ସୁସ୍ଥ ହେଲା ପରେ ପୁଣି କରୋନାରେ ଆକ୍ରାନ୍ତ ହେଉଛନ୍ତି କି ଲୋକେ ? କଣ କହୁଛନ୍ତି ବୈଜ୍ଞାନିକ ଜାଣନ୍ତୁ

Published By : Prameya-News7 Bureau | April 17, 2020 IST

ନୂଆଦିଲ୍ଲୀ ୧୭/୦୪ : ଆପଣ ଶୁଣିବାକୁ ପାଉଥିବେ ଯେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀ ସୁସ୍ଥ ହେଲା ପରେ ପୁଣିଥରେ ସଂକ୍ରମଣର ଶିକାର ହେଉଛନ୍ତି | ଦକ୍ଷିଣ କୋରିଆରେ ନିକଟରେ ୧୪୧ ଲୋକ ସୁସ୍ଥ ହେବାପରେ ପୁଣିଥରେ ଆକ୍ରାନ୍ତ ହୋଇଛନ୍ତି | ତେବେ ସୁସ୍ଥ ହେଲା ପରେ ଲୋକେ ପୁଣି କାହିଁକି ସଂକ୍ରମିତ ହେଉଛନ୍ତି ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି | ଏହି ପ୍ରଶ୍ନର ଉତ୍ତର ଖୋଜ ଚାଲିଛି | ଦକ୍ଷିଣ କୋରିଆର ଡାକ୍ତର ଓ ବୈଜ୍ଞାନିକ ଏହାର ପତା ଲଗାଇଛନ୍ତି ଯେ କାହିଁକି ଲୋକେ ପୁଣି ସଂକ୍ରମିତ ହେଉଛନ୍ତି |

ଦକ୍ଷିଣ କୋରିଆରେ ପୁଣି ସଂକ୍ରମିତ ହୋଇଥିବା ୧୪୧ ଜଣଙ୍କ ଉପରେ ଅଧ୍ୟୟନ ଚାଲିଛି | କୋରିଆ ସେଣ୍ଟର ଫ୍ର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଲ୍ୟାବରେ ବୈଜ୍ଞାନିକ ଓ ଡାକ୍ତର ଏ ସମ୍ପର୍କରେ ଅଧ୍ୟୟନ କରୁଛନ୍ତି | ବୈଜ୍ଞାନିକଙ୍କ କହିବାନୁଯାୟୀ, ଭାଇରସ ମାନବ ଶରୀରରେ ଉପସ୍ଥିତ ରୋଗ ପ୍ରତିରୋଧକ କୋଷ ଟି-ଲିମ୍ଫୋସାଇଟ୍ସ (T-Lymphocytes) ଉପରେ ହମଲା କରି ତାକୁ ନିଷ୍କ୍ରିୟ କରି ଦେଉଛନ୍ତି | ଟି-ଲିମ୍ଫୋସାଇଟ୍ସ ନିଷ୍କ୍ରିୟ ହେବା ଯୋଗୁଁ ପୁଣି ସଂକ୍ରମଣ ଆଶଙ୍କା ବଢିଯାଉଛି | ଯଦି ଥରେ କୌଣସି ମଣିଷର ରୋଗ ପ୍ରତିରୋଧକ କ୍ଷମତା ନଷ୍ଟ ହୋଇଯାଏ କିମ୍ବା ହ୍ରାସ ପାଏ ତାହେଲେ ତାକୁ ପୁଣି ଶକ୍ତିଶାଳୀ କରିବା ପାଇଁ ବହୁତ ସମୟ ଲାଗିଥାଏ |

ବୈଜ୍ଞାନିକଙ୍କ କହିବାନୁଯାୟୀ, କରୋନା ଭାଇରସ ଥରେ ଶରୀରରେ ହମଲା କଲା ପରେ ଶରୀର ମଧ୍ୟରେ ରହିଯାଇଥାଏ | ଅର୍ଥାତ ଭାଇରସ ଶରୀର ମଧ୍ୟରେ ଶୋଇରହିଥାଏ | କହିବାକୁ ଗଲେ ଭାଇରସ କିଛି ଦିନ ପର୍ଯ୍ୟନ୍ତ ନିଜର କାର୍ଯ୍ୟକଳାପ ବନ୍ଦ ରଖିଥାଏ |

ଯେତେବେଳେ ଭାଇରସ ଦେଖେ ଶରୀରର ପ୍ରତିରୋଧକ କ୍ଷମତା ହ୍ରାସ ପାଇଛି ସେତେବେଳେ ସେ ପୁଣି ହମଲା କରିବା ଆରମ୍ଭ କରିଥାଏ | ସେତେବେଳେ କରୋନା ସଂକ୍ରମଣ ପୁଣି ଦେଖାଦେଇଥାଏ |କୋରିଆ ୟୁନିଭର୍ସିଟି କଲେଜ ଅଫ ଫର୍ମାସୀର ଵାୟରୋଲୋଜିଷ୍ଟ କିଂ ଜୀୟୋଙ୍ଗ କହିଛନ୍ତି ଯେ, ପାଖାପାଖି ମାସେ ପୂର୍ବରୁ ସେମାନେ ଯେଉଁ ରୋଗୀଙ୍କୁ ଭଲ କରିଥିଲେ ସେମାନେ ପୁଣିଥରେ ସଂକ୍ରମିତ ହୋଇଛନ୍ତି | ଯେତେବେଳେ ସେମାନଙ୍କ ପ୍ରତିରୋଧକ କ୍ଷମତା ଯାଞ୍ଚ କରାଯାଇଥିଲା ସେତେବେଳେ ଜଣାପଡିଥିଲା ତାହା ବହୁତ ଦୁର୍ବଳ ହୋଇପଡିଛି | ଭାଇରସ ଏହାର ଫାଇଦା ଉଠାଇ ପୁଣି ସେହି ଲୋକଙ୍କୁ ଆକ୍ରାନ୍ତ କରୁଛନ୍ତି |

ଦକ୍ଷିଣ କୋରିଆ, ଆମେରିକା ଓ ଚୀନରେ ଏକାସଙ୍ଗେ ହୋଇଥିବା ଅଧ୍ୟୟନରେ ସ୍ପଷ୍ଟ ହୋଇଥିଲା ଯେ କରୋନା ଭାଇରସ ଶରୀରର ଟି-ଲିମ୍ଫୋସାଇଟ୍ସ ଉପରେ ସିଧାସଳଖ ହମଲା କରୁଛି | ଯାହାଫଳରେ ମଣିଷ ଶରୀରର ପ୍ରତିରୋଧକ କ୍ଷମତା ହ୍ରାସ ପାଉଛି | ଟି-ଲିମ୍ଫୋସାଇଟ୍ସ ଶରୀରରେ ଯେକୌଣସି ରୋଗ ସହ ଲଢ଼ିବାରେ ସାହାଯ୍ୟ କରିଥାଏ | ଯଦି ଭାଇରସ ଏହାକୁ ଦୁର୍ବଳ କରିଦିଅ ତାହେଲେ ପୁଣି ସଂକ୍ରମଣ ହେବା ନିଶ୍ଚିତ | ତେବେ ଟି-ଲିମ୍ଫୋସାଇଟ୍ସ କୁ ସୁଦୃଢ କରିବା ନିହାତି ଆବଶ୍ୟକ ଯାହାଫଳରେ କରୋନା ସଂକ୍ରମଣକୁ ନିଜକୁ ରକ୍ଷା କରାଯାଇପାରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.