ଭାରତକୁ ମିଳିଲା ଆମେରିକା ସମେତ ୪ ବଡ ଦେଶର ସମର୍ଥନ, ଚୀନ ଛାଡି ଭାରତ ଆସିଲେ Appleର ୮ ଫ୍ୟାକ୍ଟ୍ରି

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭।୦୯: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଚାରି ମାସ ହେବ ଉତ୍ତେଜନା ଲାଗି ରହିଛି। ଚୀନର ଚାଲବାଜିକୁ ନେଇ ପୂରା ବିଶ୍ଵ ବେଶ୍‌ ଭଲ ଭାବେ ଅବଗତ। ଏମିତିରେ ଅନେକ ବଡ ଏବଂ ଶକ୍ତିଶାଳୀ ଦେଶ ଯେପରି ଆମେରିକା, ବ୍ରିଟେନ୍, ଜାପାନ ଓ ଅଷ୍ଟ୍ରେଲିଆ ଆଦି ଭାରତ ସମର୍ଥନରେ ଛିଡା ହୋଇଛନ୍ତି। ଫଳସ୍ଵରୂପ ଦକ୍ଷିଣ ଏସିଆରେ ଭାରତ ମ୍ୟାନୁଫେକଚରିଂ ହବ୍‌ରେ ପରିଣତ ହେବାକୁ ଯାଉଛି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁବାର କହିଛନ୍ତି ଆପଲ୍‌ର ଆଠ ଫ୍ୟାକ୍ଟ୍ରି ଚୀନ ଛାଡି ଭାରତ ଆସି ସାରିଛନ୍ତି। ଭାରତ ଏବେ ତତ୍ପାଦନ ହେବରେ ପରିଣତ ହେଉଛି ବୋଲି ପ୍ରସାଦ କହିଛନ୍ତି।

ପ୍ରସାଦ ବିହାରର ଏନଆରଆଇର ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଆଲୋଚନା ବେଳେ ଆମେରିକା, ବ୍ରିଟେନ୍, ଜାପାନ ଓ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ ଜଣାଇଥିବା କହିଛନ୍ତି। ପ୍ରସାଦ କହିଛନ୍ତି ଭାରତ ବଡ ବିନିର୍ମାଣ କେନ୍ଦ୍ର ଭାବେ ଉଦୟ ହେଉଛି। ଗ୍ଲୋବାଲ ମ୍ୟାନୁଫେକଚର ଇକୋସିଷ୍ଟମ ଏହା ଅନୁଭବ କରୁଛନ୍ତି ଯେ ଚୀନ ବ୍ୟତୀତ ନିଜର କମ୍ପାନୀ ଅନ୍ୟ ସ୍ଥାନରେ ମଧ୍ୟ ହେବା ଉଚିତ୍। ଏହି କ୍ରମରେ ଆପଲର ପ୍ରାୟ ୮ ଫ୍ୟାକ୍ଟ୍ରି ଚୀନରୁ ଭାରତ ସ୍ଥାନାନ୍ତରିତ ହୋଇ ସାରିଛନ୍ତି।

ଉଲ୍ଲେଖଯୋଗ୍ୟ ପୂର୍ବ ଲଦାଖ ସ୍ଥିତ ପାଙ୍ଗଙ୍ଗ୍‌ ସୋ ହ୍ରଦର ଦକ୍ଷିଣ କୂଳରେ ସ୍ଥିତ ଭାରତୀୟ ଅଞ୍ଚଳକୁ କବ୍‌ଜା କରିବା ପାଇଁ ଚୀନ ଦ୍ଵାରା ଅଗଷ୍ଟ ୨୯ ଓ ୩୦ ରାତିରେ ହୋଇଥିବା ପ୍ରୟାସକୁ ଭାରତୀୟ ସେନା ପଣ୍ଡ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.