ଖୁବ୍‌ଶିଘ୍ର ଭାରତରେ ଉତ୍ପାଦନ ହେବ ଆପଲ୍‌ର ୫ଜି ଆଇଫୋନ୍‌ ୧୨, ଜାଣନ୍ତୁ କେବେ ହେବ ଲଞ୍ଚ୍‌

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ, ୧୦/୦୩:  ବିଶ୍ୱର ସର୍ବବୃହତ୍‌  ଏବଂ ଦାମୀ ଆଇଫୋନ୍‌ ନିର୍ମାଣକାରୀ ସଂସ୍ଥା ଆପଲ୍‌ ଏବେ ଭାରତରେ ଏହାର ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି । ଖୁବ୍‌ଶିଘ୍ର ଆଇଫୋନ୍‌ ୧୨ର ରିଟେଲ୍‌ ପ୍ୟାକିଙ୍ଗ୍‌ରେ ଏହା ମେଡ୍‌ ଇନ୍‌ ଇଣ୍ଡିଆର ବ୍ରାଣ୍ଡିଂ ଲଗାଇବାକୁ ଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତରେ ଆପଲ୍‌ କମ୍ପାନୀ ଗତବର୍ଷ ଅକ୍ଟୋବର ମାସରେ ଆଇଫୋନ୍‌ ୧୨ ପ୍ରୋ, ଆଇଫୋନ୍‌ ୧୨ ପ୍ରୋ ମାକ୍ସ ଏବଂ ଆଇଫୋନ୍‌ ୧୨ ମିନିର ଲଞ୍ଚ କରିଥିଲା । ବର୍ତ୍ତମାନ ଏହା ୫ଜି ସପୋର୍ଟିଂ ଆଇଫୋନ୍‌ ୧୨ର ଉତ୍ପାଦନ ଆରମ୍ଭ କରିବାକୁ ଯାଉଥିବା ଜଣାପଡ଼ିଛି ।

ପୂର୍ବରୁ ଭାରତରେ ପ୍ରସ୍ତୁତ କରାଯାଇଥିବା ଆଇଫୋନ୍‌ ଏସ୍‌ଇ, ଆଇଫୋନ୍‌ ଏକ୍ସଆର୍‌, ଆଇଫୋନ୍‌ ଏସ୍‌ଇ୨୦୨୦ ଏବଂ ଆଇଫୋନ୍‌ ୧୧ ପରେ ଏହା କମ୍ପାନୀର ପଞ୍ଚମ ସଂସ୍କରଣ ଭାବେ ଭାରତରେ ଉତ୍ପାଦନ ହେବ । ଏହା ଚଳିତ ବର୍ଷ ଅଗଷ୍ଟ ମାସ ଭିତରେ ଲଞ୍ଚ ହେବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.