Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଦୀର୍ଘ ଦିନ ପରେ ନିଜର ଦୁଃଖ ପ୍ରକାଶ କଲେ ଅରବାଜ, ପ୍ରଥମ ଥର କହିଲେ ମଲାଇକାଙ୍କ ଠାରୁ ଅଲଗା ହେବାର କାରଣ

5/11/2021 at 12:13 PM

ନୂଆଦିଲ୍ଲୀ ୦୫/୧୧: ବଲିଉଡ ଅଭିନେତ୍ରୀ ମଲାଇକା ଅରୋଡା ତାଙ୍କର ବୋଲ୍ଡ ଅନ୍ଦାଜ ଏବଂ ଡ୍ୟାନ୍ସିଂ ସ୍କିଲ୍ ପାଇଁ ଜଣାଶୁଣା। ଗୋଟିଏ ପଟେ ଅଭିନେତ୍ରୀ ପ୍ରଫେସନାଲ ଲାଇଫରେ ନିଜର ନାଁ କରୁଥିବାବେଳେ ଅନ୍ୟପଟେ ତାଙ୍କର ବ୍ୟକ୍ତିଗତ ଜୀବନ ଅଶାନ୍ତିରେ ପରିପୂର୍ଣ୍ଣ। ବହୁ ବର୍ଷର ବିବାହ ପରେ ସ୍ୱାମୀ ଅରବାଜ ଖାନଙ୍କଠାରୁ ତାଙ୍କର ଛାଡପତ୍ର ହୋଇଥିଲା। ଯାହା ପରେ ତାଙ୍କଠାରୁ ସାନ ଅର୍ଜୁନ କପୁରଙ୍କ ସହ ତାଙ୍କ ସମ୍ପର୍କର ଖବର କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଥିଲା। ଯେଉଁଥିପାଇଁ ତାଙ୍କୁ ବହୁତ ଟ୍ରୋଲିଂର ସାମ୍ନା କରିବାକୁ ପଡିଥିଲା। ତେବେ ଏହି ସମୟ ମଧ୍ୟରେ ଅରବାଜ ମଲାଇକାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କୌଣସି ବିବୃତ୍ତି ଦେଇନଥିଲେ। କିନ୍ତୁ ନିକଟରେ ସେ ମଲାଇକାଙ୍କ ସହ ସମ୍ପର୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

Flashback Friday: When Malaika Arora opened up about her divorce with Arbaaz  Khan and how she dealt with it | Hindi Movie News - Times of India

ଏକ ଇଣ୍ଟରଭ୍ୟୁରେ ଅରବାଜ କହିଛନ୍ତି, ‘ମୋ ପୁଅ ଅରହାନ ଖାନଙ୍କ ପାଇଁ ଏହା ଏକ କଠିନ ପଦକ୍ଷେପ ଥିଲା। ମୁଁ ଭାବୁଛି କଠିନ ସମୟକୁ ଠିକ୍ କରିବା ପାଇଁ ମଲାଇକାଙ୍କ ଠାରୁ ମୋର ଅଲଗା ହେବା ଜରୁରୀ ହୋଇଯାଇଥିଲା। ମୁଁ ମୋ ପୁଅ ପାଇଁ ସବୁବେଳେ ପ୍ରସ୍ତୁତ। ମଲାଇକାଙ୍କ ପାଖରେ ମୋ ପୁଅର କଷ୍ଟଡି ଅଛି। ମୁଁ ମୋ ପୁଅର ହେପାଜତ ପାଇଁ କଦାପି ଲଢି ନାହିଁ କାରଣ ମୋର ବିଶ୍ୱାସ ଯେ କେବଳ ଜଣେ ମା ପୁଅର ଯତ୍ନ ନେଇ ପାରିବେ। ମୁଁ ମୋ ପୁଅର ବୁଦ୍ଧି ଉପରେ ପ୍ରଶ୍ନ କରୁନାହିଁ।’

Arbaaz Khan Opens Up On Son Arhaan's Reaction To His Separation With  Malaika Arora

ଏହା ବ୍ୟତୀତ, ଯେତେବେଳେ ଅରବାଜଙ୍କୁ ପଚରାଗଲା ‘ତୁମ ପୁଅକୁ ଏ ବିଷୟରେ କହିବା କଷ୍ଟକର ହୋଇଥିଲା କି?’ ଅରବାଜ କହିଛନ୍ତି, ‘ମୋ ପୁଅ ସେତେବେଳେ ୧୨ ବର୍ଷର ହୋଇଥିଲା। ସେ ଏ ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଥିଲା। କ’ଣ ଘଟୁଛି ସେ ସବୁ ଜାଣିଥିଲା। ଏହା ତା ପାଇଁ ଆଦୌ ଆଶ୍ଚର୍ଯ୍ୟଜନକ ନଥିଲା।’

   Related Posts