Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ସୋସିଆଲ ମିଡିଆରେ ଖୋଲିଲା ଅର୍ଚ୍ଚନା ପୂରଣ ସିଂହଙ୍କ ଦୀର୍ଘ ଦିନର ରାଜ : ପଢ଼ନ୍ତୁ ପୂରା ଖବର

25/04/2020 at 8:01 PM

ମୁମ୍ବାଇ ୨୫/୪: ଅର୍ଚ୍ଚନା ପୂରଣ ସିଂହ ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି। ସେ ନିଜ ଘରୁ ଅନେକ ଭିଡିଓ ସେୟାର କରୁଛନ୍ତି। କେବଳ ଏତିକି ନୁହେଁ କିଛି ଦିନ ହେବ ସେ ତାଙ୍କ ମେଡ ଭାଗ୍ୟଶ୍ରୀଙ୍କ ଭିଡିଓ ମଧ୍ୟ ସେୟାର କରୁଛନ୍ତି ଯାହାକୁ ବହୁତ ପସନ୍ଦ କରାଯାଉଛି। ଏବେ ଅର୍ଚ୍ଚନା ଭାଗ୍ୟଶ୍ରୀଙ୍କ ଆଉ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅର୍ଚ୍ଚନା,ଭାଗ୍ୟଶ୍ରୀଙ୍କ ସହ କଥା ହେଉଛନ୍ତି,କିନ୍ତୁ ଏହି ସମୟରେ ସେ କିଛି ଏପରି କହି ଦେଉଛନ୍ତି ଯେ ଅର୍ଚ୍ଚନା ତାଙ୍କୁ ତାଙ୍କ ରାଜ ଖୋଲୁଥିବା ବିଷୟରେ କହୁଛନ୍ତି।

ଭିଡିଓରେ ଅର୍ଚ୍ଚନା କହୁଛନ୍ତି ଯେ ଭାଗ୍ୟଶ୍ରୀ ସମସ୍ତଙ୍କୁ କେତେ ହସାଉଛନ୍ତି। ଏହା ପରେ ଭାଗ୍ୟଶ୍ରୀ କହୁଛନ୍ତି ଯେ ଏହା ସବୁ ସେ ଅର୍ଚ୍ଚନାଙ୍କଠୁ ଶିଖିଛନ୍ତି। କେବେ କେବେ କାହା ଜୋକରେ ହସ ନ ମାଡ଼ୁଥିଲେ ମଧ୍ୟ ଅର୍ଚ୍ଚନା ହସି ଦିଅନ୍ତି।

ଭାଗ୍ୟଶ୍ରୀଙ୍କ ଏକତା ଶୁଣି ଅର୍ଚ୍ଚନା କହୁଛନ୍ତି ଯେ ସେ ତାଙ୍କ ରାଜ ଖୋଲି ଦେଉଛନ୍ତି। ଏହା ପରେ ଭାଗ୍ୟଶ୍ରୀ କହୁଛନ୍ତି ଯେ , ଏହା ସେ ଏଥିପାଇଁ କରନ୍ତି ଯାହା ଫଳରେ ଅନ୍ୟଙ୍କୁ ଖରାପ ନ ଲାଗୁ। ଯଦି ଅର୍ଚନା ତାଙ୍କ ଜୋକରେ ହସୁଛନ୍ତି ତେବେ ସେ ଆହୁରି ମୋଟିଭେଟ୍ ହୋଇଥାନ୍ତି ଏବଂ ଭଲ କରିବାକୁ ଉଦ୍ୟମ କରିଥାନ୍ତି।

ଅର୍ଚ୍ଚନା ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି,‘ଭାଗ୍ୟଶ୍ରୀଙ୍କ ସହ କଥାବାର୍ତ୍ତା .. ନିଜ ପୋଷ୍ଟରେ ମିଳୁଥିବା ଭଲ ପାଇବା ପାଇଁ ସେ ବହୁତ ଖୁସି’।

   Related Posts