Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା; ଯୋଗଦେଲେ ଧର୍ମେନ୍ଦ୍ରଙ୍କ ସମେତ ବହୁ ରାଜ୍ୟ ସ୍ଥରୀୟ ନେତା

1/12/2018 at 6:54 PM

ଭୁବନେଶ୍ୱର ୧/୧୨ : ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଧିବଦ୍ଧ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ଉପସଭାପତି ସମୀର ମହାନ୍ତି, ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ବହୁ ରାଜ୍ୟ ସ୍ଥରୀୟ ନେତା ଏହି ସମ୍ବର୍ଧନା ଉତ୍ସବରେ ଯୋଗ ଦେଇଥିଲେ | ବିଜେପି ଏକ ମାତ୍ର ବିକଳ୍ପ ବୋଲି ସମ୍ବର୍ଧନା ଉତ୍ସବରେ ଅପରାଜିତା କହିଛନ୍ତି | ସେ କହିଛନ୍ତି ଯେ, ବର୍ତ୍ତମାନ ପରିବର୍ତନର ସମୟ ଆସିଛି ଆଉ ସେ ଏହି ପରିବର୍ତ୍ତନର ସୁଅରେ ସେ ନିଜେ ସାମିଲ ହୋଇଛନ୍ତି |

ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ଅପରାଜିତା ଦିଲ୍ଲୀ ଠାରେ ବିଜେପି ରାଷ୍ଟ୍ରୀୟ ଅମିତ ଶାହଙ୍କ ବାସଭବନରେ ବିଜେପିରେ ଯୋଗ ଦେଇଥିଲେ | ୨୯ ତାରିଖରେ ସେ ଭୁବନେଶ୍ୱର ଆସିଥିଲେ | ବିମାନବନ୍ଦରରୁ ତାଙ୍କୁ ଏକ ପଟୁଆରରେ ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା | ତେବେ ବିମାନବନ୍ଦର ଠାରେ ତାଙ୍କୁ କୌଣସି ରାଜ୍ୟ ସ୍ଥରୀୟ ନେତା ସ୍ୱାଗତ କରିବା ପାଇଁ ନଥିଲେ | ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଓ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା | ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଅପରାଜିତା ବିଜେପିରେ ଯୋଗ ଦେବା ନେଇ ଅସନ୍ତୁଷ୍ଟ ଥିବା କୁହାଯାଇଥିଲା | ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୁସି ନଥିବା ଆଲୋଚନା ହେଉଥିଲା | ତେବେ ଆଜିର ସମ୍ବର୍ଧନା ଉତ୍ସବରେ ଧର୍ମେନ୍ଦ୍ରଙ୍କ ସମେତ ସବୁ ରାଜ୍ୟ ସ୍ଥରୀୟ ନେତାଙ୍କ ଯୋଗଦାନ ଏହି ଆଲୋଚନା ଓ ସମାଲୋଚନାର ଅବସାନ ଘଟାଇବା ବୋଲି ଆକଳନ କରାଯାଉଛି |

   Related Posts