ଶେଷରେ ସଫଳ , ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କଲା ଆର୍ସେଲର ମିତ୍ତଲ …,ପାରାଦୀପ କାରଖାନା ଏବେ ସକ୍ରିୟ ହେବ ?

Published By : Prameya-News7 Bureau | December 16, 2019 IST

ନୂଆଦିଲ୍ଲୀ  ତା ୧୬.୧୨:  ଏସାର ଷ୍ଟିଲକୁ ଅଧିଗ୍ରହଣ କରିଛି ଆର୍ସେଲର ମିତ୍ତଲ । ଗତ ମାସରେ ସୁପ୍ରିମକୋର୍ଟଙ୍କ   ଅନୁମୋଦନ ପରେ  ୪୨ ହଜାର କୋଟି ଟଙ୍କାର ଏହି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ଷ୍ଟିଲ ଟାଇକୁନ୍ ଏଲ୍.ଏନ୍. ମିତ୍ତଲଙ୍କ  ନେତୃତ୍ବାଧିନ ଆର୍ସେଲର ମିତ୍ତଲ ଭାରତୀ ଷ୍ଟିଲ କ୍ଷେତ୍ରରେ ପାଦ ମଜବୁତ କରିବାର  ସ୍ବପ୍ନ ପୂରଣ କରିବାକୁ ଯାଉଛି ।  କମ୍ପାନୀ ପକ୍ଷରୁ ଏହି ବହୁ ଅପେକ୍ଷିତ ଅଧିଗ୍ରହଣ ସଂପୂର୍ଣ୍ଣ ହୋଇଥିବା  ସୋମବାର ସ୍ପଷ୍ଟ କରାଯାଇଛି । ଏବେ ଋଣଗ୍ରସ୍ତ ଏସାର ଷ୍ଟିଲ ଅଧିଗ୍ରହଣ ପରେ ତାହାର ପରିଚାଳନା ଲାଗି ନିପ୍ପନ ଷ୍ଟିଲ ( ଏଏମ୍/ଏନଏସ୍ ଇଣ୍ଡିଆ) ସହ ଏକ ଯୌଥ ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା କରିଛି ଆରସେଲର ମିତ୍ତଲ ।

ଲକଜମବର୍ଗ ରେ ମୁଖ୍ୟାଳୟ କରିଥିବା ବିଶ୍ବର  ପ୍ରମୂଖ ଇସ୍ପାତ କମ୍ପାନୀ ଆରସେଲର ମିତ୍ତଲ ଦୀରିଘ ଦିନରୁ ଭାରତୀୟ ଷ୍ଟିଲ କ୍ଷେତ୍ର ଉପରେ  ନଜର ରଖିଥିଲା । ଯଦିଓ ଝାଡଖଣ୍ଡ ଏବଂ ଓଡ଼ିଶାରେ ୧୨ ନିୟୁତ ଟନ୍‌ର ଷ୍ଟିଲ କାରଖାନା ଲାଗି କମ୍ପାନୀ ପ୍ରୟାସ କରିଥିଲା , କିନ୍ତୁ ଦୀର୍ଘ ଦଶନ୍ଧିର ଉଦ୍ୟମ ସତ୍ତ୍ବେ  ଏଲ ଏନ୍ ମିତ୍ତଲ କମ୍ପାନୀ ବିଫଳ ହୋଇଥିଲା  ଗତମାସରେ ସୁପ୍ରିମକୋର୍ଟ ଅଧିଗ୍ରହଣ ପ୍ରକ୍ରିୟାକୁ ମଂଜୁର କରିବା ପରେ ଏସାରକୁ ଅକ୍ତିୟାର କରିଛି ଆରସେଲର ମିତ୍ତଲ ।ତେବେ ଆଇବିସି ବା ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ଟସି କୋଡ୍‌ ଆଧାରରେ ଏହି ଅଧିଗ୍ରହଣ ପ୍ରକ୍ରିୟା ସର୍ବବୃହତ ଏକକ ଅଧିଗ୍ରହଣ ।

ଏବେ ଏସାର ଷ୍ଟିଲର ମାଲିକାନା ସହ ତାହାର ପରିଚାଳନା ଲାଗି ଆରସେଲର ମିତ୍ତଲ କମ୍ପାନୀ ନିପ୍ପନ ଷ୍ଟିଲ ସହ ଏକ ଯୌଥ ଉଦ୍ୟୋଗ କରିଥିବା ବେଳେ  ମୂଳ କମ୍ପାନୀ ଅର୍ଥାତ ଆରସେଲର ମିତ୍ତଲର  ପ୍ରେସିଡେଣ୍ଟ ତଥା ସିଏଫ୍ଓ ଆଦିତ୍ୟ ମିତ୍ତଲଙ୍କୁ ଭାରତୀୟ ଯୌଥ ଉଦ୍ୟେୋଗର ଅଧ୍ୟକ୍ଷ କଭାବେ ନିଯୁକ୍ତି ଦିଆଯାଇଚି ।ଏହାର ନାମ ରହିଛି ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ୍ । ଏସାର ରେ ଥିବା ଦିଲିପ୍ ଉମେନଙ୍କୁ  ନୂଆ କମ୍ପାନୀର ସିଇଓ ନିଯୁକ୍ତ କରାଯାଇଛି ।  ପଶ୍ଚିମ ଭାରତରେ କମ୍ପାନୀର  କାରଖାନା  ରହିଚି ।

ପୂର୍ବରେ ବି ସଂପ୍ରସାରମ ଯୋଜନା ରହିଛି ।  ଏହି ଅଧିଗ୍ରହଣ   ଭାରତର ,ଷ୍ଟିଲ ଉତ୍ପାଦନ  ୨୦୩୦ ରେ ଧାର୍ଯ୍ୟ ୩୦୦ନିୟୁତ ଟନ୍‌ ଲକ୍ଷ୍ୟ ହାସଲରେ  ସହାୟକ ହେବା ଆସା । ତା ଛଡା ଏହି ଚର୍ଚ୍ଚିତ ଏବଂ  ଅପେକ୍ଷିତ ଅଧିଗ୍ରହଣ ସହ ପାରାଦୀପ୍‌ରେ ଥିବା ଏସାର କାରଖାନା ଜୀବନପାଇବ ବୋଲି ଆଶା କରାଯାଉଛି। ଏବେ ଏହି କାରଖାନାର କାର୍ଯ୍ୟ ସଂପୂର୍ଣ୍ମ ହେବା ସହ କାର୍ଯ୍ୟକ୍ଷମ ହେବା  ସମ୍ଭାବନା ସୃଷ୍ଟି ହୋଇଛି । ପାରାଦୀପ ଉପକଣ୍ଠରେ ଏହି କାରଖାନା ଶିଲ୍ପାଞ୍ଚଳରେ ନିଯୁକ୍ତି ସୁଯୋଗ ସହ ରାଜ୍ୟର ବିକାଶରେ ଯୋଗଦାନ ରଖିବାର ସମ୍ବାବନା ରଖିତିବାରୁ ଆର୍ସେଲର ଅଧିଗ୍ରହଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ସୃଷ୍ଟି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.