କାରଭିତରେ ରୋମାନ୍ସ କରୁଥିବାବେଳେ ପୋଲିସ ହାତରେ ଧରା ପଡିଥିଲେ ଅର୍ଚନା ପୂରଣ ସିଂହ

Published By : Prameya-News7 Bureau | November 11, 2019 IST

ମୁମ୍ବାଇ୧୧|୧୧: ଅଭିନେତ୍ରୀ ଅର୍ଚନା ପୂରଣ ସିଂହଙ୍କ ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ରିଲେସନସିପ ଉପରୁ ତାଙ୍କର ବିଶ୍ବାସ ଉଠିଯାଇଥିଲା। ସେ ଦ୍ବିତୀୟ ଥର କାହାକୁ ସୁଯୋଗ ଦେବାକୁ ଚାହୁଁନଥିଲେ। ସେହି ସମୟରେ  ପରମିତ ସେଚ୍ଚୀଙ୍କ ସହ ଅର୍ଚ୍ଚନାଙ୍କ ଦେଖା ହୋଇଥିଲା। ଉଭୟ ଧୀରେ ଧୀରେ ପରସ୍ପରଙ୍କୁ ପସନ୍ଦ କରିବାକୁ ଲାଗିଲେ।

{"id":182499}

ଗୋଟେ ସମୟ ଏମିତି ଆସିଲା ଯେବେ ଦୁହେଁ ପରସ୍ପରଙ୍କଠାରୁ ଅଲଗା ହୋଇ ରହିପାରୁନଥିଲେ। ପରେ ଅର୍ଚ୍ଚନା ଓ ପରମିତ ନିଷ୍ପତ୍ତି ନେଇଥିଲେ ଯେ, ଉଭୟ ଏକା ସହ ଗୋଟେ ଘରେ ରହିବେ। ବିବାହ ପୂର୍ବରୁ ଦୁହେଁ ଲିଭ-ଇନ ରିଲେସନଶିପରେ ରହିବାକୁ ଚାହୁଁଥିଲେ।

{"id":182501}

ଲିଭଇନ୍‌କୁ ସିଫ୍ଟ ହେବା ପୂର୍ବରୁ ଥରେ ରାତିରେ ଦୁହେଁ ପରସ୍ପରଙ୍କୁ ଭେଟିବାକୁ ଯାଇଥିଲେ। କାର ଭିତରେ ରୋମାନ୍ସ କରିବା ସମୟରେ ହଠାତ୍‌ ପୋଲିସ ପହଞ୍ଚିଥିଲା। ପୋଲିସ ଆସି କାରର ଗ୍ଲାସ ଯେମିତି ଠକ୍‌ ଠକ୍‌ କରିଛି ଅର୍ଚ୍ଚନା ବି ଥରିବାକୁ ଲାଗିଥିଲେ । ତେବେ ସାହସର ସହ ସେମାନେ ପୋଲିସର ସମ୍ମୁଖୀନ ହେବା ସହ ବିବାହିତ ବୋଲି ପୋଲିସକୁ କହିଥିଲେ ।

{"id":182502}

ତା’ପର ଦିନ ଏହି ଖବର ସବୁଆଡେ ଚର୍ଚ୍ଚାରେ ଥିଲା। ତଥାପି ସମାଜ ବିଷୟରେ ନଭାବି ଓ ଲୋକଙ୍କ ସମାଲୋଚନାକୁ ପଛରେ ରଖି ପ୍ରଥମେ ଦୁହେଁ ଲିଭ-ଇନ୍‌ରେ ରହିଲେ। କିଛି ଦିନ ପରେ ୧୯୯୨ ମସିହା ଜୁନ ମାସ ୩୦ ତାରିଖରେ ଅର୍ଚ୍ଚନା ଓ ପରମିତ ବିବାହ କରିଥିଲେ।

{"id":182503}

କପିଲ ଶର୍ମା ଶୋରେ ଏସବୁ ବ୍ୟକ୍ତିଗତ କଥା ଅର୍ଚ୍ଚନା ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ, ବର୍ଷା ହେଉଥିବାବେଳେ କାରରେ ରୋମାନ୍ସ କରିବାର ଅନୁଭୂତି ସମ୍ପୂର୍ଣ୍ଣ ନିଆରା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.