Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

Apple ଓ Samsung ସ୍ମାର୍ଟଫୋନ୍ ସହିତ ମିଳିବନି ଚାର୍ଜର୍ ! ଖର୍ଚ୍ଚ କରିବାକୁ ପଡିବ ଅଧିକ ଟଙ୍କା

10/07/2020 at 11:43 AM

ନୂଆଦିଲ୍ଲୀ ୧୦/୦୭ : ମୋବାଇଲ ଏକ୍ସସେରିଜର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି Apple ଏବଂ Samsung ଭଳି ବଡ ବଡ କମ୍ପାନୀ ଭବିଷ୍ୟତରେ ନୂଆ ସ୍ମାର୍ଟଫୋନ୍ ସହ ଚାର୍ଜର ନ ଦେବାକୁ ଯୋଜନା କରୁଛି | ଏକ ତାଜା ରିପୋର୍ଟ ଅନୁଯାୟୀ, କମ୍ପାନୀ ଫୋନ୍ ସହିତ ଚାର୍ଜର୍ ନ ଦେବାକୁ ଯୋଜନା କରୁଛି | ସ୍ୟାମସଙ୍ଗ୍ ସହ ଜଡିତ ସୂଚନା ଦେଉଥିବା ୱେବସାଇଟ Sammobile ଏ ସମ୍ପର୍କରେ ଖୁଲାସା କରିଛି | ଯଦି କମ୍ପାନୀ ଏଇଥିବା ଏହି ନିଷ୍ପତ୍ତି ଉପରେ କାର୍ଯ୍ୟକାରୀ କରେ ତାହେଲେ ପ୍ରଥମଥର Apple ଏବଂ Samsung ଫୋନ ଚାର୍ଜର ବିନା କିଣିବାକୁ ପଡିବ |

ରିପୋର୍ଟ ଅନୁଯାୟୀ, ଗତ କିଛି ଦିନରୁ Apple, iPhone 12 ସିରିଜ ସହିତ ଚାର୍ଜର ମିଳିବନାହିଁ ବୋଲି ଚର୍ଚ୍ଚା ହେଉଛି | ଯଦି Samsung ମଧ୍ୟ ଏହିଭଳି କରେ ତାହେଲେ ଏହି ପରିବର୍ତ୍ତନରେ Apple ଏକା ନୁହେଁ | ଆଉ ଏକ ରିପୋର୍ଟ ଅନୁଯାୟୀ, Samsung କିଛି ଆଣ୍ଡ୍ରଏଡ୍ ଫୋନ ପାଇଁ ବକ୍ସରେ ଚାର୍ଜର ସାମିଲ କରିବନି | କୋରିଆନ୍ ନାଇଟ୍ ETNews ରିପୋର୍ଟ ଅନୁସାରେ Samsung ଶୁଳ୍କ ବଞ୍ଚାଇବା ପାଇଁ ଆସନ୍ତା ବର୍ଷ ଠାରୁ ଫୋନ ସହିତ ଚାର୍ଜର୍ ଦେବନାହିଁ |

ଭାରତ ଚୀନ ବିବାଦ ପରେ ଭାରତ ସରକାର ଅନେକ ଚାଇନିଜ୍ ସାମଗ୍ରୀକୁ ବ୍ୟାନ କରିଛନ୍ତି | ଚୀନରୁ ଆମଦାନୀ ଉପରେ ବ୍ୟାନ ଏବଂ ଚୀନ ବିରୋଧୀ ମାହୋଲ ସୃଷ୍ଟି ହୋଇଥିବାରୁ ମୋବାଇଲ୍ ଏକ୍ସସେରିଜର ଦାମ୍ ବଢିଯାଇଛି | ଚାର୍ଜର୍, ସ୍କ୍ରିନଗାର୍ଡ, ମୋବାଇଲ୍ କଭର୍, କେଵଲ୍ ଆଦି ୭୦ ରୁ ୮୦ ପ୍ରତିଶତ ଚୀନରୁ ଆମଦାନୀ ହୋଇଥାଏ | ବର୍ତ୍ତମାନ ଏହିସବୁ ଜିନିଷ ଦାମ୨୦ ରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି | ଚୀନରୁ ଆମଦାନୀ ଉପରେ କଷ୍ଟମର କଡା ପଦକ୍ଷେପର ପ୍ରଭାବ ମୋବାଇଲ ଏକ୍ସସେରିଜ ଉପରେ ପଡିଥିବା ଦେଖିବାକୁ ମିଳିଛି | ବଜାରରେ ପ୍ରଡକ୍ଟ ମିଳୁନାହିଁ | ଆଉ ଯଦି ମିଳୁଛି ତାହେଲେ ଚଢା ଦରରେ |

ଅଧିକାଂଶ ମୋବାଇଲ ବ୍ୟବହାରକାରୀଙ୍କ ପାଖରେ ଚାର୍ଜର୍ ପୂର୍ବରୁ ହିଁ ଥାଏ | Apple ବିଶ୍ଳେଷକ ମିଙ୍ଗ୍-ଚି-କୁଓ ପରାମର୍ଶ ଦେଇଛନ୍ତି ଯେ Apple, iPhone ମୋବାଇଲ ସହିତ ଚାର୍ଜର ଦେବନାହିଁ | କୁହାଯାଉଛି ଯେ Apple, ଏବେ 5W ଏବଂ 18W ଚାର୍ଜର ବଦଳରେ ୨୦ବଚାର୍ଜରକୁ ଲାଇନ୍-ଅପ୍ କରିବ ଯାହାକୁ ଅଲଗା ବିକ୍ରି କରାଯିବ | ଏହି ଉପାୟରେ ଶୁଳ୍କ କମ କରାଯାଇପାରିବ |

ବର୍ତ୍ତମାନ ସାରା ଦୁନିଆରେ ଚାର୍ଜିଙ୍ଗ୍ ପୋର୍ଟ ସମାନ ହେବାକୁ ଲାଗିଛି | ପ୍ରାୟ ସବୁ କମ୍ପାନୀ ୟୁଏସବି ଟାଇପ୍-ସି ପୋର୍ଟ ଆଡକୁ ଆଗେଇ ଚାଲିଛନ୍ତି | ଦୁନିଆର ସବୁଠାରୁ ବଡ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ମଧ୍ୟରୁ Samsung ଗୋଟିଏ | କମ୍ପାନୀ ପ୍ରତିବର୍ଷ କୋଟି କୋଟି ଫୋନ ବିକ୍ରି କରିଥାଏ | ଏହିଭଳି ସ୍ଥିତିରେ ଯଦି Samsung ଅଧା ସ୍ମାର୍ଟଫୋନରୁ ଚାର୍ଜର୍ ହଟାଇଦିଏ ତାହେଲେ କମ୍ପାନୀକୁ ଏକ ବଡ ଲାଭ ହେବ | ଏହି ଲାଭରେ କମ୍ପାନୀ ଫୋନର ଦାମ୍ କମ କରି ଗ୍ରାହକଙ୍କୁ ବିକ୍ରି କରିବ |

   Related Posts