀ ହେବାର ଲକ୍ଷ୍ୟ କରିଛେ । ଏମିତିକି ୪/୫ ଷ୍ଟାଣ୍ଡାର୍ଡ଼ର ପିଲା ଶିକାର ହେବାର ଦେଖାଯାଇଛି । ପିଲା ଗେମ୍ ଖେଳିବା କିଛି ଖରାପ ଅଭ୍ୟାସ ନୁହେଁ, କିନ୍ତୁ ଅଭିଭାବକ ସଂପୂର୍ଣ୍ଣରୂପେ ଖେଳୁଥିବା ଗେମ୍ ପ୍ରତି ଲକ୍ଷ୍ୟରଖିବା ଦରକାର ।

ପିଲାକୁ ମୋବାଇଲ ବାରଣ କରିବା ଦରକାର ।  ଆଜିକାଲି ମୋବାଇଲରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ଥିବାରୁ ପିଲା କିଛି ଅଶ୍ଳୀଳ ସାଇଟରେ ଗୁଗୁଲ ସର୍ଚ୍ଚ ମାରିପାରେ । ଫଳରେ କୋମଳମତୀ ପିଲାଟି ଏହିସବୁ ସାଇଟ ଭିଜିଟ ପରେ ସାଇକିଆଟିକରେ ଆକ୍ରାନ୍ତ ହୋଇପାରେ । ଯାହା ତାର ପାଠ ପଢ଼ିବା ପାଇଁ ପ୍ରତିବନ୍ଧକ ସାଜିପାରେ ।

ଟିନ୍ ଏଜରେ ଜାଣିବାର ଆଗ୍ରହଶକ୍ତି ଅଧିକ ଥାଏ, ଫଳରେ ପର୍ଣ୍ଣସାଇଟରେ ଯଦି କେବେ ଭିଜିଟ୍ କଲା , ତାକୁ କେହି ଆଉ ଅଟକେଇପାରିବେ ନାହିଁ ।  ପିଲାଟି କିଛି ନହେଲେ ବି ଲୁଚିଛପି ଏହିସବୁ ଭିଡ଼ିଓ ଦେଖିବ । ପରବର୍ତ୍ତୀ ସମୟରେ ଏହାର ଉପଯୋଗପାଇଁ କିଛି ଅପରାଧ ବି କରିପାରେ ।

ମୋବାଇଲ ବ୍ୟବହାର କରିବାକୁ ଦେଉଥିବା ଅଭିଭାବକ ଏସବୁ ପ୍ରତି ଧ୍ୟାନଦେବା ଆବଶ୍ୟକ ।

ନିକଟରେ ଗୋଟେ ନ୍ୟୁଜଏଜେନ୍ସି କରିଥିବା ସର୍ଭେରୁ ଜଣାଯାଇଛି, ସରକାରୀ ବିଦ୍ୟାଳୟ ଅପେକ୍ଷା ଘୋରେଇ ବିଦ୍ୟାଳୟରେ ପିଲାମାନେ ଅଧିକ ଇଣ୍ଟରନେଟ ସେବା ଥିବା ମୋବାଇଲ ବ୍ୟବହାର କରନ୍ତି । ଏହାଦ୍ଵାରା ମଧ୍ୟ ସେମାନେ ଆତ୍ମହତ୍ୟା ଓ ଦୁଷ୍କର୍ମଭଳି ଖରାପ କାମରେ  ଅଧିକ ଲିପ୍ତଥିବାର ଜଣାଯାଇଛି । ସର୍ଭେକରିଥିବା ସଂସ୍ଥା ଆହୁରି ମଧ୍ୟ କହିଛି ୭ମ ଷ୍ଟାଣ୍ଡାର୍ଡ଼ରୁ ଦ୍ଵାଦଶ ଯାଏଁ ଏହିସବୁ କାମରେ ପିଲାମାନେ ମୋମୋ, କିକି,ବ୍ଲୁହ୍ଵେଲ ଭଳି ମାରାତ୍ମକ ଖେଳ ଖେଳି ଜୀବନ ହରେଇଥାନ୍ତି ।

ମୋବାଇଲ ପିଲାଙ୍କୁ ବ୍ୟବହାର କରିବାକୁଦେବା  କିଛି ଭୁଲ ନୁହେଁ, କିନ୍ତୁ ପିଲାଙ୍କ ଉପରେ ନଜର ଦେବା ନିହାତି ଜରୁରୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.