Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ନବଜୋତ ସିଂ ସିଦ୍ଧୁଙ୍କ ପାଇଁ କପିଲ ଶର୍ମା ଶୋ’ ଛାଡିବାକୁ ପ୍ରସ୍ତୁତ ଅର୍ଚ୍ଚନା, କହିଲେ ମନର କଥା…

30/09/2021 at 11:34 AM

ନୂଆଦିଲ୍ଲୀ ୩୯୦/୦୯: ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେବା ପରଠାରୁ ନବଜୋତ ସିଂ ସିଦ୍ଧୁ ଚର୍ଚ୍ଚାରେ। ଅନେକ ଲୋକ ସୋସିଆଲ ମିଡିଆରେ କଳ୍ପନା କରିବା ଆରମ୍ଭ କରିଛନ୍ତି, ସିଦ୍ଧୁ ହୁଏତ ‘ଦି କପିଲ ଶର୍ମା ସୋ’କୁ ଫେରିପାରନ୍ତି। ସେ ପୂର୍ବରୁ ଏହି ଶୋ’ର ଅଂଶ ହୋଇସାରିଛନ୍ତି ଏବଂ ୨୦୧୯ ରେ ଯେତେବେଳେ ସିଦ୍ଧୁ ଏହି ଶୋ’କୁ ଛାଡିଥିଲେ, ସେତେବେଳେ ଅର୍ଚ୍ଚନା ପୁରଣ ସିଂ ତାଙ୍କ ସ୍ଥାନ ନେଇଥିଲେ। ଏଥି ସହିତ, ବର୍ତ୍ତମାନ ସିଦ୍ଧୁଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ କଳ୍ପନା କରାଯାଉଥିବା ବେଳେ ଅର୍ଚ୍ଚନା ତାଙ୍କ ଇଣ୍ଟରଭ୍ୟୁରେ ଏହା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।

Is this why Navjot Singh Sidhu went missing from 'The Kapil Sharma Show'?

ଅର୍ଚ୍ଚନା ଶୋ’ରେ ସିଦ୍ଧୁଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ କହିଛନ୍ତି। ସେ କହିଛନ୍ତି- ‘ଯଦି ପ୍ରକୃତରେ ସିଦ୍ଧୁ ମୋ ସ୍ଥାନରେ ସୋ’କୁ ଆସିବାକୁ ଚାହାଁନ୍ତି, ତେବେ ମୋ ପାଖରେ ଆହୁରି ଅନେକ କାମ ରହିବ ଯାହାକୁ ମୁଁ ମାସ ମାସ ଧରି ମନା କରିଆସୁଥିଲି। କାରଣ ମୁଁ ସପ୍ତାହରେ ଦୁଇ ଦିନ ଶୋ’ ପାଇଁ ଶୁଟିଂ କରେ। ମୁଁ ଅନେକ ଆସାଇନମେଣ୍ଟ ପାଇଛି ଯାହା ଭାରତ ବାହାରେ, କିନ୍ତୁ ସୋ’ର ପ୍ରତିଶ୍ରୁତି ହେତୁ ମୋତେ ନା କହିବାକୁ ପଡିଥାଏ।’

The laughter of home-audiences will resonate to make our iconic Kapil  Sharma Show a mega-hit”, enthuses judge Archana Puran Singh, who will have  'no' live studio audience behind her.

ଇଣ୍ଟରନେଟ୍ ୟୁଜରଙ୍କ ବ୍ୟତୀତ ଶୋ’ର କାଷ୍ଟ ମଧ୍ୟ ସିଦ୍ଧୁଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଅର୍ଚ୍ଚନାଙ୍କୁ ଥଟ୍ଟା କରୁଥିବା ଦେଖିବାକୁ ମିଳିଛି। ଏହା ଉପରେ ଅର୍ଚ୍ଚନା କହିଛନ୍ତି ଯେ ‘କପିଲଙ୍କ ଲେଖକମାନେ ଅନେକ ପ୍ରକାରର ଥଟ୍ଟା ନେଇ ଆସନ୍ତି,କାରଣ ସେମାନେ ଫନି ଅଟନ୍ତି। ଯେଉଁମାନେ ଅନୁଭବ କରନ୍ତି ଯେ ସୋ’ରେ ମୋର କିଛି କରିବାର ନାହିଁ, ସେମାନେ ଥରେ ସେଟକୁ ଆସି ଦେଖନ୍ତୁ ଯେ ଗୋଟିଏ ସ୍ଥାନରେ ୬ ରୁ ୭ ଘଣ୍ଟା ବସି, ଷ୍ଟେଜ୍‌ ଆଡକୁ ଅନାଇ…ସମସ୍ତଙ୍କ ଜୋକ୍ ଶୁଣିବା ଏବଂ ତାହା ଉପରେ ପ୍ରତିକ୍ରିୟା ଦେବା ଏତେ ସହଜ ନୁହେଁ।

   Related Posts