Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁଞ୍ଜି ଟାଣୁଛି ରିଲାଏନ୍ସ ଜିଓ: ନିବେଶକାରୀଙ୍କ ତାଲିକାରେ ଏବେ ଆବୁଧାବି ଓ ସାଉଦି କମ୍ପାନୀ, ଆମାଜନ ବି ଆଗ୍ରହୀ

2/06/2020 at 5:50 PM

ନୂଆଦିଲ୍ଲୀ, ୦୨|୦୬:  ୟୁନାଇଟେ଼ଡ୍ ଆରବ ଏମିରେଟସର ଆବୁଧାବି ଇନଭେଷ୍ଟମେଣ୍ଟ୍ ଅଥରିଟି ବା ଏଡିଆଇଏ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ସହ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବା ନେଇ ଇଚ୍ଛା ପ୍ରକାଶ କରିଛି । ଏହି କମ୍ପାନୀ ରିଲାଏନ୍ସର ଜିଓ ପ୍ଲାଟଫର୍ମରେ ନିବେଶ କରିବ ବୋଲି ସୂଚନା ମିଳିଛି ।

ଆବୁଧାବିର ମୁବାଡଲା ଇନଭେଷ୍ଟମେଣ୍ଚ କମ୍ପାନୀ ଓ ସାଉଦି ଆରବ ୩୨୦ ବିଲିୟନ ଓ୍ୱେଲଥ୍ ଫଣ୍ଡ ବିଶିଷ୍ଟ ଏକ କମ୍ପାନୀ ମଧ୍ୟ ଜିଓରେ ନିବେଶ କରିବ । ଏହି କମ୍ପାନୀ ଦ୍ୱୟ ଜିଓରେ ୨ ବିଲିୟନ ଡଲାର ବା ୧୫ ହଜାର କୋଟି ଟଙ୍କା ନିବେଶ କରିପାରନ୍ତି । ନିକଟରେ ଜିଓରେ ଅନେକ ଗ୍ଲୋବାଲ୍ କମ୍ପାନୀ ନିବେଶ କରିଥିଲେ । ରିଲାଏନ୍ସ ଜିଓ ପ୍ଲାଟଫର୍ମ ବିଶ୍ୱସ୍ତରର ଅନେକ କମ୍ପାନୀକୁ ଆକୃଷ୍ଟ କରିବାରେ ସଫଳ ହୋଇଛି ।

ଜିଓ ପ୍ଲାଟଫର୍ମରେ ରିଲାଏନ୍ସ ୮୫ ହଜାରରୁ ୯୦ ହଜାର କୋଟି ଟଙ୍କା ଅନ୍ୟ କମ୍ପାନୀ ଦ୍ୱାରା ନିବେଶ କରିବ ବୋଲି ଲକ୍ଷ୍ୟ ରଖିଛି । ଫେସବୁକ, ସିଲଭର୍ ଲେକ୍, ଭିସ୍ତା ଓ କେକେଆର ଭଳି କମ୍ପାନୀ ଜିଓରେ ନିବେଶ କରିସାରିଛନ୍ତି । ଏହି ସବୁ ନିବେଶରେ ଜିଓ ନିଜର ୧୭.୧୨ ପ୍ରତିଶତ ଅଂଶଧନକୁ ବିକ୍ରି କରିସାରିଛି ।

ନିକଟରେ ଟେକ୍ଲୋଲୋଜୀ ଜିଆଣ୍ଟ୍ ମାଇକ୍ରୋସଫ୍ଟ ମଧ୍ୟ ଜିଓରେ ୨ ବିଲିୟନ ଡଲାର ନିବେଶ କରିବ ବୋଲି ଆଲୋଚନା କରିଥିଲା । ଯାହା ଜିଓର ୨.୫ ପ୍ରତିଶତ ଅଂଶଧନ ହେବ ।

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ପ୍ଲାଟଫର୍ମ ଜିଓ, ଜିଓ ଫାଇଭର, ମାଇ ଜିଓ, ଜିଓ ଟିଭି, ଜିଓ ସିନେମା, ଜିଓ ମାର୍ଟ୍, ଜିଓ ନ୍ୟୁଜ୍, ସିଓ ସାଭନ ଭଳି ଅନେକ ସର୍ଭିସ୍ ୟୁଜରଙ୍କୁ ପ୍ରଦାନ କରୁଛି । ମିଣ୍ଟ୍ ରିପୋର୍ଟ ଅନୁସାରେ, ମାଇକ୍ରୋସଫ୍ଟ୍ ଜିଓର ୨.୫ ପ୍ରତିଶତ ଅଂଶଧନ ଉପରେ ଆଲୋଚନା କରୁଛି । ଏଥିରେ କମ୍ପାନୀ ୨ ବିଲିୟନ ଡଲାର ବିନିଯୋଗ କରିବ । ଏହାପୂର୍ବରୁ ଫେସବୁକ, କେକେଆର ଭଳି କମ୍ପାନୀ ରିଲିଆନ୍ସ ସହ ଭାଗିଦାରୀ କରିସାରିଛନ୍ତି । ତେବେ ମାଇକ୍ରୋସଫ୍ଟ୍ ସହ ଏହି ବୁଝାମଣା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ପହଁଚିଛି । ଏବେସୁଦ୍ଧା ଏହା ଚୁଡାନ୍ତ ରୂପ ନେଇନାହିଁ । ଯଦି ଆଲୋଚନା ସଫଳ ହୁଏ ତେବେ ମାଇକ୍ରୋସଫ୍ଟ୍ ତୃତୀୟ ବୃହତ କମ୍ପାନୀ ଭାବେ ଜିଓରେ ବିନିଯୋଗ କରିବ । ସେହିପରି ଆମାଜାନ ମଧ୍ୟ ଜିଓରେ ନିବେଶ ପାଇଁ ଆଗ୍ରହୀ ରହିଛି ।

ପୂର୍ବରୁ ଅଗଷ୍ଟ ୨୦୧୯ରେ ମାଇକ୍ରୋସଫ୍ଟ୍ ଓ ଜିଓ ମଧ୍ୟରେ ଫ୍ରି କ୍ଲାଉଡ୍ ପାଇଁ ପାର୍ଟନରସିପ୍ ହୋଇଥିଲା । ନିକଟରେ ଫେସବୁକ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ୫.୭ ବିଲିୟନ ଡଲାର ବିନିଯୋଗ କରିଥିବା ବେଳେ କେକେଆର ଓ ଭିସ୍ଟା ଇକ୍ୟୁଟି ପାର୍ଟନର୍ ମଧ୍ୟ ୧.୫ ବିଲିୟନ୍ ଡଲାର ବିନିଯୋଗ କରିଥିଲେ । ସେହିପରି ସିଲଭର୍ ଲେକ୍ ଓ ଜେନେରାଲ୍ ଆଟଲାଣ୍ଟିକ୍ ଯଥାକ୍ରମେ ୭୪୬ ମିଲିୟନ ଡଲାର ଓ ୮୬୯ ମିଲିୟନ ଡଲାର ବିନିଯୋଗ କରିଥିଲେ ।

   Related Posts