ବିଦେଶରୁ ପ୍ରଶଂସା ସାଉଁଟିଛନ୍ତି ବ୍ରହ୍ମପୁରର ଛାତ୍ର ବିଶ୍ବନାଥ ପାତ୍ର

Published By : Prameya-News7 Bureau | December 20, 2019 IST

ବ୍ରହ୍ମପୁର ୨୦।୧୨ - ଅଲଟରନେଟିଭ୍ ସୋର୍ସ ଅଫ ଏନର୍ଜି ଓ କ୍ଲିନ ଏନର୍ଜି ପ୍ରକଳ୍ପ ପାଇଁ ଦେଶ ବିଦେଶରୁ ପ୍ରଶଂସା ସାଉଁଟିଛନ୍ତି ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଯୁକ୍ତ ଦୁଇ ଛାତ୍ର ବିଶ୍ବନାଥ ପାତ୍ର। ବିଶ୍ବନାଥଙ୍କ ପ୍ରକଳ୍ପ ଅନ୍ତର୍ଜାତୀୟ ସ୍ତରରରେ ଚୟନ ହେବା ପରେ ସେ ରଷିଆ ଗସ୍ତ କରିଥିଲେ। ସେଠାରେ nuclear react ଏବଂ clean energy ପ୍ରକଳ୍ପକୁ ଉପସ୍ଥାପନ କରିଥିଲେ। ସମୁଦ୍ର ଭିତରେ କିଭଳି ୬୦୦ ଜଣ ଲୋକଙ୍କୁ ବିନା ବାହ୍ୟ ଶକ୍ତିରେ ଖାଦ୍ୟ, ପାଣି, ବିଦ୍ୟୁତ୍ ଯୋଗା ଯାଇପାରିବ ସେ ନେଇ ଏକ ପ୍ରକଳ୍ପ ଉପସ୍ଥାପନ କରିଥିଲେ ।

ବିଶ୍ବନାଥଙ୍କୱାଟର ଡିସପେନ୍ସର  ପ୍ରକଳ୍ପକୁ  ରୁଷ ରାଷ୍ଟ୍ରପତି ପୁଟିନ ଉଚ୍ଚ ପ୍ରଶଂସା କରିଥିଲେ। ବିଶ୍ବନାଥଙ୍କ ପ୍ରକଳ୍ପକୁ ଅନ୍ତର୍ଜାତୀୟ ସ୍ତରରେ  ଆଦୃତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ବିଜ୍ଞାନ ମେଳାରେ ଯୋଗ ଦେଇ ଦେଶ, ରାଜ୍ୟ ଏବଂ ବ୍ରହ୍ମପୁର ପାଇଁ ଗୌରବ ଆଣିଥିବାରୁ ସାଂସଦ ଓ ବିଧାୟକ ସମ୍ବର୍ଦ୍ଧତି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.