Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ପିଏମ୍ କେୟାର୍ସ ଫଣ୍ଡର ହେବ ଅଡ଼ିଟ, ସ୍ୱତନ୍ତ୍ର ଅଡ଼ିଟରଙ୍କୁ କରାଗଲା ନିଯୁକ୍ତି

14/06/2020 at 11:08 AM

ନୂଆଦିଲ୍ଲୀ ୧୪।୦୬: ଦେଶରେ କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ୩ଲକ୍ଷରୁ ଅଧିକ ହୋଇସାରିଲାଣି । କେନ୍ଦ୍ର ଓ ରାଜ୍ୟ ସରକାର ମିଶି କରୋନା ମହାମାରୀକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏହାମଧ୍ୟରେ ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ଚାଲିଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାମଧ୍ୟରେ ଏବେ ପିଏମ୍‌ କେୟାର୍ସ ଫଣ୍ଡ ଅଡିଟ୍‌ ହେବ ବୋଲି ଜଣାପଡ଼ିଛି । ଶୁକ୍ରବାର ଦିନ ମୋଦି ସରକାର ପିଏମ୍‌ କେୟାର୍ସ ଫଣ୍ଡର ତଥ୍ୟ ଅପଡେଟ୍‌ କରିବା ପାଇଁ ଏକ ସ୍ୱତନ୍ତ୍ର ଅଡିଟର ନିଯୁକ୍ତି କରିଛନ୍ତି ।  

ପିଏମ୍‌ କେୟାର୍ସ ଫଣ୍ଡର ତଥ୍ୟ ପାଇଁ ହାଇକୋର୍ଟରେ ଏକ ଆର୍‌ଟିଆଇ ଦାଖଲ କରାଯାଇଥିଲା । ଏବେ ପିଏମ୍‌ କେୟାର୍ସ ଫଣ୍ଡର ଅଡିଟ୍‌ର ତଥ୍ୟ ଦେବା ପାଇଁ ଦିଲ୍ଲୀର ଏକ ଫାର୍ମକୁ ଦାୟିତ୍ୱ ଦିଆଯାଇଛି । ଜାତୀୟ ଗଣମାଧ୍ୟମ ଅନୁଯାୟୀ , ପିଏମ୍‌ କେୟାର୍ସ ଫଣ୍ଡ ଏକ ସ୍ୱତନ୍ତ୍ର ଅଡିଟ ହେତୁ ଅଡିଟରକୁ ତିନି ବର୍ଷ ପାଇଁ ନିଯୁକ୍ତ କରାଯିବ । ଚଳିତ ବିତ୍ତିୟ ବର୍ଷର ଶେଷରେ ପିଏମ୍‌ କେୟାର୍ସ ଫଣ୍ଡର ଅଡିଟ ହେବ । ପୂର୍ବରୁ ଆର୍‌ଟିଆଇ ଜରିଆରେ ପିଏମ୍‌ କେୟାର୍ସ ଫଣ୍ଡ ସମ୍ବନ୍ଧରେ ତଥ୍ୟ ମଗାଯାଇଥିଲା । କିନ୍ତୁ ପିଏମ୍‌ଓ ପକ୍ଷରୁ ତଥ୍ୟ ଦେବାକୁ ମନା କରାଯାଇଥିଲା ।

ଦେଶରେ ଆପତକାଳୀନ ସ୍ଥିତି ବା ସଙ୍କଟ ସମୟକୁ ସମ୍ମୁଖୀନ କରିବା ପାଇଁ ରାଷ୍ଟ୍ରୀୟ ନିଧିକୁ ଆବଶ୍ୟକତାକୁ ନଜର ରଖି ଏହି ଫଣ୍ଡର ଆରମ୍ଭ କରାଯାଇଥିଲା । ପ୍ରଭାବିତ ଲୋକ ଓ ଆବଶ୍ୟକତାକୁ ନଜର ରଖି ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି ଯୋଜନା ରଖାଯାଇଥିଲା । କିନ୍ତୁ ଏହି ଫଣ୍ଡକୁ ନେଇ ବିରୋଧୀ ଅନେକ ଅଭିଯୋଗ ଆଣୁଛନ୍ତି । ସେବାଠାରୁ ଏହି ଫଣ୍ଡକୁ ନେଇ ବିବାଦ ଲାଗିରହିଛି ।

   Related Posts