ଏଆର ରେହମାନଙ୍କ ଖୁଲାସା- ମୋ ବିରୋଧରେ କାମ କରୁଛନ୍ତି ପୂରା ଗ୍ୟାଙ୍ଗ, ଗୁଜବ ପ୍ରଚାର କରୁଛନ୍ତି

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫।୦୭: ଓସ୍କାର ଆଓ୍ଵାର୍ଡ ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ ବଲିଉଡକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଗୋଟିଏ ଗ୍ୟାଙ୍ଗ ତାଙ୍କ ବିଷୟରେ ଗୁଜବ ପ୍ରଚାର କରୁଛନ୍ତି। ତାଙ୍କ ବିଷୟରେ ଅପପ୍ରଚାର କରାଯାଉଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କୁ କାମ ଦିଆଯାଉ ନାହିଁ। ଉଲ୍ଲେଖନୀୟ ଏଆର ରେହମାନ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଏଆର ରେହମାନ ରେଡିଓ ମିର୍ଚି ସହ ସାକ୍ଷାତକାର ସମୟରେ କହିଛନ୍ତି, ମୁଁ ଭଲ ଫିଲ୍ମ ମିଳିଲେ ମନା କରେ ନାହିଁ। ମାତ୍ର କିଛି ଗ୍ୟାଙ୍ଗ ମୋ ବିଷୟରେ ଗୁଜବ ପ୍ରଚାର କରୁଛନ୍ତି। ମୋତେ ଇଣ୍ଡଷ୍ଟ୍ରୀରେ କେହି କାମ ଦେଉନଥିବା ସେମାନେ ଗୁଜବ ପ୍ରଚାର କରୁଛନ୍ତି। ମୁକେଶ ଛାବଡା ମୋ ପାଖକୁ ଆସିଥିଲେ। ଆଉ ମୁଁ ଦୁଇ ଦିନରେ ଗୀତ ପ୍ରସ୍ତୁତ କରି ତାଙ୍କୁ ଦେଇଥିଲି। ଦିଲ ବେଚାରାର ନିର୍ଦ୍ଦେଶକ ମୁକେଶ ଛାବଡା ମୋତେ କହିଲେ, ସାର ଜଣା ନାହିଁ କେତେ ଲୋକ କହିଲେ ଏଆର ରେହମାନଙ୍କ ପାଖକୁ ଯାଅ ନାହିଁ। ସେ ମୋତେ ଏମିତି ଅନେକ କାହାଣୀ କହିଲେ ବୋଲି ରେହମାନ କହିଛନ୍ତି।

{"id":305442,"sizeSlug":"large"}

ଏଆର ରେହମାନ କହିଛନ୍ତି ମୁଁ ମୁକେଶ ଛାବଡାଙ୍କ କଥା ଶୁଣିଲି ଏବଂ ଏବେ ବୁଝି ପାରିଲି ଯେ ମୋତେ କଣ ପାଇଁ କମ କାମ ମିଳୁଛି। କଣ ପାଇଁ ମୋ ପାଖକୁ ଭଲ ଫିଲ୍ମ ଆସୁନାହିଁ। ମୁଁ ଡାର୍କ ଫିଲ୍ମ କରିଥାଏ କାରଣ ଏକ ପୂରା ଗ୍ରୁପ ମୋ ବିରୋଧରେ କାମ କରୁଛନ୍ତି। ନବୁଝି ଏବଂ ନ ଚିନ୍ତା କରି ମୋର କ୍ଷତି କରୁଛନ୍ତି।

ଏଆର ରେହମାନ କହିଛନ୍ତି, ଲୋକେ ଚାହୁଁଛନ୍ତି ମୁଁ ତାଙ୍କ ପାଇଁ କାମ କରେ। ମାତ୍ର କିଛି ଲୋକ ଚାହୁଁଛନ୍ତି ମୋତେ କାମ ନମିଳୁ। ତଥାପି ମୁଁ ଭାଗ୍ୟ ଉପରେ ବିଶ୍ଵାସ କରେ। ମୁଁ ମାନୁଛି ସବୁ କିଛି ଈଶ୍ଵରଙ୍କ ଜରିଆରେ ଆସିଥାଏ। ଏଥିପାଇଁ ମୁଁ ନିଜ ଫିଲ୍ମ କରୁଛି। ମାତ୍ର ଆପଣ ସମସ୍ତେ ମୋ ପାଖକୁ ଆସିଥିବାରୁ ସ୍ଵାଗତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.