ଦମ୍‌ଦାର ଫିଚର ସହ ଲଞ୍ଚ୍‌ ହେବ ଆପଲ୍ ଆଇଫୋନ ୧୩, ମିଳୁଛି ରିହାତି, ଜାଣନ୍ତୁ କେବେ ସରିବ ଅଫର

Published By : Prameya-News7 Bureau | September 22, 2021 IST

ନୂଆଦିଲ୍ଲୀ, ୨୨/୦୯: ଆପଲ୍ ଆଇଫୋନ ୧୩ ସିରିଜର ବିକ୍ରି ସେପ୍ଟେମ୍ୱର ୨୫ରୁ ଆରମ୍ଭ ହେବ । ଯେଉଁ ଗ୍ରାହକ ମାନେ ଏହାକୁ ପ୍ରିବୁକ କରିଥିଲେ ସେମାନଙ୍କ ପାଇଁ କମ୍ପାନୀ ୨୪ ସେପ୍ଟେମ୍ୱରରୁ ଡେଲିଭରି ଆରମ୍ଭ କରିବ। ଯଦି ଆପଣ ବି ଆଇଫୋନ ୧୩ କିଣିବେ ବୋଲି ଭାବୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ଅଛି। କମ୍ପାନୀ ଏହି ସିରିଜର ସ୍ମାର୍ଟ ଫୋନରେ କୌଣସି ଫ୍ଲାଟ ଡିସକାଉଣ୍ଟ ଦେଉନାହିଁ। ତଥାପି ଏହାକୁ ଆପଣ ୬୦୦୦ ଟଙ୍କା କ୍ୟାସବ୍ୟାକ୍‌ରେ କିଣି ପାରିବେ।

{"id":515956,"sizeSlug":"full","linkDestination":"none"}

ଏହାର ମୂଲ୍ୟ ଆଇଫୋନ ୧୨ ଭଳି ରହିବ-

ଗତବର୍ଷ ଲଞ୍ଚ ହୋଇଥିବା ଆଇଫୋନ ୧୨ ତୁଳନାରେ ଚଳିତ ବର୍ଷ ଲଞ୍ଚ ହୋଇଥିବା ଆଇଫୋନ ୧୩ ସିରିଜ୍ର ମୂଲ୍ୟ କମ୍ପାନୀ ପରିବର୍ତ୍ତନ କରିନାହିଁ । ଏହା ସତ୍ତ୍ୱେବି ଗ୍ରାହକଙ୍କ ପାଇଁ ଆଇଫୋନ ୧୩ ସିରିଜ୍ର ଯେକୌଣସି ବି ଫୋନ କିଣିବା ମହଙ୍ଗା ପଡ଼ିବ। ଏପରି ଭାବେ ଯଦି ଆପଣ ଚାହୁଁଛନ୍ତି ନୂଆ ଆଇଫୋନ ଆପଣଙ୍କୁ କିଛି ରିହାତିରେ ମିଳୁ ତେବେ କିଛି ଉପାୟ ଅପଣ ଫଲୋ କରିପାରିବେ ।

{"id":515950,"sizeSlug":"full","linkDestination":"none"}

କ୍ରେଡିଟ୍ କିମ୍ୱା ଡେବିଟ୍ କାର୍ଡରେ ପେମେଣ୍ଟ କଲେ କ୍ୟାସବ୍ୟାକ୍-

ଆଇଫୋନ ୧୩  ସିରିଜ୍‌ରେ କମ୍ପାନୀ ୪ଟି ମଡେଲ୍‌ର ସ୍ମାର୍ଟଫୋନ ଯଥା- ଆଇଫୋନ ୧୩, ଆଇଫୋନ ୧୩ ମିନି, ଆଇଫୋନ ୧୩ ପ୍ରୋ, ଆଇଫୋନ ୧୩ ପ୍ରୋ ମାକ୍ସ ଲଞ୍ଚ କରିଛି। ଏଥିରୁ ଆପଣ କୌଣସି ବି ସ୍ମାର୍ଟ ଫୋନକୁ ୬୦୦୦ ଟଙ୍କା କ୍ୟାସବ୍ୟାକ ସହିତ କିଣି ପାରିବେ। ୬୦୦୦ ଟଙ୍କାର  କ୍ୟାସବ୍ୟାକ ପାଇଁ ଆପଣଙ୍କୁ HDFC ବ୍ୟାଙ୍କର କ୍ରେଡିଟ୍ କିମ୍ୱା ଡେବିଟ୍ କାର୍ଡ ବ୍ୟବହାର କରିବା ପାଇଁ ପଡ଼ିବ। ଆଇଫୋନ ୧୩ ରେ ମିଳୁଥିହା ଏହି କ୍ୟାସବ୍ୟାକ ପ୍ରିବୁକ କରୁଥିବା ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ । ଏହାର ଶେଷ ତାରିଖ ସେପ୍ଟେମ୍ୱର ୨୩ ପର୍ଯ୍ୟନ୍ତ ରହିଛି।

{"id":515953,"sizeSlug":"full","linkDestination":"none"}

ବେସ୍ ଭାରିଆଣ୍ଟ ଏବେସୁଦ୍ଧା ଉପଲବ୍ଧ ନାହିଁ-

ବିକ୍ରୟ ଆରମ୍ଭରେ ଆଇଫୋନ ୧୩ ସିରିଜ୍ର ଅଧୀକ ଷ୍ଟୋରେଜ୍ ଭେରିଆଣ୍ଟକୁ କମ୍ପାନୀ ଉପଲବ୍ଧ କରାଉଛି। ବର୍ତ୍ତମାନ ଆଇଫୋନ ୧୩ ଓ ଆଇଫୋନ ୧୩ ମିନିର ୧୨୮ଜିବି ଭାରିଆଣ୍ଟର ଫୋନ ପ୍ରି ବୁକିଙ୍ଗ ପାଇଁ ଉପଲବ୍ଧ ନାହିଁ। କମ୍ପାନୀ ବିକ୍ରି ପାଇଁ ଆଇଫୋନ ୧୩ ପ୍ରୋ ଓ ପ୍ରୋମାକ୍ସକୁ ଉପଲବ୍ଧ କରିଛି। କିନ୍ତୁ ଏହି ଦୁଇଟି ମଡେଲ ବର୍ତ୍ତମାନ ଉପଲବ୍ଧ ନାହିଁ । ଏହି ଦୁଇଟି ଫୋନ ବଜାରକୁ ଆସିବା ପାଇଁ ୫ ରୁ ୬ ସପ୍ତାହ ଲାଗିବ।

{"id":515954,"sizeSlug":"full","linkDestination":"none"}

ଖାସ ଫିଚର ଏବଂ ସ୍ପେଶିଫିକେଶନ୍-

ଫିଚର୍ ଓ ସ୍ପେଶିଫିକେଶନ କଥା କହିଲେ ଆଇଫୋନ ୧୩ ସିରିଜ୍ର ସ୍ମାର୍ଟଫୋନରେ ବଡ଼ ବ୍ୟାଟେରି  ରହିଛି । ଡିଭାଇସ୍‌ରେ ମିଳୁଥିବା ବ୍ୟାଟେରି ଆଇଫୋନ ୧୨ ସିରିଜ୍ ଅପେକ୍ଷା ୨.୫ ଶତକଡ଼ା ଅଧିକ ଲାଇଫ ପ୍ରଦାନ କରେ। ଆଇଫୋନ ୧୩ର ଷ୍ଟାଣ୍ଡାର୍ଡ ଭେରିଆଣ୍ଟ ଗୁଡ଼ିକରେ ମେନ କ୍ୟାମେରାରେ ଏକ ଏଡଭାନସ୍ ସେନ୍ସରସିପ୍ଟ ସିଷ୍ଟମର ବ୍ୟବସ୍ଥା ଅଛି। ଏହି ସମୟରେ ଏହାର ପ୍ରୋ ଭାରିଆଣ୍ଟ ସିରିଜରେ ୩x ଅପ୍ଟିକାଲ୍ ଜୁମ କ୍ୟାମେରା ଦିଆଯାଉଛି। ସିରିଜର ସମସ୍ତ ସ୍ମାର୍ଟ ଫୋନରେ ଛୋଟ ନଚ୍ ଡିସପ୍ଲେ ଲାଗିଛି । ପ୍ରୋ ଭାରିଏଣ୍ଟରେ ଆପଣଙ୍କୁ 120Hzର ରିଫ୍ରେସ ରେଟ୍ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.