Tuesday, July 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ୟାରିୟର ଗଠନ କରିବାକୁ କରୁଛନ୍ତି କି ସଂଘର୍ଷ ? ତାହେଲେ ଏହିଦିନ କରନ୍ତୁ ଜ୍ଞାନଦାତ୍ରୀ ସରସ୍ଵତୀଙ୍କୁ ପୂଜା …ପାଇଯିବେ ସଫଳତା

କ୍ୟାରିୟର ଗଠନ ପାଇଁ ଛାତ୍ରସମାଜ ପ୍ରାଣପ୍ରଣେ କରିଥାନ୍ତି ଚେଷ୍ଟା । ଯେମିତି ପ୍ରକାର ହେଉ ସଫଳତା ଲାଭ କରିବା ଥାଏ ଲକ୍ଷ୍ୟ । ଏହି ଆତ୍ମବିଶ୍ଵାସ ସହିତ ମଧ୍ୟ ନିଜକୁ ସାମିଲ କରନ୍ତୁ ଜ୍ଞାନଦାତ୍ରୀଙ୍କର ପୂଜାରେ, ନିଶ୍ଚୟ ପାଇବେ ସଫଳତା ।

ଫେବୃଆରୀ ୧୦ ତାରିଖ ସରସ୍ଵତୀଙ୍କର ଜନ୍ମଦିନ କାରଣରୁ ଏହି ଦିନରେ କରନ୍ତୁ ପୂଜା, ନିଶ୍ଚୟ ପାଇଯିବେ ସଫଳତା । ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ଦିନ  ଖୁବ ମହତ୍ତ୍ଵପୂର୍ଣ୍ଣ । ଏହିଦିନରେ ମା ବାଗ୍ଦେବୀଙ୍କୁ କଲେ ପୂଜା ନିଶ୍ଚୟ ପାଇବେ ସଫଳତା ।

ମା ସରସ୍ଵତୀଙ୍କର ଏହିପୂଜା ଦିନକୁ ବସନ୍ତ ପଂଚମୀ ମଧ୍ୟ କୁହାଯାଏ । ବସନ୍ତ ପଂଚମୀରେ କେମିତି କରିବେ ପୂଜା ଆସନ୍ତୁ ଜାଣିବା ।

ପ୍ରାତଃ ସମୟରୁ ଉଠି ସ୍ନାନ କରନ୍ତୁ । ନୂତନ ବସ୍ତ୍ର ପିନ୍ଧି ପୂଜାପାଠରେ ବସନ୍ତୁ ।

ଉତ୍ତର-ପୂର୍ବ ଦିଗରେ ମା ସରସ୍ବତୀଙ୍କର ମୂର୍ତ୍ତି କିମ୍ବା ଫଟୋକୁ ସ୍ଥାପନ କରି ପୂଜା କରନ୍ତୁ ।

ଘିଅ,ଦହି, କ୍ଷୀର,ମହୁ,ଗୁଡ଼- ଏହି ଦ୍ରବ୍ୟରେ ପଂଚାମୃତ ପ୍ରସ୍ତୁତ କରି ମା ବାଗଦେବୀଙ୍କୁ ଭୋଗ ଲଗାଇଲେ ବିଶେଷ ଫଳ ମିଳିଥାଏ ।

ଏହାସହିତ ସରସ୍ଵତୀଙ୍କର ବନ୍ଦନା ଓ ସ୍ତୋତ୍ର ପାଠ କଲେ ଜ୍ଞାନୋଦୟ ହୋଇଥାଏ ।

ଓଁ ମା ସରସ୍ଵତ୍ବୈ ନମୋଃ ମନ୍ତ୍ର ୧୦୮ ଥର ଜପ କଲେ , ବିଦ୍ୟା-ବୁଦ୍ଧି-ଜ୍ଞାନ ହାସଲ ସହଜରେ କରିହୁଏ ।

ଶୁଭବେଳା- ଫେବୃଆରୀ ୯ ତାରିଖ ମଧ୍ୟାହ୍ନ ୧୨.୨୫ ମିନିଟରୁ ଫେବୃଆରୀ ୧୦ ତାରଖ ଅପରାହ୍ନ ଘ୨.୦୮ ମିନିଟ୍ ଭିତରେ ମା ସରସ୍ବତୀଙ୍କର ପୂଜା କରନ୍ତୁ, ନିଶ୍ଚୟ ଫଳ ମିଳିବ ।

430 Views

   ସମ୍ବନ୍ଧିତ ଖବର