Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପ୍ରଥମ ଥର ପାଇଁ ଚାଇନା ବାହାରେ ଅଧିକ ଆଇ-ଫୋନ୍‌ ଉତ୍ପାଦନ କରିବ ଆପଲ୍, ଜାଣନ୍ତୁ କେଉଁଠି…

1/02/2021 at 9:58 AM

ନୂଆଦିଲ୍ଲୀ, ୧/୨: ପ୍ରଥମ ଥର ପାଇଁ ଚୀନ୍‌ ବାହାରେ ଆପଲ୍‌ କମ୍ପାନୀ ତାର ଲୋକ ପ୍ରିୟ ଆଇ ପ୍ୟାଡ୍‌ର ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି କରିଛି । ବର୍ଷର ମଧ୍ୟ ଭାଗ ଆଡ଼କୁ ଭିଏତ୍‌ନାମରେ ଏହି ଆଇ-ପ୍ୟାଡ୍‌ର ଉତ୍ପାଦନ କରାଯିବ । ଏ ନେଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସୂଚନା ଦେଇଛି । ଆପଲ୍‌ ଚୀନ୍‌ରେ ଉତ୍ପାଦନ କରୁଥିବା ଆଇ-ପ୍ୟାଡ୍‌ର ୟୁନିଟ୍‌କୁ କମାଇବାକୁ ଯାଉଛି । ଏଥି ସହିତ ଭାରତରେ ମଧ୍ୟ ଉତ୍ପାଦନ ବଢ଼ାଇବା ଲକ୍ଷ ରଖିଛି କମ୍ପାନୀ । ଗତ ବର୍ଷ କମ୍ପାନୀ ଆଇ-ଫୋନ୍‌ ୧୧ର କିଛି ୟୁନିଟ୍‌ ଏଠାରେ ଉତ୍ପାଦନ କରିଥିଲା । ତେବେ ଖୁବ୍‌ଶିଘ୍ର ଏହି କ୍ୱାର୍ଟର୍‌ ମଧ୍ୟରେ ଆଇ-ଫୋନ୍‌ ୧୨ ସିରିଜ୍‌ ଡିଭାଇସ୍‌ ଦେଶରେ ଉତ୍ପାଦନ କରାଯିବା ନେଇ ସୂଚନା ମିଳିଛି ।

ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ କମ୍ପାନୀ ଏକ ଚିତ୍ର ଆଙ୍କି କିଛି ତଥ୍ୟ ଦର୍ଶାଇଛି । ଯାହା ରାଷ୍ଟ୍ରପତି ବାଇଡେନଙ୍କ ଅଧୀନରେ ବାଣିଜ୍ୟିକ ତିକ୍ତତା ହ୍ରାସ ପାଇପାରେ ବୋଲି ଆଶା ସତ୍ତ୍ୱେ ଚାଇନାରୁ କମ୍ପାନୀ ଏହାର ଉତ୍ପାଦନକୁ ବିଭିନ୍ନ ଦେଶକୁ ସମ୍ପ୍ରସାରଣ କରିବାକୁ ଅଧିକ ଆଗ୍ରହୀ ବୋଲି ସୂଚାଉଛି । ନିକ୍କିର ରିପୋର୍ଟରୁ ଜଣାପଡ଼ିଛି ଯେ ଚୀନ୍‌ର ଆମଦାନୀ ଉପରେ ଟାରିଫ୍‌ ଶିଘ୍ର ସହଜ ହେବ ନାହିଁ ବୋଲି ନୂତନ କରି ସ୍ଥାପିତ ପ୍ରଶାସନ କହିଛି । ଚୀନ୍‌ରେ ଶ୍ରମ ମୂଲ୍ୟ ବୃଦ୍ଧି ଭଳି ଆପଲ୍ ଏବଂ ଅନ୍ୟ କମ୍ପାନୀଗୁଡିକ ବିକଳ୍ପ ଉତ୍ପାଦନ ହବ୍ ଖୋଜିବା ପାଇଁ ଉତ୍ସାହିତ ଅଛନ୍ତି ବୋଲି ଏଥିରୁ ଜଣାପଡ଼ିଛି ।

 ତେବେ ଗତ ବର୍ଷ ଏ ନେଇ ଆପଲ୍‌ କମ୍ପାନୀ ଚୀନ୍‌ରୁ ତାର ବ୍ୟବସାୟ ଅପସାରଣ କରିବ ବୋଲି କହିଥିଲା । ମ୍ୟାକ୍‌ବୁକ୍‌ ଏବଂ ଆଇ-ପ୍ୟାଡ୍‌ର ଉତ୍ପାଦନ ୟୁନିଟ୍‌କୁ ବଢ଼ାଇବା ପାଇଁ ଭିଏତ୍‌ନାମରେ ହବ୍‌ ସ୍ଥାପନ କରାଯିବ ବୋଲି ପୂର୍ବରୁ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା ।   

   Related Posts