Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଟଲିଉଡ ପରେ ବଲିଉଡରେ ପାଦ ଥାପିଲେ ଅପସରା ରାନୀ, ଆଗାମୀ ୨୬ରେ ରିଲିଜ୍ ହେବ ଫିଲ୍ମ ଡି-କମ୍ପାନୀ

7/03/2021 at 6:51 PM

ଭୁବନେଶ୍ଵର ୦୭।୦୩: ଟଲିଉଡ ପରେ ଏବେ ବଲିଉଡରେ ପାଦ ଥାପିଛନ୍ତି ଅପସରା ରାନୀ । ମାର୍ଚ୍ଚ ୨୬ରେ ରିଲିଜ ହେବାକୁ  ଯାଉଛି ରାମଗୋପାଳ ବର୍ମାଙ୍କ ବଲିଉଡ ମୁଭି ଡି-କମ୍ପାନୀ ।  ଓଡିଆ ଅଭିନେତ୍ରୀ  ଅପସରାଙ୍କୁ  ବଲିଉଡରେ ଡେବ୍ୟୁ କରାଇଛନ୍ତି ନିର୍ଦ୍ଦେଶକ ରାମୁ  ।

ଟଲିଉଡରେ ବେଶ ନାଁ କମେଇଥିବା ଓଡିଆ ଅଭିନେତ୍ରୀଙ୍କ ଜଲୱା ଦେଖିବେ ବଲିଉଡ ପ୍ରେମୀ  ।  ମାର୍ଚ୍ଚ ୨୬ରେ ରିଲିଜ୍ ହେବାକୁ ଥିବା ରାମଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ମୁଭି ଡି-କମ୍ପାନୀରେ ନଜର ଆସିବେ ଆଇଟମ ଗାର୍ଲ ଅପସରା ରାନୀ । ଏହାସହ ଏପ୍ରିଲ ୨ରେ ରିଲିଜ ହେବାକୁ ଥିବା  ତେଲଗୁ ମୁଭି ଲୁଟମାର୍ ରେ ମଧ୍ୟ ଗୋପିଚାନ୍ଦଙ୍କ ସହ ନଜର ଆସିବେ ଅପସରା ।

କୋଭିଡ କଟକଣା କୋହଳ ପରେ  ତେଲୁଗୁ ସୁପର ଷ୍ଟାର ରବି ତେଜାଙ୍କ ଅଭିନୀତ କ୍ରାକ୍ ଚଳଚିତ୍ରରେ ଅପସରାଙ୍କୁ ଏକ  ଆଇଟମ ଡ୍ୟାନ୍ସରେ ଦେଖିବାକୁ ମିଳିଥିଲା । ଯାହାକୁ  ୨କୋଟି ଦର୍ଶକ ସୋସିଆଲ ମିଡିଆରେ ଦେଖି ସାରିଲେଣି ।

ମୁଭି କ୍ରାକ ପ୍ରାୟ ୪୨କୋଟି ଟଙ୍କାର  ବ୍ୟବସାୟ ମଧ୍ୟ କରିଛି, ଯେଉଁଥିରେ ଅପସରାଙ୍କ ଅଭିନୟ ଦେଖିବାକୁ ମିଳିଛି ।

ରାମ ଗୋପାଳ ବର୍ମାଙ୍କ ଭଳି  ନିର୍ଦ୍ଦେଶକଙ୍କ ବ୍ୟାନରରେ  ଫିଲ୍ମ ପାଇବା  ଅପସରାଙ୍କ ଲାଗି ଆଗକୁ ସୁଯୋଗ ସୃଷ୍ଟି କରିବ।

   Related Posts