ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିଓ୍ବାଲ : ରାମଲୀଳା ମଇଦାନରେ ଭବ୍ୟ ଆୟୋଜନ

Published By : Prameya-News7 Bureau | February 16, 2020 IST

ନୂଆଦିଲ୍ଲୀ ୧୬।୦୨: ରବିବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରେ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ । ଦିଲ୍ଲୀର ରାମଲୀଳା ମଇଦାନରେ ସକାଳ ୧୦ଟା ସମୟରେ ଶପଥ ଗ୍ରହଣ ସମାରୋହ । ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀ ପୋଲିସର ୩୦୦୦ହଜାର ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି ।

ଗତ ୧୧ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଫଳାଫଳ ପ୍ରକାଶ ପାଇଛି । ନିର୍ବାଚନ ଫଳାଫଳରେ ଆମ୍‌ ଆଦମୀ ପାର୍ଟି ୭୦ ଆସନରୁ ୬୨ଆସନରେ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ପ୍ରଥମେ ୨୦୧୩, ୨୦୧୫ ଏବଂ ୨୦୨୦ରେ ନିର୍ବାଚନ ଜିତି ଲଗାତର ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଶପଥ ଗ୍ରହଣ ସମାରୋହରେ କେଜ୍ରିଓ୍ବାଲଙ୍କ ସମେତ ୬ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି । ଶପଥ ସମାରୋହକୁ ଦୃଷ୍ଟିରେ ରଖି ଦିଲ୍ଲୀ ରାମଲୀଲା ମଇଦାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  କେଜରିୱାଲଙ୍କ ଶପଥ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ସମେତ ବହୁ  ସାଧାରଣ ଲୋକଙ୍କୁ ନିମନ୍ତ୍ରଣ ଦିଆଯାଇଛି ।  ଶପଥ ଗ୍ରହଣ ଉତ୍ସବର ଦିଲ୍ଲୀ ପୁଲିସ୍ ପକ୍ଷରୁ ୩୦୦୦ ସୁରକ୍ଷା କର୍ମୀ ନିୟୋଜିତ ହେବେ।  ଏଥିସହିତ ରାମଲୀଲା ମୈଦାନକୁ ଯୋଡ଼ୁଥିବା ସବୁ ରାସ୍ତା ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି  । ସକାଳ  ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.