ଲକ୍ଷେ ପୋଷ୍ଟାଲ ବାଲଟ ଏବଂ୩୪ ହଜାର ଇଟିପିବିଏସ୍ ମାଧ୍ୟମରେ ପଡ଼ିଥିବା ଭୋଟକୁ ନେଇ ଟେନ୍ସନରେ ନେତା

Published By : Prameya-News7 Bureau | May 22, 2019 IST

ଭୁବନେଶ୍ବର୨୨|୫: ଇଭିଏମ ଭିଭିପାଟ୍‌ରେ ସିଲ୍‌ ଖୋଲାହେବ । ଆଉ ଗଣାହେବ ଭୋଟ୍‌ । ହେଲେ ପୋଷ୍ଟାଲ ବାଲଟ ଏବଂ ଇଟିପିବିଏସ୍‌ ବା ଇଲେକ୍ଟେ୍ରାନିକାଲି ଟ୍ରାନ୍‌ସ୍‌ ମିଟେଡ୍‌ ପୋଷ୍ଟାଲ ବାଲାଟ୍‌ ସର୍ଭିସ ମାଧ୍ୟମରେ ପଡ଼ିଥିବା ଭୋଟ୍‌କୁ ନେଇ ଟେନ୍‌ସନ୍‌ରେ ନେତା । କାରଣ କାଣ୍ଟେ କି ଟକ୍କର ପରିସ୍ଥିତିରେ ଏହି ଭୋଟ୍‌ ନିର୍ଣ୍ଣାୟକ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ….

{"id":114834}

ପୋଷ୍ଟାଲ ବାଲାଟ ଏବଂ ଇଲେକ୍ଟ୍ରୋନିକାଲି ଟ୍ରାନସମିଟେଡ ପୋଷ୍ଟାଲ ବାଲାଟ ସର୍ଭିସ ବା ଇଟିପିବିଏସ୍ ଭୋଟକୁ ନେଇ ସସପେନ୍‌ସ୍‌ଏଥର ୧ ଲକ୍ଷ ପୋଷ୍ଟାଲ ବାଲାଟ ଏବଂ ୪୩ ହଜାର ଇଟିପିବିଏସ୍ ଭୋଟ ମିଳିଥିବାରୁ ଚିନ୍ତାରେ ପ୍ରାର୍ଥୀ ଆଉ ଦ୍ବନ୍ଦ୍ବରେ ଭୋଟର । ଏତେ ସଂଖ୍ୟାରେ ପୋଷ୍ଟାଲ ବାଲାଟ ଏବଂ ଇଟିପିବିଏସ୍ ବାଲାଟ ନେତାଙ୍କ ହାର୍‌ ଜିତ୍‌ ଉପରେ ବିଶେଷ ପ୍ରଭାବ ପକାଇପାରେ । ଏଥର ନିର୍ବାଚନରେ ଯେହେତୁ କାଣ୍ଟେ କି ଟକ୍କର ପରିସ୍ଥିତି ତେଣୁ  ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ହାରଜିତ୍ ର ଫରକ ମାତ୍ର କେତେ ଶହ ଭୋଟ ରହିବ ବୋଲି ଆକଳନ କରାଯାଉଛି ।  ଏମିତିରେ ପୋଷ୍ଟାଲ ବାଲଟ ଏବଂ ଇଟିପିବିଏସ୍‌ ବାଲଟ୍‌ ମାଧ୍ୟମରେ ସଠିକ୍‌ ଭୋଟ ଗ୍ରହଣ ହୋଇଛି ନା ଏଥିରେ ଜାଲିଆତି ହୋଇଛି ତାକୁ ନେଇ ମଧ୍ୟ ଦ୍ବନ୍ଦ୍ବରେ ଅଛନ୍ତି ପ୍ରାର୍ଥୀ

{"id":114835}

ଆଗରୁ ଯେଉଁମାନେ ଭୋଟ ଦେବାକୁ ଆସି ପାରୁନଥିଲେ ସେମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତାଧିକାର ସାବ୍ୟସ୍ତ କରୁଥିଲେ । ବିଶେଷକରି ସରକାରୀ ଚାକିରିଆଙ୍କ ପାଇଁ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଥିଲା । ସେମାନଙ୍କ ସଂଖ୍ୟା ବହୁତ କମ୍ ରହୁଥିଲା । ତେବେ ଏଥର କେବଳ ପୋଷ୍ଟାଲ ବାଲାଟ ୧ ଲକ୍ଷ ଟପିଛି ।

{"id":114836}

ସେହିଭଳି ପୋଷ୍ଟାଲ ବ୍ୟବସ୍ଥାରେ ଆସିଥିବା ଭୋଟକୁ ଗଣତି କରିବା ଡେରି ହେଉଥିବାରୁ ଏହାକୁ ହଟାଇବା ପାଇଁ ନୂଆ କରି ଯେଉଁ ଇଲେକ୍ଟ୍ରୋନିକାଲି ଟ୍ରାନସମିଟେଡ ପୋଷ୍ଟାଲ ବାଲାଟ ସର୍ଭିସ ବା ଇଟିପିବିଏସ୍ ବ୍ୟବସ୍ଥା ଲାଗୁ ହୋଇଛି ସେଥିରେ ଏବେ ୪୩ ହଜାର ୩୫୭ ଭୋଟ ପଡିଥିବାରୁ ତାକୁ ନେଇ ମଧ୍ୟ  ସନ୍ଦେହ ବଢ଼ୁଛି ।

{"id":114837}

ପ୍ରଶ୍ନ ଉଠୁଛି ପ୍ରଥମରୁ ଇଟିପିବିଏସ୍ ଜରିଆରେ ଆସିଥିବା ଏତେ ସଂଖ୍ୟାରେ ଭୋଟ ଠିକ୍ ଅଛି ତ । ଏଠି ଫଲସ୍‌ ଭୋଟିଙ୍ଗ ହୋଇନି ତ । ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବା କଥା,  ଏସବୁ ଭୋଟର ସତ୍ୟତା ଯାଞ୍ଚ ପାଇଁ ବ୍ୟବସ୍ଥା ହୋଇଛି

{"id":114840}

କାଲି ସକାଳୁ ଆରମ୍ଭ ହୋଇଯିବ କାଉଣ୍ଟିଂ ।  ପ୍ରଥମେ ଷ୍ଟ୍ରଙ୍ଗ ରୁମରୁ ପୋଷ୍ଟାଲ ବାଲାଟ ଗଣତି ଟେବୁଲକୁ ଆସିବ ।  ତା ପରେ ଆସିବ ଇଭିଏମ, ଭିଭିପାଟ୍‌ । ତେବେ ପୋଷ୍ଟାଲ୍‌ ଭୋଟ୍‌ ଏବଂ ଇଟିପିବିଏସ୍ ମତ​‌ କୌଣସି ପ୍ରାର୍ଥୀଙ୍କ ହାର୍‌ଜିତ୍‌କୁ ପ୍ରଭାବିତ କରୁଛି କି ନାହିଁ ତା ଉପରେ ରହିବ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.