ଫ୍ୟାନ୍ସଙ୍କ ଟ୍ରୋଲ୍‌ର ଜବାବ ଦେଲେ ମ୍ୟୁଜିକ୍ ବାଦଶାହା, ସମାଲୋଚକଙ୍କୁ ଚୁପ୍ କରିବାକୁ କହିଲେ ପଦେ...

Published By : Prameya-News7 Bureau | April 10, 2021 IST

ମୁମ୍ବାଇ ୧୦/୦୪: ସଂଗୀତଜ୍ଞ ଏଆର୍ ରେହମାନ ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। । ରେହମାନ ତାଙ୍କର ନୂତନ ପ୍ରୋଜେକ୍ଟ '୯୯ ସଙ୍ଗସ୍ 'କୁ ପ୍ରମୋସନ୍ କରୁଥିଲେ । ଏହି ସମୟରେ, ଏକ ଇଭେଣ୍ଟରେ ଜଣେ ଆଙ୍କର  ହିନ୍ଦୀ କହିବାରୁ, ରେହମାନ କହିଥିଲେ, 'ହିନ୍ଦୀ?' ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆର ୟୁଜର୍ସମାନେ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ।

{"id":436207,"width":593,"height":431,"sizeSlug":"large","linkDestination":"none"}

ପ୍ରଥମ ଥର ପାଇଁ ରହମାନ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖିଛନ୍ତି । ଏକ ଇଣ୍ଟରଭ୍ୟୁରେ ରହମାନ ଏହାକୁ କେବଳ ଥଟ୍ଟା ବୋଲି ବର୍ଣ୍ଣନା କରିଛନ୍ତି । ରେହମାନ କହିଛନ୍ତି 'ପ୍ରକୃତରେ ଆମେ ଏହାକୁ ତିନୋଟି ଭାଷାରେ ଲଞ୍ଚ କରୁଛୁ । ହିନ୍ଦୀରେ ଆମେ ପୂର୍ବରୁ ଲଞ୍ଚ କରିସାରିଛୁ ।  ପରବର୍ତ୍ତୀ ଲକ୍ଷ୍ୟ ତାମିଲନାଡୁରେ ଥିଲା । ମଞ୍ଚରେ ଏକ ପ୍ରକାର ପ୍ରୋଟକଲ୍ ରହିଥାଏ । ମୁଁ ଦର୍ଶକଙ୍କ ସହ ତାମିଲ ଭାଷାରେ କଥାବାର୍ତ୍ତା କରୁଥିଲି ତେଣୁ ମୁଁ ତାଙ୍କୁ ତାମିଲରେ କହିବାକୁ ଏବଂ ପ୍ରୋଟୋକଲ୍ ଅନୁସରଣ କରିବାକୁ କହିଥିଲି । ମୁଁ ତାଙ୍କୁ କହିଳି ‘ହିନ୍ଦୀ?’ ଏବଂ ମୁଁ ମଞ୍ଚରୁ ଓହ୍ଲାଇ ଆସିଲି । ଏହା ଏକ ପରିହାସ ଥିଲା । ଏହାକୁ ଏତେ ଗମ୍ଭୀରତାର ସହ ନେବା ଆବଶ୍ୟକ ନାହିଁ । ମୁଁ ଭାବୁଛି ଏହା ଭାଇରାଲ ହେବା ଦ୍ୱାରା ଆମର ବହୁତ ଟଙ୍କା ବଞ୍ଚିଯାଇଛି କାରଣ ଏହା ପରେ ସବୁଆଡେ ଏହାନ ଏବଂ ମୋ ଚେହେରା ଥିଲା । '

{"width":597,"height":335}
99 SONGS - Official Trailer | AR Rahman | Ehan Bhat | Edilsy | Lisa Ray |  Manisha Koirala - YouTube

ରେହମାନ କହିଛନ୍ତି 'ମୁଁ ଗର୍ବିତ ଯେ ମୁଁ ତାମିଲନାଡୁରେ ଜନ୍ମ ହୋଇ ତାମିଲ ଭାଷା କହୁଛି । ହିନ୍ଦୀ ନ ଜାଣି ମଧ୍ୟ ହିନ୍ଦୀର ଦର୍ଶକ ମୋତେ ଗ୍ରହଣ କରିଛନ୍ତି, ଏହା ମୋ ପାଇଁ ଅଦ୍ଭୁତ । ମୋର ମନେ ଅଛି ଯେତେବେଳେ “ରୋଜା” ରିଲିଜ୍ ହୋଇଥିଲା, ଅନେକ ହିନ୍ଦୀ ବକ୍ତା ମୋତେ କହୁଥିଲେ ଯେ ସେମାନେ ତାମିଲର ଟ୍ରାକକୁ ଅଧିକ ପସନ୍ଦ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.