ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୦ ଲାଗି ବଢିଲା ପ୍ରାର୍ଥୀପତ୍ର ଦାଖଲ ଅବଧି

Published By : Prameya-News7 Bureau | September 12, 2019 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୦ର ମନୋନୟନ ଲାଗି କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖକୁ ୩୦ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଅନଲାଇନ ମାଧ୍ୟମରେ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଏନସିଏ ହାଇପେନ ଡଟ୍ ଏନଆଇସି ଡଟ୍ ଇନ୍ ୱେବ୍ ପୋର୍ଟାଲ ଜରିଆରେ ମଧ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ।

{"id":156904}

ଦେଶର ପ୍ରତିଭାବାନ ଶିଶୁ, ବ୍ୟକ୍ତିବିଶେଷ ଓ ପ୍ରତିଷ୍ଠାନମାନଙ୍କୁ ସମ୍ମାନୀତ କରିବା ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ଆରମ୍ଭ କରାଯାଇଛି। ବାଲ ଶକ୍ତି ଓ ବାଲ କଲ୍ୟାଣ ନାମକ ଦୁଇଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଏ। ବାଲ ଶକ୍ତି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ନବୋନ୍ମେଷ, ପାଠପଢା, କଳା, ସଂସ୍କୃତି ,ସମାଜ ସେବା ଓ ସାହସିକତା କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଥିବା ପିଲାମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା।

{"id":156906,"width":580,"height":346}

ସେହିପରି  ଶିଶୁ ବିକାଶ, ଶିଶୁ କଲ୍ୟାଣ ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ଲାଗି ବାଲ କଲ୍ୟାଣ ପୁରସ୍କାର ପ୍ରଦାନ କରାଯାଉଛି। ୱେବ୍ ପୋର୍ଟାଲରେ ପୁରସ୍କାର ସମ୍ପର୍କିତ ସମସ୍ତ ନିର୍ଦ୍ଦେଶାବଳୀ ରହିଛି। ଏହି ପୁରସ୍କାର ସାଧାରଣତନ୍ତ୍ର ଦିବସ ପୂର୍ବ ସପ୍ତାହରେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.