Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

୫୨ ବର୍ଷ ବୟସ୍କ ଅରବାଜ ଖାନ, ୨୨ବର୍ଷ ସାନ ଯୁବତୀଙ୍କୁ କରୁଛନ୍ତି ଡେଟ୍

4/08/2019 at 4:24 PM

ମୁମ୍ବାଇ୪|୮: ସଲମାନ ଖାନଙ୍କ ଭାଇ ଅରବାଜ ଖାନ ଆଜି ନିଜର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ଓ ପ୍ରଯୋଜକ ଅରବାଜ ଖାନ ନିଜ କ୍ୟାରିଅର ଅଭିନୟ କରି ଆରମ୍ଭ କରିଥିଲେ। ଦରାର ଫିଲ୍ମରେ ଅଭିନୟ କରି ବଲିଉଡରେ ପାଦ ଦେଇଥିଲେ ଅରବାଜ। ନିଜ ପ୍ରଥମ ଫିଲ୍ମ ପାଇଁ  ଫିଲ୍ମଫେୟାର ତାଙ୍କୁ ବେଷ୍ଟ ନେଗେଟିଭ ରୋଲ୍‌ର ଆୱାର୍ଡ ମଧ୍ୟ ଦେଇଥିଲା।

କିନ୍ତୁ ଏବେ ଅନେକ ଦିନ ହେବ ଅରବାଜ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ୧୯୯୮ ମସିହାରେ ମଲାଇକା ଅରୋଡା ଓ ଅରବାଜ ବିବାହ କରିଥିଲେ। ବିବାହର ୧୮ ବର୍ଷ ପରେ ୨୦୧୬ ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଛି । ମଲାଇକା ଏବେ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଥିବା ବେଳେ ଅରବାଜ ମଧ୍ୟ ନିଜ ନୂଆ ପ୍ରେମିକଙ୍କ ସହ ନଜର ଆସୁଛନ୍ତି।

ପ୍ରଥମ ସ୍ତ୍ରୀ ମଲାଇକାଙ୍କ ସହ ବିବାହ  ବିଚ୍ଛେଦ ହେବା ପରେ ଅରବାଜ ଖାନ ଏବେ ଇଟାଲିୟାନ ମଡେଲ ଜର୍ଜିୟା ଏଣ୍ଡ୍ରିୟାନୀଙ୍କୁ ଡେଟ୍‌ କରୁଛନ୍ତି। ଉଭୟଙ୍କୁ ଅନେକଥର ଏକା ସହ ବୁଲାବୁଲି କରିବାର ସ୍ପଟ୍‌ କରାଯାଇଛି। ୨୯ ବର୍ଷ ବୟସ୍କା ଜର୍ଜିୟା ଜଣେ ଫେମସ ଇଟାଲିୟାନ ମଡେଲ। ସେ ଅନେକ ଦିନରୁ ମଡେଲିଂ କରୁଛନ୍ତି। ଭାରତରେ ମଧ୍ୟ ସେ ଅନେକ ର୍ୟାମ୍ପ ସୋରେ ପ୍ରଦର୍ଶନ କରିଛନ୍ତି। ଜର୍ଜିୟା ଅରବାଜ ଖାନଙ୍କଠାରୁ ୨୨ ବର୍ଷ ସାନ।

ଏବେ ଉଭୟଙ୍କ ବିବାହ ନେଇ ବେଶ ଚର୍ଚ୍ଚା ଚାଲିଛି। ଖୁବ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଶୁଣାଯାଉଛି। ରିପୋର୍ଟ ଅନୁସାରେ ଖାନ ପରିବାରକୁ ଜର୍ଜିଆ ଖୁବ ପସନ୍ଦ ଆସିଛନ୍ତି। ପରିବାରର ସମସ୍ତ ବରିଷ୍ଠ ସଦସ୍ୟ ଏହି ବିବାହକୁ ନେଇ ନିଜ ଅନୁମତି ଦେଇସାରିଛନ୍ତି।

ହେଲେ ଜର୍ଜିଆ ଫିଲ୍ମ ଜଗତରେ ମଧ୍ୟ ନିଜ କ୍ୟାରିଅର ଆରମ୍ଭ କରିବାକୁ ଚାହାନ୍ତି। ଏଥିପାଇଁ ଅରବାଜ ତାଙ୍କୁ ସାହାଯ୍ୟ କରୁଛନ୍ତି। ୨୦୧୭ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଗେଷ୍ଟ ଇନ୍‌ ଲଣ୍ଡନରେ ଜର୍ଜିଆ ନଜର ଆସିଥିଲେ ବୋଲି ବହୁତ କମ ଲୋକ ଜାଣିଛନ୍ତି। ଏହି ଫିଲ୍ମ ହିଟ୍‌ ହୋଇନଥିବାରୁ ଜର୍ଜିଆ ବିଶେଷ କିଛି କମାଲ କରିପାରିନଥିଲେ।

   Related Posts