ସୋଆ ବିଶ୍ବବିଦ୍ୟାଳୟରେ ଆପ୍ଲାଏଡ ମେସିନ ଲର୍ଣ୍ଣିଂ ସମ୍ପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ

Published By : Prameya-News7 Bureau | October 26, 2019 IST

 ଭୁବନେଶ୍ୱର ୨୬।୧୦ - ମେସିନ ଲର୍ଣିଂ ଏବେ ସବୁ କ୍ଷେତ୍ରରେ କାମ କରୁଛି । କମ୍ପୁଟର ସାଇନ୍ସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ,ପରିସଂଖ୍ୟାନ  ଏବଂ ଗବେଷଣା  ଆଦି କ୍ଷେତ୍ରରେ ମେସିନ ଲର୍ଣିଂର ଗୁରୁତ୍ବପୁର୍ଣ  ଭୁମିକା ରହିଛି  ।ମେସିନ  ଲର୍ଣ୍ଣିଂ କମ୍ପ୍ୟୁଟରକୁ ମଡେଲ ପ୍ରସ୍ତୁତ  କରିବାରେ ସହାୟକ ହୋଇଥାଏ ।

ବିଶେଷ କରି ମେସିନ ଲର୍ଣ୍ଣିଂ ଗବେଷଣା ବିଭିନ୍ନ କ୍ଷେତ୍ରରେ ସହାୟକ ହେଉଥିବା  ସୋଆ ରେ ଅନୁଷ୍ଠିତ  ଆନ୍ତର୍ଜାତିୟ ସମ୍ମିଳନୀ ରେ ଆଲୋନଚା ହୋଇଛି । ଦୁଇଦିନ ଧରି ସୋଆ ବିଶ୍ବବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି ଆପ୍ଲାଏଡ ମେସିନ ଲର୍ଣ୍ଣିଂ   ସମ୍ପର୍କିତ ଆନ୍ତର୍ଜାତୀୟ  ସମ୍ମିଳନୀ ।ସୋଆ  ଦ୍ବାରା ପରିଚାଳିତ ଇନଷ୍ଟିଚ୍ୟୁଟ  ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ କମ୍ପ୍ୟୁଟର ସାଇନ୍ସ ବିଭାଗ ଦ୍ବାରା ଆୟୋଜିତ ହୋଇଛି ସମ୍ମିଳନୀ । ଯେଉଁଥିରେ ଯୋଗଦେଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ବିଶେଷଜ୍ଞ ଓ ଗବେଷକ ମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.