ଏ.ଆର୍‌ ରହମାନ୍‌ଙ୍କ ନାଁରେ ଆସିଲା ଟ୍ୟାକ୍ସ ହେର୍‌ଫେର୍‌ ଅଭିଯୋଗ, ନୋଟିସ୍‌ ପଠାଇଲେ କୋର୍ଟ

Published By : Prameya-News7 Bureau | September 11, 2020 IST

ମୁ୍ମ୍ବାଇ ୧୧/୦୯:  ଓସ୍କାର ପୁରଷ୍କାର ବିଜେତା ତଥା ପ୍ରତିଷ୍ଠିତ ମ୍ୟୁଜିକ୍ କମ୍ପୋଜର୍‌ ଏଆର ରହମାନ୍‌ଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଟ୍ୟାକ୍ସ ହେରଫେର୍ ଅଭିଯୋଗରେ ମାଡ୍ରାସ୍‌ କୋର୍ଟ ପଠାଇଲେ ନୋଟିସ୍‌ । ନିଜର ଟ୍ରଷ୍ଟ ଏଆର ରହମାନ୍‌ ଟ୍ରଷ୍ଟକୁ ୩ କୋଟି ଟଙ୍କା ଦାନ ଦିଆଯାଇଛି ନା ଟ୍ୟାକ୍ସ ଫାଙ୍କିବା ପାଇଁ ଏହି ଡୋନେଶନ୍‌ କରାଯାଇଛି ଏହା ଜାଣିବାକୁ ଏହି ନୋଟିସ୍‌ ହୋଇଥିବା ଜଣାପଡ଼ିଛି ।

ଆୟକର ବିଭାଗର ଅଭିଯୋଗ ପରେ ମାଡ୍ରାସ୍‌ କୋର୍ଟ ଏଆର ରହମାନ୍‌ଙ୍କୁ ନୋଟିସ୍‌ ପଠାଇଛନ୍ତି । ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଅନୁସାରେ, ଏଆର ରହମାନ୍‌ ୨୦୧୧-୧୨ରେ ଇଂଲଣ୍ଡର ଲିବ୍ରା ମୋବାଇଲ୍‌ ସହ ଏକ କଲ୍‌ର ଟ୍ୟୁନ୍ ପ୍ରସ୍ତୁତ ପାଇଁ ଚୁକ୍ତି କରିଥିଲେ । ତେବେ ଏଥିପାଇଁ କମ୍ପାନୀ ପକ୍ଷରୁ ତାଙ୍କୁ ୩,୪୭ କୋଟି ମିଳିବାର ଥିଲା ।

ଏହିସବୁ ଟଙ୍କା ତାଙ୍କ ଟ୍ରଷ୍ଟ ନାଁରେ ପଠାଇବାକୁ ଏଆର ରହମାନ୍‌ କହିଥିଲେ। କିନ୍ତୁ ନିୟମ ଅନୁସାରେ ଏହି ଟଙ୍କା ଏଆର ରହମାନ୍‌ ନିଜେ ଗ୍ରହଣ କରିବାର ଥିଲା। ଏହାପରେ ଟ୍ୟାକ୍ସ ଦେଇ ଟଙ୍କା ଟ୍ରଷ୍ଟକୁ ଦେଇପାରିଥାନ୍ତେ । କିନ୍ତୁ ଏଭଳି କିଛି କରିନଥିଲେ ଏଆର । କିନ୍ତୁ ଅଭିଯୋଗକୁ ନେଇ ଏଆର ରହମାନ୍‌ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.