ବେଆଇନ୍‌ ଅର୍ଥ କାରବାର ଓ ଜମାକାରୀଙ୍କୁ ଠକେଇ ମାମଲା, VDS ଇଣ୍ଡିଆ ନିର୍ଦ୍ଦେଶକ ଗିରଫ

Published By : Prameya-News7 Bureau | November 30, 2021 IST

ଭୁବନେଶ୍ୱର ୩୦।୧୧: ବେଆଇନ୍‌ ଅର୍ଥ  କାରବାର ଓ ଜମାକାରୀଙ୍କୁ ଠକେଇ ଅଭିଯୋଗରେ VDS ଇଣ୍ଡିଆ ନିର୍ଦ୍ଦେଶକ ଗିରଫ। କ୍ୟୁ- ନେଟ ସ୍କାମର ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ କୁମାରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ୟୁ । ଜମାକାରୀଙ୍କୁ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଖବର ଅନୁଯାୟୀ,  କ୍ୟୁ ନେଟ୍‌ର ଫ୍ରାଞ୍ଚାଇଜ୍‌ ଆଣିଥିଲେ ଅରବିନ୍ଦ। ହଂକଂ ସ୍ଥିତ ମଲ୍‌ଟି ଲେବେଲ୍‌ ମାର୍କେଟିଂ ସଂସ୍ଥା ହେଉଛି ‘କ୍ୟୁ ନେଟ୍‌’। ଏହାର ଫ୍ରାଞ୍ଚାଇଜି ଭାରତରେ ବିହାନ ଡାଇରେକ୍ଟ ସେଲିଙ୍ଗ ପ୍ରାଇଭେଟ୍ ଲିମିଟେଡ୍ ଅଟେ। କେନ୍ଦ୍ରାପଡ଼ା ଜିଲ୍ଲାର ପଳାଇ ଗାଁରେ ଅରବିନ୍ଦଙ୍କ ଘର। ତାଙ୍କୁ ଆଇପିସିର ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦ବି ଓ  ସେକ୍ସନ ୪, ୫, ୬ ଚିଟଫଣ୍ଡ ଏବଂ ମନି ସର୍କୁଲେସନ୍ ସ୍କିମ ଓ ସେକ୍ସନ ୬  ଓପିଆଇଡି ଆକ୍ଟରେ ଗିରଫ କରିଛି। ଚନ୍ଦନ ମହାଳିକ, ଶରତ ପରିଡା, ଦେବବ୍ରତ ହରିଚନ୍ଦନ, ପ୍ରଶାନ୍ତ କୁମାର ମହାନ୍ତି ଓ ଅରବିନ୍ଦ କୁମାର ଏହାର ଡାଇରେକ୍ଟର ଅଟନ୍ତି। ଏମାନେ ବେଆଇନ ଟଙ୍କା କାରବାର କରୁଥିଲେ ଓ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଛନ୍ତି। ପୂର୍ବରୁ ଏହି ମାମଲାରେ ଶରତ କୁମାର ପରିଡା, ଦେବବ୍ରତ ହରିଚନ୍ଦନ, ଚନ୍ଦନ କୁମାର ମହାଳିକ ଓ ପ୍ରଶାନ୍ତ କୁମାର ମହାନ୍ତି ଗିରଫ ହୋଇସାରିଛନ୍ତି। ୩୧ଜଣ ଜମାକାରୀଙ୍କଠାରୁ ୧.୨ କୋଟି ଟଙ୍କା ଠକି ନେଇଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.