Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||

ଜେଜେଙ୍କୁ ଆଲିଙ୍ଗନ କରି ନାତୁଣୀ କହିଲେ, ‘କାନ୍ଦନି,ଖୁବ ଶୀଘ୍ର ଭଲ ହୋଇ ଘରକୁ ଫେରିବ’ : ଏତିକି ଶୁଣି ବିଗ୍ ବିଙ୍କ ଆଖିରୁ ଝରିଗଲା ଲୁହ

28/07/2020 at 5:14 PM

ମୁମ୍ବାଇ ୨୮/୦୭ : ମେଗାଷ୍ଟାର ଅମିତାଭ ବଚ୍ଛନଙ୍କ ବୋହୁ ଐଶ୍ୱର୍ଯ୍ୟା ରାୟ ଓ ନାତୁଣୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି | ବୋହୁ ଓ ନାତୁଣୀ ହସ୍ପିଟାଲରୁ ଡିସଚାର୍ଜ ହେବାବେଳେ ଅମିତାଭଙ୍କ ଆଖିରୁ ଲୁହ ଝରି ଆସିଥିଲା | ବୋହୁ ଐଶ୍ୱର୍ଯ୍ୟା ଓ ୮ ବର୍ଷର ଆରାଧ୍ୟାଙ୍କୁ ଜୁଲାଇ ୧୭ ତାରିଖରେ ନାନାବତୀ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା | ସୋମବାର ଦିନ ଦୁଇଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି | କରୋନା ଚିହ୍ନଟ ହେବାପରେ ଅମିତାଭ ଓ ତାଙ୍କ ପୁଅ ଅଭିଷେକଙ୍କୁ ଜୁଲାଇ ୧୧ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

ଐଶ୍ୱର୍ଯ୍ୟା ଓ ଆରାଧ୍ୟା ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ଅମିତାଭ ସୋସିଆଲ ମିଡ଼ିଆରେ ଏକା ପୋଷ୍ଟ କରିଛନ୍ତି | ପୋଷ୍ଟରେ ସେ ଲେଖିଛନ୍ତି ଯେ, ହସ୍ପିଟାଲରୁ ଡିସଚାର୍ଜ ହେବାପରେ ନାତୁଣୀ ଆରାଧ୍ୟା ତାଙ୍କୁ କହିଥିଲେ, ‘ଆପଣ ବି ଖୁବ ଶୀଘ୍ର ଭଲ ହୋଇଯିବେ ଓ ଘରକୁ ଫେରି ଆସିବେ’ | ନାତୁଣୀ ମୁହଁରୁ ଏଇ ପଡେ କଥା ଶୁଣି ଅମିତାଭ ଭାବବିହ୍ୱଳ ହୋଇଯାଇଥିଲେ |

ଅମିତାଭ ଲେଖିଛନ୍ତି, “ସ୍ନେହର ନାତୁଣୀ ଓ ବହୁରାନି, ଏତିକି କହିବା ପରେ ସେ କାନ୍ଦି ପକାଇଛନ୍ତି…କୁନି ନାତୁଣୀ ଜେଜେକୁ ଆଲିଙ୍ଗନ କରି କହିଛି, କାନ୍ଦନି…ଆପଣ ଖୁବ ଶୀଘ୍ର ଘରକୁ ଫେରି ଆସିବେ…କୁନି ଶିଶୁଟି ମୋତେ ଭରସା ଦେଇଛି, ମୋତେ ତା କଥାରେ ବିଶ୍ୱାସ ଅଛି”

ବହୁତ ଦିନ ପରେ ବଚ୍ଚନ ପରିବାରରୁ ଏକା ଭଲ ଖବର ଆସିଛି | ପରିବାରର ୪ ଜଣ କରୋନା ସଂକ୍ରମିତ ହେବାପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ | ଐଶ୍ୱର୍ଯ୍ୟା ରାୟ ଓ ଆରାଧ୍ୟା ସୁସ୍ଥ ହୋଇ ଘରକୁ ଫେରି ଆସିଥିବାବେଳେ ଅମିତାଭ ଓ ଅଭିଷେକ ଏବେ ମଧ୍ୟ ହସ୍ପିଟାଲରେ ଅଛନ୍ତି | ତେବେ ଅମିତାଭ ଓ ଅଭିଷେକ ହସ୍ପିଟାଲରୁ କେବେ ଡିସଚାର୍ଜ ହେବେ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବ ଅପେକ୍ଷା ଅନେକ ସୁଧୁରିଛି |

   Related Posts