ଆଣ୍ଟିବ୍ୟାକ୍ଟେରିଆ ବ୍ୟାକ୍ଟେରିଆରୁ ଅଧିକ ହାନିକାରକ କି ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

Published By : Prameya-News7 Bureau | May 04, 2020 IST

ଜୟପୁର ୦୪/୦୫ : ବିଜ୍ଞାପନ ଦ୍ୱାରା ବାରମ୍ବାର ସଚେତନ କରାଯାଇଥାଏ ଯେ ଆମେ ବାସ କରୁଥିବା ଘର, ଅଫିସ ଏବଂ ଆମ ଶରୀର ଲେଖା ଲକ୍ଷ ଜୀବାଣୁର ଘର | ସେଥିପାଇଁ ଆମକୁ ନିଜର ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦେବା ଉଚିତ | ନିଜ ସୁରକ୍ଷା ପାଇଁ ଏଣ୍ଟିବ୍ୟାକ୍ଟେରିଆ କେମିକାଲ ବ୍ୟବହାର କରିବା ଉଚିତ | ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ସାବୁନ, ସାମ୍ପୁ, କସମେଟିକ୍ସ, ଯୋଗ ମ୍ୟାଟ, ମାଉଥ ୱାସ, ଟୁଥ ପେଷ୍ଟରେ ମଧ୍ୟ ହାନିକାରକ କେମିକାଲ ରହିଛି | ଏହି କେମିକାଲ ସ୍ୱାସ୍ଥ୍ୟ ପାଇଁ ହାନିକାରକ | ଏହି କେମିକାଲକୁ ପଶୁଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା | ପରୀକ୍ଷଣରୁ ଜଣାପଡିଛି ଯେ, ଏହି କେମିକାଲ ଯୁକ୍ତ ପଦାର୍ଥ ବ୍ୟବହାର କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା | ସୁଜନ, ବ୍ରହଦାନ୍ତ୍ର କ୍ୟାନସର ଓ ହର୍ମୋନକୁ ପ୍ରଭାବିତ କରୁଥିବା ଲକ୍ଷଣ ଦେଖା ଦେଇଥିଲା | ଏଥିରୁ ରକ୍ଷା ପାଇବା ପାଇଁ ଏକ ମାତ୍ର ଉପାୟ ରହିଛି | ବ୍ୟବହାର ପୂର୍ବରୁ ଆମେ ଏହାର ପ୍ରଭାବ ବିଷୟରେ ଜାଣିବା | ଅଧିକାଂଶ ସମୟରେ ଲୋକଙ୍କୁ ସଚେତନ କରିବା ବଦଳରେ ଟିଭି ଚାନେଲ ଓ ବିଜ୍ଞାପନ ସଂସ୍ଥା ବିଭିନ୍ନ ବ୍ରାଣ୍ଡର ପବ୍ଲିସିଟି କରିଥାନ୍ତି | ସେଥିପାଇଁ ବ୍ୟବହାର ପୂର୍ବରୁ ଆମେ ଏହାର ପ୍ରଭାବ ସମ୍ପର୍କରେ ଜାଣିରଖିବା ଉଚିତ |

{"id":264737,"width":574,"height":382,"sizeSlug":"large"}


ସୌନ୍ଦର୍ଯ୍ୟ ପ୍ରସାଧନରେ ମିଶ୍ରଣ ହେଉଥିବା ଟ୍ରାଇକ୍ଲୋସନ ଆମ ଶରୀରର ଅନେକ ଜୀବାଣୁ ନଷ୍ଟ କରିଥାଏ କିନ୍ତୁ ସିଧା ସଳଖ କୌଣସି ଜୀବାଣୁ ସମ୍ପର୍କରେ ଆସିଲେ ମଣିଷ ଅସୁସ୍ଥ ହୋଇନଥାଏ | କାରଣ ଯଦି ଏମିତି ହେଉଥାନ୍ତା ତାହେଲେ ଏହି ରସାୟନ ଯୁକ୍ତ ପ୍ରସାଧନ ବ୍ୟବହାର କରୁଥିବା ଲୋକେ କେବେ ରୋଗରେ ପଡୁନଥାନ୍ତେ | କୌଣସି ବ୍ୟକ୍ତି କୌଣସି ରୋଗରେ ପୀଡିତ ହେବା ପଛରେ ସବୁଠାରୁ ମୁଖ୍ୟ କାରଣ ହେଲା ରୋଗ ପ୍ରତିରୋଧକ କ୍ଷମତା, ବାସସ୍ଥାନ ଓ ପ୍ରଦୂଷଣ | ମଣିଷ ଶରୀରରେ ରୋଗ ସୃଷ୍ଟି କରୁଥିବା ଜୀବାଣୁ ପୂର୍ବରୁ କେବଳ ରୋଗର ବାହକ ବୋଲି କୁହାଯାଉଥିଲା | କିନ୍ତୁ ବର୍ତ୍ତମାନ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ଶରୀରର ବିଭିନ୍ନ ଅଙ୍ଗରେ କିଛି ଅତ୍ୟନ୍ତ ଭୟଙ୍କର ଆଉ କିଛି ଲାଭକାରୀ ବ୍ୟାକ୍ଟେରିଆ ରହିଛି |

{"id":264738,"width":582,"height":436,"sizeSlug":"large"}

ଟ୍ରାଇକ୍ଲୋସନର ଅଧିକ ବ୍ୟବହାର ଶରୀରର ଲାଭକାରୀ ବ୍ୟାକ୍ଟେରିଆକୁ ନଷ୍ଟ କରିଦେଇଥାଏ |
ଆଉ ଏକ କେମିକାଲ ହେଲା ନନ-ଷ୍ଟିକି କୋଟିଙ୍ଗ ମ୍ୟାଟେରିଆଲ ଯାହା ବର୍ତ୍ତମାନ ବହୁତ ଲୋକପ୍ରିୟ | ଲୋକଙ୍କ ମଧ୍ୟରେ ଏକ ଭ୍ରମ ସୃଷ୍ଟି ହୋଇଛି ଯେ ଟେଫଲନ ପ୍ରଡକ୍ଟ ଅର୍ଥାତ ନନ-ଷ୍ଟିକ ବାସନ ମେଦ ବହୁଳତାରୁ ରକ୍ଷା କରିଥାଏ | ଅଧ୍ୟୟନରୁ ଜଣାପଡିଛି ନନ-ଷ୍ଟିକ କୋଟିଙ୍ଗ ପାଇଁ ଜଳ ପ୍ରତିରୋଧକ ଓ ଦୂଷିତ ପାଣି ସହ ପୋଲିଲୁରୋଲକି ନାମକ ସବଷ୍ଟାନ୍ସର ଏକ ସ୍ଥର ଉପଯୋଗ କରାଯାଇଥାଏ | ଏଥିରେ ଆସବାବପତ୍ର, କାର୍ପେଟ ଓ କପଡା ମଧ୍ୟ ତିଆରି ହୁଏ |

{"id":264739,"width":580,"height":386,"sizeSlug":"large"}


ଅଧ୍ୟୟନରୁ ଜଣାପଡିଛି ଆମେ ଯେଉଁ ସବୁ ବସ୍ତୁ ଓ ପଦାର୍ଥର ଉପଯୋଗକୁ ସୁରକ୍ଷିତ ବୋଲି ଭାବୁଥିଲୁ ତାହା ସବୁଠାରୁ ହାନିକାରକ | ଯେତେ ସାବଧାନତା ଅବଲମ୍ବନ କଲେ ମଧ୍ୟ ଯଦି ଆପଣ ଦୂଷିତ ପାଣି ପିଉଛନ୍ତି ତାହେଲେ ସଂକ୍ରମଣ ଶିକାର ହେବା ନିଶ୍ଚିତ | କାରଣ ପାଣି ଦ୍ୱାରା ମଧ୍ୟ ସଂକ୍ରମଣ ବ୍ୟାପିଥାଏ |
ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ମୋଡିଫାଏଡ ଓ ଜେନେଟିକ ଉପାୟରେ ପ୍ରସ୍ତୁତ ଖାଦ୍ୟ ଠାରୁ ଫଳ ଓ ପନିପରିବା ଅଧିକ ଲଭଦାୟୀ | କାରଣ ଏହାଦ୍ୱାରା ଆମେ ସିଧା ସଳଖ ଭିଟାମିନ ପ୍ରାପ୍ତ କରିଥାଉ |

|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.