Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଆସନ୍ତା ୨୧ରୁ ଯୁକ୍ତ ଦୁଇ ପାଇଁ ଆବେଦନ, କରୋନା ମହାମାରୀ ପାଇଁ କମିବ ଫି’

13/08/2020 at 7:42 AM

ଭୁବନେଶ୍ୱର ୧୩।୦୮: ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହାପରେ ବାଣିଜ୍ୟ ଓ କଳା ଫଳ ପ୍ରକାଶ ପାଇବ । ତେବେ ଆସନ୍ତା ୨୧ତାରିଖରୁ ଯୁକ୍ତ ଦୁଇ କଳା,ବାଣିଜ୍ୟ ଓ ବିଜ୍ଞାନ ପ୍ରଥମ ବର୍ଷ ପଢ଼ିବା ପାଇଁ ନାମ ଲେଖିବାକୁ ଆବେଦନ କରିହେବ । ଅଗଷ୍ଟ ୨୧ ତାରିଖରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଅପରପକ୍ଷେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବେଦନ ଫି କମାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ଛାତ୍ରଛାତ୍ରୀମାନେ ସାମ୍ସ ଜରିଆରେ ଅନଲାଇନ୍‌ ଆବେଦନ କରିପାରିବେ। ଚଳିତବର୍ଷ ସାଧାରଣ ବର୍ଗ ପିଲାମାନଙ୍କ ପାଇଁ ଆବେଦନ ଫି’ ୨ଶହ ଟଙ୍କା ରହିଛି । ଏହା ସହ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଆବେଦନ ଫି ଶହେ ଟଙ୍କା ରଖାଯାଇଛି । ସେପ୍ଟେମ୍ବର ୯ରେ ମେରିଟ୍‌ ଲିଷ୍ଟ୍‌ ବା ମେଧା ତାଲିକା ବାହାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

   Related Posts