ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା: କନ୍ଧମାଳ-କଳାହାଣ୍ଡି ଆପ୍ରୋଚ ରୋଡ ଏବଂ ରାୟଗଡା କଲ୍ୟାଣସିଂହପୁର ମଧ୍ୟରେ ଧୋଇଗଲା ଅସ୍ଥାୟୀ ପୋଲ

Published By : Prameya-News7 Bureau | July 27, 2019 IST

ଭୁବନେଶ୍ବର୨୭|୭: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା। ଲଗାଣ ବର୍ଷା ଯୋଗୁ କନ୍ଧମାଳ-କଳାହାଣ୍ଡି ସଂଯୋଗ କରୁଥିବା ଜାତୀୟ ରାଜପଥ ୫୯ର ମୁଣ୍ଡିଗଡ ଓ ମଣ୍ଡଳପଦ ଦୁଇଟି ସ୍ଥାନରେ ଆପ୍ରୋଚ ଧୋଇଯାଇଛି। ସେପଟେ ରାୟଗଡା କଲ୍ୟାଣସିଂହପୁରରେ ଭାଙ୍ଗିଯାଇଛି ଅସ୍ଥାୟୀ ପୋଲ। ଅସ୍ଥାୟୀ ପୋଲ ଭାଙ୍ଗିବାରୁ ୬ଟି ପଞ୍ଚୟତର ୨୦ ହଜାର ଲୋକ  ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଲଘୁଚାପ ପ୍ରଭାବରେ ଆହୁରି ୪୮ ଘଣ୍ଟା  ବର୍ଷିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର  ଆଞ୍ଚଳିକ ପାଣିପାଗ କେନ୍ଦ୍ର।

{"id":137988}

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁ କନ୍ଧମାଳ-କଳାହାଣ୍ଡିକୁ ସଂଯୋଗ କରୁଥିବା NH-୫୯ର ମୁଣ୍ଡିଗଡ ଓ ମଣ୍ଡଳପଦ ୨ଟି ସ୍ଥାନରେ ଆପ୍ରଚ ଧୋଇଯାଇଛି । ଫଳରେ ସେହି ରାସ୍ତା ଦେଇ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । କନ୍ଧମାଳ, କଳାହାଣ୍ଡି ସମେତ ବଲାଙ୍ଗୀର, ନବରଙ୍ଗପୁର,ନୂଆପଡା ଓ ପଡୋଶୀ ଛତିଶଗଡ ଓ ରାୟପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ଲଗାଣ ବର୍ଷା ପ୍ରଭାବରେ ରାୟଗଡା କଲ୍ୟାଣସିଂହପୁରରେ ଭାଙ୍ଗି ଯାଇଛି ଅସ୍ଥାୟୀ ପୋଲ। ୬ଟି ପଂଚାୟତର ୨୦ ହଜାର ଲୋକଙ୍କ ସହ ଯୋଗଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ପୋଲ ଭାଙ୍ଗିବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ୨ ବର୍ଷ ପୂର୍ବେ କଲ୍ୟାଣୀ ନଦୀରେ ସ୍ଥାୟୀ ପୋଲ ଭାସିଯାଇଥିଲା । ତେଣୁ ଲୋକଙ୍କ ସୁବିଧା ପାଇଁ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା

{"id":137989}

ଲଘୁଚାପ ପ୍ରଭାବରେ ଆହୁରି ୪୮ ଘଣ୍ଟା ବର୍ଷା ଲାଗି ରହିବ ବୋଲି  ସୂଚନା ଦେଇଛନ୍ତି ଭୁବନେଶ୍ବର  ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋରାପୁଟ, ବରଗଡ, କଳାହାଣ୍ଡି, ନୂଆପଡା ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, ପୁରୀ, ସୁନ୍ଦରଗଡ, ବାଲେଶ୍ବର, ମୟୁରଭଞ୍ଜ, କଟକ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।  ଆଜି ଏବଂ ଆସନ୍ତାକାଲି ପାଇଁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୫୦ରୁ ୬୦ କିଲୋମିଟର ବେଗରେ ମଧ୍ୟ ପବନ ବହିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

{"id":137991}

୨୪ ଘଣ୍ଟାରେ ରାଜ୍ୟରେ ହାରାହରି ୨୨.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ୩୧ ତାରିଖ ଆଡ଼କୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଅଗଷ୍ଟ ପ୍ରଥମ ସପ୍ତାହରେ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

{"id":137992}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.