Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ରାଗି ଗଲେ ଅର୍ଚ୍ଚିତା…

11/11/2020 at 10:44 PM

ଭୁବନେଶ୍ବର,୧୧/ ୧୧: ପାପର ଭାର ଅଧିକ ହେଲେ ଧରାପୃଷ୍ଠରେ ଅବତରଣ କରନ୍ତି ଦୁର୍ଗତିନାଶିନୀ । ଅଧର୍ମ ଉପରେ ଧର୍ମର ଜୟ ହୁଏ । ସେମିତି ଏକ କାହାଣୀ ନେଇ ଅକ୍ଷୟ ପରିଜା ପ୍ରଡକ୍ସନ ନିର୍ମାଣ କରିଛି ଚଳଚ୍ଚିତ୍ର ‘ଦୁର୍ଗତିନାଶିନୀ’ । ଏହାର ଲିଡ୍‌ ରୋଲ୍‌ରେ ଅଛନ୍ତି ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତା । ଆସନ୍ତା ଦୀପାବଳିରେ ଜୀସାର୍ଥକ ଟିଭିରେ ତାଙ୍କର ଏହି ଚଳଚ୍ଚିତ୍ର ଶୁଭମୁକ୍ତି କରିବ । ଆସନ୍ତା ୧୫ ତାରିଖ ସନ୍ଧ୍ୟା ୬ଟାରେ ଟେଲିଭିଜନରେ ପ୍ରିମିୟର ହେବ । ଅର୍ଚ୍ଚିତା ଏଥିରେ ଜଣେ ଦକ୍ଷ ପୁଲିସ୍‌ ଅଫିସର ଭାବେ ଅଭିନୟ କରିଛନ୍ତି । ଏହି ଯେଉଁ ସିନ୍‌ ରହିଛି, ଅର୍ଚ୍ଚିତା ରାଗରେ ଭିଲେନ୍‌ଙ୍କୁ ମାଡି ମାରୁଛନ୍ତି।

ଦୀର୍ଘ ୭-୮ବର୍ଷ ପରେ ପୁଣି ଥରେ ପୁଲିସ୍‌ ପୋଷାକରେ ଫେରିଥିବାରୁ ଅର୍ଚ୍ଚିତ ଓ ତାଙ୍କ ପ୍ରଶଂସକ ବେଶ୍‌ ଖୁସି ଅଛନ୍ତି । ଅକ୍ଷୟ ପରିଜା ପ୍ରଡକ୍ସନ ପୂର୍ବରୁ ବାବୁସାନ ଓ ଅର୍ଚ୍ଚିତାଙ୍କୁ ନେଇ ବିଗ୍‌ବଜେଟ୍‌ ‘ଥୁକୁଲ୍‌’ ପରେ ଏହା ଅର୍ଚ୍ଚିତାଙ୍କ ଦ୍ୱିତୀୟ ଚଳଚ୍ଚିତ୍ର । ଏହି ଫିଲ୍ମରେ ଅର୍ଚ୍ଚିତା ଆଇପିଏସ୍‌ ନିତ୍ୟା ଦାଶ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ସହ ଅଭିନେତ୍ରୀ ସୋମା ଭୌମିକ୍‌, ଅଭିନେତା ପାର୍ଥ, ଜୀବନ ପଣ୍ଡା, ରାଜୀବ ମହାନ୍ତି ଅଛନ୍ତି । ଡି ରାଜା ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

   Related Posts