ଗୁଗଲକୁ ଚ୍ୟାଲେଞ୍ଜ ଦେବାକୁ ଆପଲ ଆଣିବ ସଫାରୀ, ସର୍ଚ୍ଚ ଇଞ୍ଜିନ ଟେକ୍ନୋଲୋଜୀ ବଜାରରେ ପ୍ରଭାବ ବଢାଇବା ଲକ୍ଷ୍ୟ

Published By : Prameya-News7 Bureau | October 29, 2020 IST

ନ୍ୟୁୟର୍କ, ୨୯୧୦ଆପଲ୍ ଏବେ ନିଜସ୍ୱ ସର୍ଚ୍ଚ ଇଞ୍ଜିନକୁ ବିକଶିତ କରିବା ଦିଗରେ କାମ କରୁଛି । ଏନେଇ ଏକ ମିଡିଆ ରିପୋର୍ଟରୁ ଜଣାପଡିଛି । ଆପଲର ଏହି ପ୍ରକଳ୍ପ ୨୦୧୮ରେ ଗୁଗଲର ପୂର୍ବତନ ସର୍ଚ୍ଚ ମୁଖ୍ୟ ଜନ୍ ଜିଆନନଡ୍ରେଆ କମ୍ପାନୀରେ ଯୋଗ ଦେବା ପରେ ଆରମ୍ଭ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ସର୍ଚ୍ଚ ଇଞ୍ଜିନକୁ ଆପଲର ଏଆଇ ଆସିଷ୍ଟାଣ୍ଟ୍ ସିରି ବେସଡକୁ ନଜରରେ ରଖି ବିକଶିତ କରାଯାଉଛି ।ଏହା ବିକଶିତ ହେବା ପରେ ହୋମ୍ ସ୍କ୍ରିନରେ ରହିବ ଓ ସମସ୍ତ ସର୍ଚ୍ଚ ଅପସନକୁ ପ୍ରଦର୍ଶିତ କରିବ । ଆଇଓଏସ ୧୪ରେ ଏହା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଆହୁରି ମଧ୍ୟ କମ୍ପାନୀ ସର୍ଚ୍ଚ ରିଲେଟେଡ୍ ଡେଭଲପର୍ସଙ୍କ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛି ।

ପିପୁଲ ମନିଟରିଂ ଆପଲବୋଟ୍ ଅନୁସାରେ, ଆପଲ କିଛି ମାସ ଧରି ନିଜ ଓ୍ୱେବ୍ କ୍ରୟଲରେ ଅଧିକ ସକ୍ରିୟ ହୋଇ ଉଠିଛି । ସିରି ଓ ସ୍ପଟ ଲାଇଟ୍ ରେଜଲ୍ଟକୁ ଅଧିକ ଗତିଶୀଳ କରିବାକୁ କମ୍ପାନୀ ଜୋରସୋରରେ କାମ ଆରମ୍ଭ କରିଦେଇଛି । ଗୁଗଲ ବିରୋଧରେ ଡାଟା ଲିକ୍ ଓ ଅବିଶ୍ୱାସ ମାମଲା ସାମ୍ନାକୁ ଆସିବା ପରେ ଆପଲ ନିଜ ପ୍ରକଳ୍ପକୁ ଅଧିକ ଗତିଶୀଳ କରିଛି । ଆହୁରି ମଧ୍ୟ ଗୁଗଲ ବିପକ୍ଷରେ ଆମେରିକାର ୧୧ଟି ରାଜ୍ୟରେ ଆଟର୍ଣ୍ଣିଂ ଜେନେରାଲ ଚଳିତ ମାସର ଆରମ୍ଭରେ ମାମଲା କରିଛନ୍ତି ।

ଗୁଗଲ ବିରୋଧରେ ଅଭିଯୋଗ ହୋଇଛି ଯେ, କମ୍ପାନୀ ଏକଚାଟିଆ ଭାବେ ସମସ୍ତଙ୍କୁ ଦାବି ରଖିଛି । ବିଜ୍ଞାପନ କ୍ଷେତ୍ରରେ ମଧ୍ୟରେ ନିଜର ଏକଚାଟିଆ ଅଧିକାର ସାବ୍ୟସ୍ତ କରୁଛି । ତେବେ ଆପଲ ଓ ଗୁଗଲ ମଧ୍ୟରେ ଏକ ଚୁକ୍ତି ମଧ୍ୟ ହୋଇଛି । ଏଥିରେ ଆପଲର କୌଣସି ଡିଭାଇସରେ ସର୍ଚ୍ଚ ଇଞ୍ଜିନ ପ୍ରଥମେ ଗୁଗଲ ରହିବ । ଏହାପରେ ସିରି ଓ ସଫାରୀ ବ୍ରାଉଜରକୁ ସ୍ଥାନ ଦେବ । ଆପଲକୁ ଗୁଗୁଲ ୮ରୁ ୧୨ ବିଲିୟନ ଡଲାର ପ୍ରଦାନ କରୁଛି । ଯାହା ଆପଲର ମୋଟ ଆୟର ୧୫ରୁ ୨୦ ପ୍ରତିଶତ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.