Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲକଡାଉନ୍ ସମୟରେ ପ୍ରଥମ ଥର ପାଇଁ ନିଜର ଫିଟନେସ୍ ସିକ୍ରେଟ୍ ସେୟାର କଲେ ସାରା ଅଲ୍ଳୀ ଖାନ୍ : ଘଣ୍ଟାଏ ମଧ୍ୟରେ ଭିଡିଓକୁ ଦେଖିଲେ ୧୦ଲକ୍ଷରୁ ଅଧିକ ଲୋକ

3/04/2020 at 5:57 PM

ମୁମ୍ବାଇ ୩/୪: ଲଭ ଆଜ କଲର ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଦ୍ବାରା ନିକଟରେ କରାଯାଇଥିବା ଏକ ଭିଡିଓ ଖୁବ୍ ଚର୍ଚ୍ଚାରେ ଥିଲା। କରୋନା ଭାଇରସର ପ୍ରକୋପ ମଧ୍ୟରେ ବଲିଉଡ ଷ୍ଟାର ଲଗାତାର ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ଘରେ ବ୍ୟାୟାମ ଏବଂ ଫିଟନେସ୍ ମେଣ୍ଟେନ୍ କରିବାର ଟିପ୍ସ ସେୟାର କରୁଛନ୍ତି। ଦେଶରେ ଲକଡାଉନ୍ ପରଠୁ ବଲିଉଡ ଷ୍ଟାରମାନେ ମଧ୍ୟ ଘରେ ସମୟ ବିତାଉଛନ୍ତି। ଅନେକ ଅଭିନେତା ଏବଂ ଅଭିନେତ୍ରୀ ଆଜିକାଲି ରୋଷେଇ ଘରର ଦାୟିତ୍ବ ସମ୍ଭାଳୁଛନ୍ତି। ଏମାନଙ୍କ ମଧ୍ୟରେ ଶାହିଦ କପୁର,ମୀରା କପୁର,ସୋନମ୍ କପୁର,ଶିଳ୍ପା ସେଟ୍ଟୀ ସହ ବରୁଣ ଧଓ୍ବନ ମଧ୍ୟ ସାମିଲ ଅଛନ୍ତି। ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଘରେ ନିୟମିତ ଭାବେ ବ୍ୟାୟାମ କରୁଛନ୍ତି। ଏହା ସହିତ ନିଜ ପ୍ରଶଂସକମାନଙ୍କୁ ମଧ୍ୟ ଶିଖାଉଛନ୍ତି ଯେ କିପରି କରୋନା ଭାଇରସର ଚିନ୍ତାକୁ ଛାଡ଼ି ଫିଟ୍ ରହିବା।

ଇନଷ୍ଟାଗ୍ରାମରେ ସାରା ଅଲ୍ଲୀ ଖାନ୍ ଏକ ଭିଡିଓ ସେୟାର କରିଛନ୍ତି। ସୁସ୍ଥ ରହିବା ପାଇଁ ଯୋଗ ଏବଂ ବ୍ୟାୟାମ ଉପରେ ଜୋର ଦିଆଯିବା ଉଚିତ୍। ସେଲିବ୍ରିଟିମାନେ ଫିଟନେସ୍ ମାମଲାରେ ସବୁଠୁ ଆଗେ ରୁହନ୍ତି। କରୋନା ଭାଇରସଠୁ ବର୍ତ୍ତିବା ପାଇଁ ସେଲିବ୍ରିଟିମାନେ ଫ୍ୟାନ୍ସଙ୍କୁ ଟିପ୍ସ ଦେଉଛନ୍ତି ଏବଂ ଯୋଗ କିମ୍ବା ବ୍ୟାୟାମ କରିବାକୁ ପରାମର୍ଶ ଦେଉଛନ୍ତି। ସାରା ଅଲ୍ଲୀ ଖାନ୍ ମଧ୍ୟ ଅଧିକାଂଶ ସମୟରେ ଫ୍ୟାନ୍ସଙ୍କ ସହ ଫିଟନେସ୍ ଟିପ୍ସ ସେୟାର କରନ୍ତି।

ସେ ଭିଡିଓର କ୍ୟାପ୍ସନରେ ​ଲେଖିଛନ୍ତି ଯେ ,‘ ସେ ଜନତା କର୍ଫ୍ୟୁର ସମର୍ଥନ କରନ୍ତି। ଏହି ସମୟରେ ଫିଟନେସ୍ ପ୍ରତି ପ୍ରେରିତ ହୁଅନ୍ତୁ। ସୁସ୍ଥ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ ଏବଂ ଘରେ ରୁହନ୍ତୁ।’

   Related Posts