Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଏବେ ଆମେରିକୀୟ ଭିସା ପାଇଁ ଦେବାକୁ ପଡିବ ସୋସିଆଲ ମିଡିଆ ଆକାଉଣ୍ଟର ୫ବର୍ଷର ତଥ୍ୟ

2/06/2019 at 12:01 PM

ଓ୍ଵାସିଂଟନ୍‌ ୨|୬: ଆମେରିକୀୟ ଭିସା ପାଇଁ ଆବେଦନ କରୁଥିବା କୌଣସି ବ୍ୟକ୍ତିଙ୍କୁ ଏବେ ସେମାନଙ୍କର ୫ବର୍ଷର ସୋସିଆଲ ମିଡିଆର ସୂଚନା ଦେବାକୁ ଜପଡିବ । ସୂଚନା ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାର ପାଇଁ ଭିସା ଆବେଦନ କରୁଥିବା ପ୍ରାୟ ସବୁ ଆବେଦନକାରୀ ସେମାନଙ୍କର ସୋସିଆଲ ମିଡିଆର ସବିଶେଷ ତଥ୍ୟ ଦେବାକୁ ପଡିବ। ବୈଦେଶିକ ମନ୍ତ୍ରାଳୟର ନୀତି ଅନୁସାରେ ଲୋକମାନଙ୍କୁ ସୋସିଆଲ ମିଡିଆର ନାମ ଓ ପାଞ୍ଚବର୍ଷରୁ ଅଧିକ ସମୟର ଇମେଲ୍‌ ଆଡ୍ରେସ୍‌ ଓ ଫୋନ୍‌ ନମ୍ବର ଦାଖଲ କରିବାକୁ ପଡିବ। ଗତବର୍ଷ ଏହି ନିୟମ ପ୍ରଚଳନ ହେବାର ଆଲୋଚନା କରାଯାଇଥିଲା । ଯାହା ଏବେ ଲାଗୁ କରାଯାଇଛି । ଏହାକୁ ଲାଗୁ କରିବା ନେଇ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ଗତ ବର୍ଷ ଏହି ପ୍ରସ୍ତାବ ଆଗତ ହେବା ପରେ କର୍ତ୍ତୃପକ୍ଷମାନେ ଆକଳନ କରିଥିଲେ କି, ଏହାଦ୍ବାରା ବାର୍ଷିକ ୧୪. ୭ ନିୟୁତ ଲୋକ ପ୍ରଭାବିତ ହେବେ। ଜଟିଳ ନୂତନ ନିୟମରୁ କେତେକ ନିର୍ଦ୍ଦିଷ୍ଟ କୂଟନୈତିକ ଓ ସରକାରୀ ଭିସା ଆବେଦନକାରୀ ଛାଡ ପାଇବେ। କିନ୍ତୁ କାମ ଓ ପଢିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରୁଥିବା ଲୋକମାନଙ୍କୁ ସେମାନଙ୍କ ସୂଚନା ଦେବାକୁ ପଡିବ।

ଆମେରିକୀୟ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଯାଞ୍ଚ ପ୍ରକ୍ରିୟା ଉନ୍ନତ କରିବାକୁ ଆମେ ଉପାୟ କରୁଛୁ।

   Related Posts