Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଆସିଗଲା ନୂଆ ଆପଲ୍ ଓ୍ୱାଚ୍ : ସୁଯୋଗ ଛାଡନ୍ତୁନି, ଆମାଜନରେ ମିଳୁଥିବା ସ୍ମାର୍ଟ ଓ୍ୱାଚ୍‌ର ଦାମ୍ ବି ଆକର୍ଷଣୀୟ

8/11/2020 at 7:16 PM

ନୂଆଦିଲ୍ଲୀ, ୧୧|୦୮: ଏଣିକି ଅନଲାଇନ୍ ସପିଂ ସାଇଟ ଆମାଜନରେ ମିଳୁଛି ଲାଟେଷ୍ଟ୍ ଆପଲ୍ ଓ୍ୱାଚ୍ । ଆମାଜନରେ ଆପଲ ଓ୍ୱାଚ୍‌ର ଆକର୍ଷଣୀୟ ଓ୍ୱିକେଣ୍ଡ୍ ସେଲ୍ସ ଆରମ୍ଭ ହୋଇଛି ।

ଗ୍ରାହକମାନେ ଏବେ ଆମାଜନରୁ ବ୍ରାଣ୍ଡ୍ ନ୍ୟୁ ଆପଲ ଓ୍ୱାଚର କିଣି ପାରିବେ । ଆପଲ୍ ଓ୍ୱାଚ୍ ଏସଇ ଓ ଆପଲ ଓ୍ୱାଚ୍ ସିରିଜ-୬ ମଧ୍ୟ ଗତ ଶୁକ୍ରବାରଠାରୁ ଅନଲାଇନରେ ମିଳୁଛି । ଏହା ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ । ଏସଇ ସିରିଜର ଦାମ୍ ୨୧ହଜାର ଥିବା ବେଳେ ସିରିଜ୬ର ଦାମ୍ ରହିଛି ୪୩ ହଜାର  ।

ଆପଲ୍ ଏସଇ ୪୦ ଏମଏମ ସୁନେଲି ରଙ୍ଗର ଓ୍ୱାଚ୍‌ର ଦାମ୍ ୨୨ ହଜାର ଟଙ୍କା ଥିବା ବେଳେ ସ୍ପେସ୍ ଗ୍ରାର ଦାମ୍ ୨୮ ହଜାର ଟଙ୍କା ରହିଛି । ସେହିପରି ସିରିଜ୍ ୬ ମଡେଲର ସିଲଭଲ୍ ଓ୍ୱାଚ୍‌ର ଦାମ୍ ୪୪ ହଜାର ଟଙ୍କା ଥିବା ବେଳେ ନାଲି ରଙ୍ଗର ଓ୍ୱାଚ୍‌ର ଦାମ୍ ୪୩ ହଜାର ୯୦୦ ଟଙ୍କା ରହିଛି ।

ପୂର୍ବାପେକ୍ଷା ଏବେ ଆପଲ ଓ୍ୱାଚର ଦାମ୍ ସାମାନ୍ୟ ହ୍ରାସ ପାଇଛି । ଏହି ସ୍ମାର୍ଟ ଓ୍ୱାଚରେ ୟୁଜରମାନେ ମେସେଜ୍, କଲ୍ ରିସିଭ କରିବ, ନିଜ ଦୈନନ୍ଦିନ କାର୍ଯ୍ୟର ସୂଚୀ ପ୍ରସ୍ତୁତ କରିପାରିବେ । ଏହାସହ ନିଜର ହାର୍ଟ ରେଟ୍ ମଧ୍ୟ ଚେକ୍ କରିପାରିବେ । ଏହାସହ ଆପଲ୍ ପେ ମଧ୍ୟ କରିହେବ ।

ଏହା ପ୍ରଥମ ଥର ପାଇଁ ନୁହେଁ ଯେ ଆମାଜନ ଆପଲ୍ ଓ୍ୱାଚ୍‌ର ଅନଲାଇନ୍ ସେଲ୍ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ କମ୍ପାନୀ ସେଲ୍ ଆରମ୍ଭ କରିଥିଲା । କିନ୍ତୁ ଏବେ ଓ୍ୱାଚ୍‌ର ଦାମ୍ ହ୍ରାସ ପାଇଛି । ଯେଉଁମାନେ ଏହାକୁ କିଣିବାକୁ ଚାହୁଁଛନ୍ତି ଅତିଶୀଘ୍ର ଅର୍ଡର କରି ନିଅନ୍ତୁ ।

   Related Posts