Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କପାଳରେ ଗଭୀର ଓ ଅଧିକ ରେଖା ସୃଷ୍ଟି ହେଉଛି କି? ହୋଇଯାଆନ୍ତୁ ସତର୍କ

ଆଗକାଳରେ କୁହାଯାଉଥିଲା ଯେ ଯାହାର ମସ୍ତକରେ ଯେତେ ରେଖା ହୋଇଥାଏ ସେ ସେତିକି ବୁଦ୍ଧିମାନ୍ ହୋଇଥାଏ। କିନ୍ତୁ ବୈଜ୍ଞାନିକଙ୍କ ଏହି ସବୁ କଥାରେ କୈାଣସି ସମ୍ପର୍କ ନଥାଏ। ବୈଜ୍ଞାନିକମାନେ ମସ୍ତକରେଖାକୁ ପ୍ରାଣଘାତୀ କହିଛନ୍ତି। ଯଦି ଆପଣଙ୍କ ମସ୍ତକରେ ରେଖା ରହିଛି ତେବେ ଆପଣଙ୍କୁ ସାବଧାନ ରହିବା ଉଚିତ୍।

ଆଜିକାଲି ମସ୍ତକରେଖାକୁ ବୟସ ବଢ଼ିବାର ସଙ୍କେତ ବୋଲି ମାନି ଏହାକୁ ହଟାଇବାକୁ ଉଦ୍ୟମ କରାଯାଉଛି। ବୈଜ୍ଞାନିକଙ୍କ କହିବାନୁସାରେ ମସ୍ତକରେଖା ହୃଦ ରୋଗ ଯୋଗୁଁ ସମୟ ପୂର୍ବରୁ ମୃତ୍ୟୁର ସଙ୍କେତ ହୋଇଥାଏ।

ଏହା ସହିତ ମସ୍ତକରେ ହୋଇଥିବା କୁଞ୍ଚନ ଅଥେରୋସ୍ଲେରୋସିସ୍ ରୋଗ ଯେଉଁଥିରେ ଧମନୀ ଦୃଢ଼ ହୋଇଯିବା କାରଣରୁ ଅସମୟରେ ମୃତ୍ୟୁର ସଙ୍କେତ ଦେଇଥାଏ।

ଗବେଷକମାନେ ପୂରା ସ୍ଥିତିକୁ ଅନୁଧ୍ୟାନ କରି କହିଛନ୍ତି ଯେ ମୁଣ୍ଡରେ ଥିବା ରକ୍ତ ବାହିକା ପ୍ଲେକ୍ ହେବା ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାଏ କାରଣ ଏହା ଅତ୍ୟନ୍ତ ଛୋଟ ହୋଇଥାଏ। ଏହି ରକ୍ତ ବାହିକା ବୟସ ବଢ଼ିବାର ସଙ୍କେତ ହୋଇଥାଏ। ଏହା ବ୍ୟତୀତ କୋଲୋଜେନ ପ୍ରୋଟିନ୍ ଏବଂ ଅକ୍ସିଡେଟିଭ୍ ଷ୍ଟେସ୍ କାରଣରୁ ଅଥେରୋସ୍ଲେରୋସିସ୍ ହୋଇଥାଏ ଯାହା ଦ୍ବାରା ମସ୍ତକରେ ଗଭୀର ରେଖା ହୋଇଥାଏ।

ପାଖାପାଖି ୨୦ବର୍ଷ ପର୍ଯ୍ୟନ୍ତ ୩ହଜାର ବୟସ୍କଙ୍କ ମସ୍ତକ ରେଖା ଯାଞ୍ଚ କରିବା ପରେ ବୈଜ୍ଞାନିକ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଯେଉଁଠି ଯେଉଁଠି ରେଖା ଅଧିକ ହୋଇଥାଏ ସେତେ ଅଧିକ ହୃଦ ରୋଗ ହେବାର ସମ୍ଭାବନା ଥାଏ। ବୈଜ୍ଞାନିକଙ୍କ କହିବାନୁସାରେ ଯଦି ଆପଣଙ୍କ ମସ୍ତକରେ ଗଭୀର ରେଖା ସହ ରକ୍ତଚାପର ସ୍ତର ମଧ୍ୟ ଉଚ୍ଚ –ନିମ୍ନ ହୋଇ ରହିଥାଏ ଏବଂ ଆପଣଙ୍କ ରକ୍ତରେ ଗ୍ଲୁକୋଜର ସ୍ଥିତି ଠିକ୍ ନାହିଁ ତେବେ ଏହା ଏକ ଚିନ୍ତାଜନକ ବିଷୟ ହୋଇପାରେ। ଏଥିରୁ ମୁକ୍ତି ପାଇବା ପାଇଁ ବାଲାନ୍ସଡ୍ ଡାଏଟ୍ ଖାଆନ୍ତୁ ,ଯେତେ ସମ୍ଭବ ସୁସ୍ଥ ଜୀବନଯାପନ ଶୈଳୀ ବଜାୟ ରଖିବା ସହ ବ୍ୟାୟାମ କରନ୍ତୁ। ଯୋଗ ,ପ୍ରାଣାୟାମ୍ କରନ୍ତୁ।

591 Views

   ସମ୍ବନ୍ଧିତ ଖବର