Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦୁର୍ବଳ ହେଉଛି ‘ତୌତେ’, ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱୀତ

18/05/2021 at 9:40 PM

ସୌରାଷ୍ଟ୍ର ୧୮।୫: ଭୀଷଣ ସାମୁଦ୍ରିକ ବାତ୍ୟା ‘ତୌତେ’ ମଙ୍ଗଳବାର କ୍ରମଶଃ ଦୁର୍ବଳ ହୋଇଛି।  ଗୁଜରାଟର ସୌରାଷ୍ଟ୍ରର ଉତ୍ତର-ଉତରପୂର୍ବ ଦିଗକୁ ଗତି କରି ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଛି। ବାତ୍ୟା ତୌତେ  ଗୁଜରାଟ ଦିସାରୁ ୧୨୦ କିଲୋମିଟର  ଦକ୍ଷିଣ-ଦକ୍ଷିଣପୂର୍ବ ଓ ସୁରେନ୍ଦ୍ର ନଗରର ପଶ୍ଚିମରେ ୩୫ କିଲୋମିଟର ଦୂରରେ ଘନିଭୂତ ରହିଛି ଯାହା କ୍ରମଶଃ ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ସଦ୍ୟ ଆକଳନରୁ ଜଣାପଡିଛି।

ସେପଟେ ବାତ୍ୟା ଦୁର୍ବଳ ହେବା ପରେ ବର୍ଷା ଓ ବତାସ ଥମିଛି। ଫଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱୀତ ହୋଇଛି। ବାତ୍ୟା ତୌତେ ସୋମବାର ରାତିରେ ଗୁଜରାଟର ସୌରାଷ୍ଟ୍ରରେ ଧକ୍କା ଲାଗିଥିଲା। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟରକୁ ଛୁଇଁଥିଲା। ତେବେ ଏହା ପୂର୍ବାରୁ ବାତ୍ୟା ଯୋଗୁ ମହାରାଷ୍ଟ୍ରରେ ଭୀଷଣ ବର୍ଷା ସାଙ୍ଗକୁ ପବନ ତାଣ୍ଡବ ରଚିଥିଲା।

ତେବେ ସୋମବାର ଘୂର୍ଣ୍ଣିବାତ୍ୟା ଉପକୂଳକୁ ପହଞ୍ଚିବା ବେଳେ ଭିଷଣ ବର୍ଷା ଓ ପବନରେ ମୁମ୍ବାଇ ସମୁଦ୍ରରେ ଥିବା ବର୍ଜରେ ଫଶି ରହିଥିବା ୫ଶହରୁ ଅଧିକ ଲୋକଙ୍କ ଉଦ୍ଧାର ଲାଗି ମଙ୍ଗଳବାର ନୌସେନା ଟଗବୋଟ ଓ ଜାହାଜ ପଠାଇଥିଲା। ଘୂର୍ଣ୍ଣିବାତ୍ୟାରେ ବର୍ଜ ବୁଡି ଯାଇଥିଲା ଏଥିରେ ଉପକୂଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ୱାର୍ଟର ବି ଥିଲା। ବାତ୍ୟାରେ ଅନ୍ୟ ଦୁଇଟି ବର୍ଜ ଲଙ୍ଗରରୁ ଛିଣ୍ଡି ସମୁଦ୍ରରେ ଭାସିଯାଇଥିବା ଜଣାପଡିଛି।

ଅଧିକାରୀକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମୁଦ୍ରରେ ବାତ୍ୟା ଆସିବା ବେଳେ ବର୍ଜମାନଙ୍କରେ ୫୯୯ ଜଣ କର୍ମଚାରୀ ଥିଲେ। ଏହା ଛଡା ଓଏନଜିସିର ସାଗର ଭୂଷଣ ନାମକ ଏକ ଡ୍ରିଲିଂ ରିଗକୁ ବାତ୍ୟା ନିଜ ସ୍ଥାନରୁ ଦୂରକୁ ଘୁଞ୍ଚାଇ ଦେଇଛି। ଏଥିରେ ଓଏନଜିସିର ୩୭ ଜଣ କର୍ମଚାରୀ ଓ ୬୪ ଜଣ କଣ୍ଟ୍ରାକ୍ଟ ଶ୍ରମିକ ଥିଲେ। ବର୍ଜ ଓ ରିଗରେ ଫଶି ରହିଥିବା  ଲୋକଙ୍କ ଉଦ୍ଧାର ଲାଗି ନୌସେନା ଆଇଏନଏସ କୋଚ୍ଚି, ଆଇଏନଏସ କୋଲକାତାକୁ ନିୟୋଜିତ କରିଥିବା ବେଳେ କୋଷ୍ଟଗାର୍ଡର ଆଇସିଜି ସମର୍ଥ ମଧ୍ୟ ଯାଇଛି। ବର୍ଜ ପାପା-୩୦୫ରୁ ଏପର୍ଯ୍ୟନ୍ତ ୧୮୨ଜଣ ଲୋକେ ଉଦ୍ଧାର ହୋଇଥିବା ଜଣାପଡିଛି। ଏଥିରେ ୨୬୧ ଜଣ ଥିଲେ। ବାକି ଲୋକଙ୍କ ସନ୍ଧାନ କରାଯାଉଥିବା ଓ ସେମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ଥିବା କୁହାଯାଇଛି।

ସେହିପରି କୋଲାବା ପଏଣ୍ଟରେ ଥିବା ଗେଲ କନଷ୍ଟ୍ରକ୍ଟର ପବନରେ ଭାସି ୪୮ ନଟିକାଲ ମାଇଲ ଦୂରକୁ ଚାଲିଯାଇଥିଲା। ଏଥିରେ ଥିବା ସମସ୍ତ ୧୩୭ ଜଣ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି। ସେହିପରି ବଜରା ସପୋର୍ଟ ଷ୍ଟେସନ-୩ରେ ୨୦୧ ଜଣ ଥିଲେଓ ତାହା ଉତ୍ତର-ପଶ୍ଚିମ ଦିଗକୁ ଭାସିଯାଇଥିବାର ଖବର ଆସୁଛି।

ତେବେ ତୌତେରୁ ମୁମ୍ବାଇର ଐତିହାସିକ ନିର୍ମାଣ ଗେଟୱେ ଅଫ ଇଣ୍ଡିଆ ଅଳ୍ପକେ ବର୍ତ୍ତି ଯାଇଛି। ହେଲେ ଏହା ନିକଟରେ ଥିବା ଫୁଟପାଥକୁ ସମୁଦ୍ର ଭସାଇ ନେଇଛି। ଗେଟୱେ ଅଫ ଇଣ୍ଡିଆର ସୁରକ୍ଷାଲାଗି ନିର୍ମିତ କାନ୍ଥ ଓ ଲୁହା ବାଡ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଏହା ଛଡା ବାତ୍ୟା ଯୋଗୁ ସମୁଦ୍ରରୁ ଆବର୍ଜାନା ଆଣି ଜୁଆର  ଏଠାରେ ଗଦେଇ ଦେଇଥିବା ମହାନଗରପାଳିକା ଅଧିକାରୀ କହିଛନ୍ତି।

ସେପଟେ ବାତ୍ୟା ଥମିବା ପରେ ଗୁଜରାଟର ସୋମନାଥ ଜିଲ୍ଲା ଓ ଡ୍ୟୁ ମଧ୍ୟରେ ଅବରୋଧ ହୋଇଥିବା ସଡକକୁ ସେନା ଯାତାୟାତ ଲାଗି ଖୋଲିଛି। ରାସ୍ତାରେ ପଡିଥିବା ସମସ୍ତ ଗଛ କାଟି ଦିଆଯାଇଛି। ଫଳରେ ବାତ୍ୟା ଯୋଗୁ ଯୋଗାଯୋଗରେ ଉପୁଜିଥିବା ସମସ୍ୟ ସାମାନ୍ୟ ସମାଧାନ ହୋଇଛି।   

   Related Posts