ଏ.ଆର୍. ରେହମାନଙ୍କ ମା’ କରିମା ବେଗମ୍‌ଙ୍କ ପରଲୋକ, ଫଟୋ ସେୟାର କରି ଦେଲେ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | December 28, 2020 IST

ନୂଆଦିଲ୍ଲୀ ୨୮।୧୨: ବଲିଉଡ୍ ର ପ୍ରସିଦ୍ଧ ସଙ୍ଗୀତକାର ଏ ଆର ରେହମାନଙ୍କ ମା’ କରିମା ବେଗମଙ୍କ ପରଲୋକ । ତାଙ୍କ ମା କିଛି ଦିନ ହେବ ଅସୁସ୍ଥ ଥିଲେ । ମାଙ୍କ ବିୟୋଗରେ ଏ ଆର ରେହମାନ ତାଙ୍କ ଟ୍ବିଟର ପେଜ୍ ରେ ଏକ ଫଟୋ ସେୟାର କରି ନିଜ ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରିପୋର୍ଟ ଅନୁସାରେ ରେହମାନ ତାଙ୍କ ମାଙ୍କ ଅତି ନିକଟତର ଥିଲେ । ତାଙ୍କ କଥାରେ ହିଁ ସେ ସଙ୍ଗୀତ ଜଗତରେ ପ୍ରବେଶ କରିଥିଲେ । ଏହି କାରଣରୁ ସେ ସବୁବେଳେ ଷ୍ଟେଜ୍ ସୋ ଗୁଡିକରେ ତାଙ୍କ ମାଙ୍କୁ ମନେପକାନ୍ତି ।

wp:html /wp:html

ଏର ରେହମାନ ତାଙ୍କ ଟ୍ବିଟରରେ ଫଟୋ ସେୟାର କରିବା କ୍ଷଣି ଫ୍ୟାନ୍ ମାନେ ତାଙ୍କ ଫଟୋରେ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ । ଲୋକମାନେ ରେହମାନଙ୍କ ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଲାଗିଛନ୍ତି । ରେହମାନଙ୍କ ଜନ୍ମ ଏକ ହିନ୍ଦୁ ପରିବାରରେ ହୋଇଥିଲା । ପିଲାଦିନେ ରେହମାନଙ୍କ ନାଁ ଦିଲ୍ଲୀପ କୁମାର ରଖାଯାଇଥିଲା । ୯ ବର୍ଷ ବୟସରେ ସେ ତାଙ୍କ ବାପା ଆରକେ ଶେଖରଙ୍କୁ ହରାଇ ଦେଇଥିଲେ ।

ପରିବାରର ଧର୍ମ ପରିବର୍ତ୍ତନକୁ ନେଇ ଥରେ ରେହମାନ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଯେତେବେଳେ ୨୩ ବର୍ଷ ବୟସରେ ତାଙ୍କ ଉଭଣୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା ସେତେବେଳେ ତାଙ୍କ ପାଇଁ ରେହମାନଙ୍କ ପୁରା ପରିବାର ଇସଲାମିକ୍ ଧର୍ମସ୍ଥଳୀରେ ପହଞ୍ଚିଯାଇଥିଲେ । ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ଫଳରେ ରେହମାନଙ୍କ ପରିବାର ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମକୁ ସ୍ବୀକାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.