Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟିରେ ରୋଷେଇ ଗ୍ୟାସର ପାଇପ୍ ଭର୍ତ୍ତି କରି ଆତ୍ମହତ୍ୟା କଲେ ଆର୍କିଟେକ୍ଟ ଛାତ୍ରୀ

2/09/2019 at 2:13 PM

ଭୋପାଳ ୨/୯: ଭୋପାଳରେ ଥିବା ସ୍କୁଲ୍ ଅଫ ପ୍ଲାନିଙ୍ଗ ଆଣ୍ଡ ଆର୍କିଟେକ୍ଟ ଇନଷ୍ଟିଚ୍ୟୁଟର ଗାର୍ଲସ ହଷ୍ଟେଲରେ ଆସାମର ଜଣେ ଛାତ୍ରୀ ଏଲପିଜି ଗ୍ୟାସର ପାଇପ୍ ମୁହଁରେ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ରୁମରୁ ​‌ପୋଲିସ୍ ସୁଇସାଇଡ ନୋଟ୍ ଜବତ କରିଛି। ସୁଇସାଇଡ ନୋଟରେ ମୃତା ଛାତ୍ରୀ ମାନସିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିବା କଥା ଲେଖିଛନ୍ତି।

ପୋଲିସଙ୍କ କହିବାନୁସାରେ ମୃତା ଛାତ୍ରୀଙ୍କ ନାଁ ପ୍ରିୟାଲୀ ଦେ। ସେ ଆସାମର ଗୁଆହାଟୀରେ ରହୁଥିଲେ। ସେ ଏସପିଏ ଇନଷ୍ଟଚ୍ୟୁଟରେ ଆର୍କିଟେକ୍ଟର ଶେଷ ବର୍ଷର ଛାତ୍ରୀ ଥିଲେ।  ଗତ ଶନିବାର ଦ୍ବିପ୍ରହରରେ କବାଟ କିଳିବାରୁ ପ୍ରିୟାଲୀ ନ ଖୋଲିବାରୁ ତାଙ୍କ ସାଙ୍ଗମାନେ କବାଟ ଭାଙ୍ଗି ରୁମ ଭିତରକୁ ପଶିଥିଲେ।

 ରୋଷେଇ ଘରେ ପଡ଼ିଥିବା ପ୍ରିୟାଲୀଙ୍କ ମୁହଁରେ ଗ୍ୟାସ ସିଲିଣ୍ଡରର ପାଇପ୍ ପଶିଥିଲା ଏବଂ ମୁହଁ ପଲିଥିନରେ ଘୋଡ଼ା ହୋଇଥିଲା। ତାଙ୍କୁ ତୁରନ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପ୍ରିୟାଲୀ ସୁଇସାଇଡ ନୋଟରେ ଲେଖିଥିଲେ ଯେ ସେ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛନ୍ତି। ତାଙ୍କ ଗୋଡ଼ ପ୍ରାୟ ସବୁବେଳେ ଯନ୍ତ୍ରଣା ହେଉଥିଲା। ସେ ଏକଥା ମଧ୍ୟ ଲେଖିଥିଲେ ଯେ ସେ ପଢ଼ିବା ପାଇଁ ଲୋନ୍ ନେଇଥିଲେ। ତାଙ୍କ ସବୁ ମାସରେ କିସ୍ତି ଜମା ହେଉଥିଲା। ଏବେ ସେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି। ସେ ତାଙ୍କ ଶରୀରର ଅଙ୍ଗକୁ ଦାନ କରିବାକୁ ଚାହଁନ୍ତି ବୋଲି ମଧ୍ୟ ଲେଖିଥିଲେ।

ଥାନା ମୁଖ୍ୟଙ୍କ କହିବାନୁସାରେ ପ୍ରିୟାଲୀ ଅନେକ ଦିନ ତଳେ ଆତ୍ମହତ୍ୟା କରିବା ଯୋଜନା କରିଥିଲେ। ସେ ଅଗଷ୍ଟ ୨୩ତାରିଖରେ ଅନଲାଇନ ଅର୍ଗାନ୍ ଗ୍ୟାସ ସିଲିଣ୍ଡର ଆଣିଥିଲେ। ସେ ବଜାରରୁ ଏହାର ନୋଜଲ୍ ଏବଂ ପାଇପ୍ ମଧ୍ୟ କିଣି ଆଣିଥିଲେ। ପୋଲିସକୁ ତାଙ୍କ ରୁମରୁ ବିଲ୍ ମଧ୍ୟ ମିଳିଛି।

ପୋଲିସ୍ ଆତ୍ମହତ୍ୟାର କାରଣକୁ ତଦନ୍ତ କରୁଛି। ଓର୍ଗନ ଗ୍ୟାସକୁ ଓ୍ବେଲ୍ଡିଙ୍ଗ ଏବଂ ଆଇରନ କଟିଙ୍ଗ ପାଇଁ ବ୍ୟବହାର କରାଯାଇଥାଏ।

   Related Posts