Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନାଗରିକଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବା ସାମାଜିକ ଅନ୍ୟାୟ : ମୁଖ୍ୟ ବିଚାରପତି ବୋବଡ଼େ

25/01/2020 at 10:18 AM

ନୂଆଦିଲ୍ଲୀ ୨୫/୧: ବଜେଟ୍ ଆଗତ ହେବାର ଠିକ୍ ଗୋଟିଏ ସପ୍ତାହ ପୂର୍ବରୁ ମୁଖ୍ୟ ବିଚାରପତି ଏସ୍.ଏ.ବୋବଡ଼େ ଟ୍ୟାକ୍ସ ରିଫର୍ମକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ତରଫରୁ ଲୋକଙ୍କ ପ୍ରତି ଅଧିକ କିମ୍ବା ମନଇଚ୍ଛା ଟ୍ୟାକ୍ସ ଲଗାଇବା ସମାଜ ପ୍ରତି ଅନ୍ୟାୟ ଅଟେ। ସେ ଆଗ କାଳରେ ଦେଶରେ ପ୍ରଚଳିତ ଟ୍ୟାକ୍ସ ଆଇନର ମଧ୍ୟ ଉଦାହରଣ ଦେଇଥିଲେ।

ଟ୍ରିବ୍ୟୁନାଲର ୭୯ତମ ସ୍ଥାପନା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି କହିଥିଲେ ଯେ ନାଗରିକଙ୍କଠୁ ଟ୍ୟାକ୍ସ ସେହିପରି ଆଦାୟ କରାଯିବା ଉଚିତ୍,ଯେପରି ମହୁମାଛି ଫୁଲକୁ କ୍ଷତି ନ ପହଞ୍ଚାଇ ରସ ବାହାର କରିଥାଏ। ବୋବଡ଼େଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ୧ତାରିଖରେ ଦେଶର ବଜେଟ୍ ଆଗତ କରିବାକୁ ଯାଉଛନ୍ତି। ସାଧାରଣତଃ ନ୍ୟାୟପାଳିକା ଏଭଳି ମୁଦ୍ଦା ବିଷୟରେ କହିବାକୁ କୁଣ୍ଠା ପ୍ରକାଶ କରିଥାଆନ୍ତି।

   Related Posts