ତୁର୍କୀ ପରେ ସାଉଦି ଆରବକୁ ମିଳିଲା ତୈଳ ଓ ଗ୍ୟାସର ଦୁଇଟି ନୂଆ ଭଣ୍ଡାର: ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରିନ୍ସ

Published By : Prameya-News7 Bureau | August 31, 2020 IST

ରିୟାଦ ୩୧/୦୮ : କରୋନା ମହାମାରୀ ଯୋଗୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସାଉଦି ଅରବିକୁ ଏକ ଭଲ ଖବର ମିଳିଛି | ସାଉଦି ଆରବର ସରକାରୀ ତୈଳ କମ୍ପାନୀ ଦେଶର ଉତ୍ତର ଅଞ୍ଚଳରେ ଦୁଇଟି ନୂଆ ତୈଳ ଓ ଗ୍ୟାସ ଫିଲଡ ଖୋଜି ବାହାର କରିଛି | ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲ ସଲମାନ ସାଉଦି ନ୍ୟୁଜ ଏଜେନ୍ସି ଏସପିଏକୁ ଏନେଇ ସୂଚନା ଦେଇଛନ୍ତି | ଏହା ପୂର୍ବରୁ ତୁର୍କୀ ରାଷ୍ଟ୍ରପତି ଘୋଷଣା କରିଥିଲେ ଯେ ତୁର୍କୀ କଳା ସାଗରରେ ସବୁଠାରୁ ବଡ ପ୍ରାକୃତିକ ଗ୍ୟାସ ଭଣ୍ଡାର ଖୋଜି ବାହାର କରିଛି | ଅଲ-ଜଉଫ ଅଞ୍ଚଳରେ ମିଳିଥିବା ଗ୍ୟାସ ଭଣ୍ଡାରକୁ ହଦବତ ଅଲ ହଜରା ଗ୍ୟାସ ଫିଲଡ ନାଁ ଦିଆଯାଇଛି | ଏଠାରେ ୧୬ ମିଲିୟନ କ୍ୟୁବିକ ଫୁଟ ପ୍ରାକୃତିକ ଗ୍ୟାସ ଉତ୍ପାଦନ କରାଯାଇପାରିବ | ଉତ୍ତର ସୀମାରେ ମିଳିଥିବା ଭଣ୍ଡାରକୁ ଅବରକ ଅଲ ତୁଲୁଲ ନାଁ ଦିଆଯାଇଛି | ଏଠାରେ ଦିନକୁ ପାଖାପାଖି ୩୧୮୯ ବ୍ୟାରେଲ ମିଲିୟନ ସୁପର ଲାଇଟ ଫୁଡ ବାହାରିପାରିବ |

ଆରାମକୋ କମ୍ପାନୀ ଗ୍ୟାସ ଓ ତୈଳରୁ ମିଳୁଥିବା ତୈଳ, ଗ୍ୟାସର ଗୁଣବତ୍ତାକୁ ଯାଞ୍ଚ କରିବା ଆରମ୍ଭ କରିବ | ପ୍ରିନ୍ସ ଅବଦୁଲ କହିଛନ୍ତି, ତୈଳ ଓ ଗ୍ୟାସ ଭଣ୍ଡାର ଅଞ୍ଚଳ ଓ ଆକାରର ସଠିକ ପତା ଲଗାଇବାକୁ କୂଅ ଖୋଲାଯିବ | ଦେଶର ସମୃଦ୍ଧି ପାଇଁ ସେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ସାଉଦି ଆରାମକୋ ଦୁନିଆର ସବୁଠାରୁ ବଡ ତୈଳ କମ୍ପାନୀ ଏବଂ ଦୁନିଆରେ ପ୍ରତିଦିନ ତୈଳ ଉତ୍ପାଦନ ମାମଲାରେ ସବୁଥରଓ ଆଗରେ ରହିଛି | ଏହାର ସବୁଠାରୁ ବଡ ବଜାର ଏସିଆରେ ରହିଛି | ଯେଉଁଠାରେ କରୋନା ମହାମାରୀ ପୂର୍ବରୁ ୭୦ ପ୍ରତିଶତ ରପ୍ତାନି ହେଉଥିଲା | କିନ୍ତୁ କରୋନା ମହାମାରୀ ଯୋଗୁଁ ତୈଳ ଉତ୍ପାଦନ ହ୍ରାସ ପାଇଛି ଓ ତୈଳ ମୂଲ୍ୟ ହ୍ରାସ ପାଇଛି | ଫଳରେ ସାଉଦି ଆରବର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡିଛି | ଭେନେଜୁଏଲା ପରେ ସାଉଦି ଆରବ ପାଖରେ ସବୁଠାରୁ ଅଧିକ ପ୍ରାମାଣିକ ତୈଳ ଭଣ୍ଡାର ରହିଛି | ସାରା ଦୁନିଆର ତୈଳ ଭଣ୍ଡାରରେ ସାଉଦି ଆରବର ଅଂଶଧନ ୧୭.୨ ପ୍ରତିଶତ | ତେବେ ତୈଳ ତୁଲମନରେ ସାଉଦି ଆରବରେ ଗ୍ୟାସ ଭଣ୍ଡାର କମ ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.