କଳାହାଣ୍ଡିରେ ଧୋଇଗଲା ଆପ୍ରୋଚ ରୋଡ ; ପାଣି ସୁଅରେ ଫସି ରହିଛି ଟ୍ରକ
14/08/2018 at 5:34 AM

କଳାହାଣ୍ଡି ୧୪/୮ : କଳାହାଣ୍ଡି ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷ। ଜାରୀ ରହିଛି । ଏନ.ଏଚ.୨୬ କେଂଟେଶ୍ୱର ଠାରେ ଏପ୍ରୋଚ ରୋଡ ଧୋଇଯିବାରୁ ବଲାଙ୍ଗୀର-ଭବାନୀପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁରଗାମୀ ବସ, ଟ୍ରକ ସମେତ ଅନେକ ଯାନବାହାନ ଉଭୟପଟରେ ଅଟକି ରହିଛି । ଜାତୀୟ ରାଜପଥ ନିର୍ମ।ଣ ପାଇଁ ନିର୍ମିତ ଏପ୍ରୋଚ ରୋଡ ଧୋଇ ଯାଇଥିବା ବେଳେ ପାଣି ସୁଅରେ ଜାଣି ନ ପାରି ଗତକାଲି ଟ୍ରକ ଫସି ରହିଛି । ଟ୍ରକ ବାହାର କରିବାକୁ ଉଦ୍ୟମ ଜାରୀ ରହିଛି ।