ସଲମାନ ଖାନଙ୍କ ଶତ୍ରୁ ବିବେକଙ୍କ ସହ ହାତ ମିଳାଇଲେ ଭାଇ ଅରବାଜ ଖାନ୍

Published By : Prameya-News7 Bureau | December 18, 2020 IST

ମୁମ୍ବାଇ ୧୮/୧୨: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଲମାନ୍ ଖାନ୍ ଏବଂ ବିବେକ ଓବେରୟଙ୍କ ବିବାଦ ବିଷୟରେ ସମସ୍ତେ ଜାଣିଛନ୍ତି। ଉଭୟଙ୍କ ମଧ୍ୟରେ ଘୋର ଶତୃତା ରହିଛି ଏବଂ ଦୁହେଁ ଦୀର୍ଘ ବର୍ଷରୁ ପରସ୍ପର ସହ କଥା ହେଉ ନାହାନ୍ତି। ଏସବୁ ଜିନିଷ ସତ୍ବେ ଅରବାଜ ଖାନ୍ ନିଜ ଭାଇଙ୍କ ଶତ୍ରୁ ବିବେକ ଓବେରୟଙ୍କ ସହ ହାତ ମିଳାଇଛନ୍ତି। ଶୁଣିବାକୁ ମିଳିଛି ଯେ ଦୁହେଁ ଏକାଠି କାମ କରିବାକୁ ଯାଉଛନ୍ତି।

ଅରବାଜ ଖାନ୍ ଏବଂ ବିବେକ ଓବେରୟ ‘ରୋଜି-ଦ ସ୍ୟାଫରନ୍ ଚ୍ୟାପ୍ଟର’ନାମକ ହରର ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ମାଣ ବିବେକ ଓବେରୟ କରୁଛନ୍ତି ଏବଂ ଏଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ‘ରୋଜି-ଦ ସ୍ୟାଫରନ୍ ଚ୍ୟାପ୍ଟର ଫିଲ୍ମ ଏକ ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ହେବ ଯେଉଁଥିରେ ଶ୍ବେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

 ଫିଲ୍ମର ନିର୍ମାତା ପ୍ରେରଣା ଅରୋରା କହିଛନ୍ତି ଯେ ସେ ବହୁତ ଖୁସି ଯେ ତାଙ୍କ ଫିଲ୍ମରେ ଅରବାଜ ଖାନଙ୍କ ଏଣ୍ଟ୍ରି ହୋଇଛି। ସେ ଜଣେ ଚମତ୍କାର ନିର୍ମାତା ଏବଂ ନିର୍ଦେଶକ। ସେ ଏହି ଫିଲ୍ମକୁ ଆରମ୍ଭ କରିବା ପାଇଁ ଖୁବ୍ ଉତ୍ସାହିତ ଏବଂ ଅରବାଜ ଖାନ୍ ଆସିବା ପରେ ଏହି ଉତ୍ସାହ ଆହୁରି ବଢ଼ିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.