Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପାଣିକୁ ବନ୍ଧୁକ ଗୁଳି ଭଳି ବ୍ୟବହାର କରେ ଏହି ମାଛ:୨ ମିଟର ଦୂରରୁ ଶିକାର ଉପରେ ରଖେ ନଜର, ଭିନ୍ନ ଏହାର ଶିକାର କରିବା ତରିକା

30/01/2021 at 7:14 PM

ନୂଆଦିଲ୍ଲୀ ୩୦/୦୧ : ପୋକେମନ କାର୍ଟୁନ ଆପଣମାନେ ନିଶ୍ଚୟ ଦେଖିଥିବେ। ପୋକେମନ କାଳ୍ପନିକ ଜୀବଙ୍କ ଉପରେ ଆଧାରିତ ଏକ କାର୍ଟୁନ ଶୋ’। ଏହି ଶୋ’ରେ ପ୍ରଦର୍ଶିତ ଜୀବଙ୍କ ସହ ଅସଲ ଜୀବନରେ କିଛି ଜୀବଙ୍କ ସହ ସାମଞ୍ଜସ୍ୟ ରହିଛି। ଏହି କାର୍ଟୁନ ଶୋ’ରେ ଏକ ପୋକେମନ ଥିଲା ଯାହାର ନାଁ ଥିଲା ସ୍କବର୍ଟଲ। ସ୍କବର୍ଟଲ କଇଁଛ ଭଳି ଦେଖାଯାଉଥିବା ଏକ ଜୀବ। ସେ ପାଣିର ପୋକେମନ ଥିଲା। ତା ପାଖରେ ଯେଉଁସବୁ ଶକ୍ତି ଥିଲା ତାହା ପାଣି ସହ ଜଡିତ। ତାର ଗୋଟିଏ ଶକ୍ତି ଥିଲା ୱାଟର ଗନ୍। ଏହି ଶକ୍ତି ଜରିଆରେ ସେ ପାଣି ଭିତରେ ମୁହଁରୁ ଫୋଟକା ବାହାର କରି ଶତ୍ରୁଙ୍କୁ ହମଲା କରୁଥିଲା।

ଆପଣ ଭାବୁଥିବେ ଏଠାରେ ପୋକେମନ ସମ୍ବନ୍ଧରେ କାହିଁକି ଏତେ କଥା କୁହାଯାଇଛି। ଦୁନିଆରେ ଏମିତି ଏକ ମାଛ ଅଛି ଯାହା ପାଖରେ ସ୍କବର୍ଟଲ ଭଳି ଶକ୍ତି ଅଛି। ଆର୍ଚରଫିସ (Archefish) ଏମିତି ଏକ ମାଛ ଯିଏ ଶିକାର କରିବାକୁ ପାଣିକୁ ବନ୍ଧୁକ ଗୁଳି ଭଳି ବ୍ୟବହାର କରିଥାଏ। ସେଥିପାଇଁ ଏହାକୁ ନ୍ୟାଚୁରାଲ ଶାର୍ପଶୁଟର ବି କୁହାଯାଏ। ଏହା ଗଛରେ ବସିଥିବା ପୋକ ଜୋକକୁ ଏମିତି ହମଲା କରିଥାଏ ଯେ ସେମାନଙ୍କ ପାଇଁ ବଞ୍ଚିବା ମୁସ୍କିଲ ହୋଇଯାଏ।

ଦକ୍ଷିଣ, ଦକ୍ଷିଣ-ପୂର୍ବ ଏସିଆର ମେଙ୍ଗ୍ରୋଭ ପାଣିରେ ଏହି ମାଛ ଦେଖିବାକୁ ମିଳେ। ଏମାନେ ପାଣି ଭିତରେ ଥାଇ ବାହାର ଥିବା ନିଜ ଶିକାର ଉପରେ ନଜର ରଖିଥାନ୍ତି। ମୌକା ପାଇବା କ୍ଷଣି ହମଲା କରିଥାନ୍ତି। ଆହତ ଶିକାର ପାଣି ଭିତରେ ପଡିବା କ୍ଷଣି ଏମାନେ ତାକୁ ଖାଇ ଯାଆନ୍ତି। ବୈଜ୍ଞାନିକ ମଧ୍ୟ ଏହି ମାଛର ଶକ୍ତି ଦେଖି ଆଶ୍ଚର୍ଯ୍ୟ। ଗବେଷଣାରୁ ଜଣାପଡିଛି ଯେ ଆର୍ଚରଫିସ ଗ୍ରାଭିଟି, ନିଜ ଶିକାରର ଦୂରତା ଭଳି ଅନେକ କାରକ ପାର କରି ସଠିକ ନିଶାନା ଲାଗିଥାଏ।

ଏହି ମାଛ ପୋକ ଜୋକ, ଝିଟିପିଟି, ବୁଢିଆଣୀ ଆଦିକୁ ଶିକାର କରିଥାଏ। ବୈଜ୍ଞାନିକଙ୍କ କହିବାନୁଯାୟୀ ଆର୍ଚରଫିସ ୨ ମିଟର ଦୂରରୁ ନିଜ ଶିକାର ଉପରେ ନିଶାନା ଲାଗିପାରେ। ମୁହଁରୁ ବାହାର କରୁଥିବା ପାଣି ଧାର ବହୁତ ଦ୍ରୁତ ହୋଇଥାଏ। ଯଦି ମଣିଷ ମୁହଁକୁ ଏହିଭଳି ହମଲା କରାଯାଏ ତାହେଲେ ପୋକ କାମୁଡିବା ଭଳି ଅନୁଭୂତ ହେବ।

ଆର୍ଚରଫିସ ନିଜ ମୁହଁକୁ ବନ୍ଧୁକ ଭଳି ବ୍ୟବହାର କରିଥାଏ। ମୁହଁ ଭିତରେ ନିଜ ଜିଭକୁ ମୋଡି ପାଣି ଧାର ଛାଡ଼ିଥାଏ। ଏହାର ଗତି ପ୍ରଥମେ ଧୀର ଓ ପରେ ଦ୍ରୁତ ହୋଇଥାଏ ଯାହାଫଳରେ ଶିକାର ସମ୍ପୂର୍ଣ୍ଣ ଆହତ ହୋଇଯାଇଥାଏ।

   Related Posts