ପତ୍ନୀ ମଲାଇକା ଏବଂ ତାଙ୍କ ପ୍ରେମିକ ଅର୍ଜୁନଙ୍କ ସମ୍ପର୍କରେ କ’ଣ କହିଲେ ଅରବାଜ ଖାନ୍

Published By : Prameya-News7 Bureau | May 21, 2020 IST

ମୁମ୍ବାଇ ୨୧/୪: ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ବିବାହ ବିଚ୍ଛେଦ ବଲିଉଡର ଚର୍ଚ୍ଚିତ ବିଚ୍ଛେଦ ମଧ୍ୟରୁ ଗୋଟିଏ। ଉଭୟେ ନିଜ ଜୀବନରେ ଆଗକୁ ବଢ଼ି ସାରିଛନ୍ତି। କିନ୍ତୁ ଦୁହେଁ କେଉଁ କାରଣ ଯୋଗୁଁ ଅଲଗା ହେଲେ,ଏହି ପ୍ରଶ୍ନ ଏବେ ବି ଲୋକଙ୍କ ମନରେ ରହିଛି।


ମଲାଇକା ଅରୋରା ଏବଂ ଅରବାଜ ଖାନ୍ ଫ୍ୟାନଙ୍କ ପ୍ରିୟ ଯୋଡ଼ି। ତାଙ୍କ ବିଚ୍ଛେଦ ଖବର ଶୁଣି ଲୋକଙ୍କୁ ଝଟକା ଲାଗିଥିଲା। ଦୁହେଁ ୨୦୧୬ମସିହାରୁ ଅଲଗା ହୋଇସାରିଛନ୍ତି କିନ୍ତୁ ଛାଡ଼ପତ୍ର ବର୍ଷେ ପରେ ଦିଆନିଆ ହୋଇଥିଲା।

{"id":273711,"sizeSlug":"large"}


ଅଲଗା ହେବା ପରେ ବି ଦୁଇ ଜଣ ଏକାଠି ଦେଖା ଯାଆନ୍ତି। ଏହା ସହିତ ତାଙ୍କ ପୁଅ ଅରହାନ୍ ପ୍ରଭାବିତ ନହେବେ ବୋଲି ତାଙ୍କର ପୂରା ଧ୍ୟାନ ରଖାଯାଉଛି। ଉଭୟଙ୍କ ବିଚ୍ଛେଦ ପଛରେ କ’ଣ କାରଣ ହୋଇପାରେ ଏହା ଉପରେ ଅନେକ ଖବର ଆସିଥିଲା। ଶୁଣିବାକୁ ମିଳୁଥିଲା ଯେ ଅରବାଜଙ୍କ ପାଖରେ ଫାଇନାନ୍ସିଆଲ୍ ଷ୍ଟାବିଲିଟି ନଥିଲା। ଖାନ୍ ପରିବାରକୁ ମଲାଇକାଙ୍କ ବୋଲ୍ଡ ଲାଇଫଷ୍ଟାଇଲ୍ ଜମା ପସନ୍ଦ ନଥିଲା।
ସେପଟେ ଅର୍ଜୁନ ଏବଂ ମଲାଇକାଙ୍କ ଘନିଷ୍ଠ ବନ୍ଧୁତାକୁ ମଧ୍ୟ ବିବାହ ବିଚ୍ଛେଦର କାରଣ କୁହାଯାଇଛି । ଅର୍ଜୁନ ତାଙ୍କ ପରିବାରର ନିକଟତର ଥିଲେ। ଅରବାଜଙ୍କ ସହ ଝଗଡ଼ା ସମୟରେ ମଲାଇକାଙ୍କୁ ଅର୍ଜୁନଙ୍କ ସମର୍ଥନ ମିଳିଥିଲା।


ଅରବାଜ ଇଟାଲିଆନ୍ ମଡେଲ୍ ଜର୍ଜିଆ ଆଣ୍ଡ୍ରିୟାନୀଙ୍କୁ ଡେଟ୍ କରୁଛନ୍ତି। ଏପଟେ ମଲଇକା ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍ କରୁଛନ୍ତି। ମଲାଇକା ଏବଂ ଅରବାଜ ବିଚ୍ଛେଦର କାରଣ କେବେ ବି ଖୋଲି କହି ନାହାନ୍ତି। ଅରବାଜ ଏକ ଚ୍ୟାଟ୍ ଶୋ ରେ କହିଥିଲେ ବାହାରୁ ସବୁ ଠିକ୍ ଦେଖାଯାଉଥିଲେ ମଧ୍ୟ ଭିତରୁ ସବୁ କିଛି ଭାଙ୍ଗି ସାରିଛି।

{"id":273714,"width":584,"height":438,"sizeSlug":"large"}


ଅରବାଜ କହିଥିଲେ ଯେ ଯେତେବେଳେ ଜିନିଷ ସମ୍ଭାଳି ହୁଏନାହିଁ ଏବଂ ଦୁଇ ଜଣ ନିଜ ଜୀବନ ନିଜ ହାତରେ ନେବାକୁ ଚାହଁନ୍ତି ସେତେବେଳେ ଏପରି ନିଷ୍ପତ୍ତି ନେବାକୁ ପଡ଼ିଥାଏ। ଏକ ସାକ୍ଷାତକାରରେ ମଲାଇକା ଏହି ମାମଲାରେ କହିଥିଲେ ଯେ ଦୁହେଁ ପରସ୍ପରକୁ ଦୁଃଖ ଦେଉଥିଲେ। ଏହି କାରଣରୁ ସେମାନଙ୍କ ଆଖପାଖର ଲୋକେ ମଧ୍ୟ ପ୍ରଭାବିତ ହେଉଥିଲେ।


ସାକ୍ଷାତକାରରେ ମଲାଇକା ଏହା ମଧ୍ୟ କହିଥିଲେ ଯେ ମହିଳାଙ୍କ ପାଇଁ ଡିଭୋର୍ସ ପରେ ଜୀବନ ପୁଣି ଥରେ ଆରମ୍ଭ କରିବା କଷ୍ଟକର ହୋଇପଡ଼େ। କିନ୍ତୁ ସେ ମହିଳାଙ୍କୁ ଡେଟ୍ କରିବାକୁ ପରାମର୍ଶ ଦେଇଥିଲେ।
ଏକ ସାକ୍ଷାତକାରରେ ଅରବାଜଙ୍କୁ ମଲାଇକା ଏବଂ ଅର୍ଜୁନଙ୍କ ବିବାହ ବିଷୟରେ ପଚରାଯାଇଥିବାବେଳେ ଅରବାଜ ଏହାକୁ ଏଡ଼ାଇ ଦେଇଥିଲେ। ସେ କହିଥିଲେ ଯେ ଯଦି ସେମାନେ ଏହି ପ୍ରଶ୍ନକୁ ଖୁବ୍ ପରିଶ୍ରମ କରି ପ୍ରସ୍ତୁତ କରିଛନ୍ତି ତେବେ ତାଙ୍କୁ ବି ଉତ୍ତର ଦେବାକୁ ସମୟ ଦିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.