Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଭାରତରେ lphone-13ର ଲଞ୍ଚ ଡେଟ୍ ଘୋଷଣା : ଜାଣନ୍ତୁ ଏହାର ଦମଦାର ଫିଚର୍ସ ଓ ଦାମ୍

11/09/2021 at 2:36 PM

ନୂଆଦିଲ୍ଲୀ ୧୧/୦୯  : ଆପଲର ଆଇଫୋନ୍-୧୩ ଲଞ୍ଚ ତାରିଖକୁ ଉପଭୋକ୍ତାମାନେ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିଲେ । ଲୋକମାନେ ମଧ୍ୟ ଏହି ଆଇଫୋନର ମୂଲ୍ୟ ଏବଂ ଲଞ୍ଚ ତାରିଖ ଜାଣିବା ପାଇଁ ଇଣ୍ଟରନେଟରେ କ୍ରମାଗତ ଭାବରେ ଅପେକ୍ଷା କରିଥିଲେ |  ହେଲେ ଏବେ ଏହାର ଅନ୍ତ ଘଟିଛି । ସେପ୍ଟେମ୍ବର ୧୪ରେ କମ୍ପାନୀ ଏହି ଫୋନକୁ  ଲଞ୍ଚ କରିବାକୁ ଯାଉଛି। ଏହି ଆଇଫୋନ୍ ୧୩ ରେ ଫେସ୍ ଆଇଡି ଏବଂ ସେଲଫି କ୍ୟାମେରା ଉପଲବ୍ଧ ହେବ ।

ତେବେ ଘୋଷଣା କରାଯାଇଥିବା ଅନୁଯାୟୀ ଆଇଫୋନ-୧୩ ସିରିଜର ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଲଞ୍ଚ ହେବାକୁ ଯାଉଥିବା ବେଳେ ଆସନ୍ତା ଅକ୍ଟୋବର ୧ରୁ ଏହାର ବିକ୍ରି ଆରମ୍ଭ ହେବ । ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଚୀନ ଏବଂ ୟୁକେରେ ଏହି ଫୋନର ବିକ୍ରି ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ । ଏହି ୬ଟି ଦେଶକୁ ଫାଷ୍ଟ ୱେଭ ମାର୍କେଟ ଭାବରେ ଚିହ୍ନଟ କରାଗଯାଇଛି ।

India today

ତେବେ ଆପଲ୍ ୨୦୧୭ ରେ ଆଇଫୋନ୍ X ଲଞ୍ଚ କରିଥିଲା, ଯେଉଁଥିରେ ନଚ୍ ଫିଚର୍ସ ଦିଆଯାଇଥିଲା । (ଆଇଫୋନ୍ ୧୩ ଫିଚର୍ସ ଗୁଡିକ) ଫେସ୍ ଆଇଡି, ନଚ୍ ଏବଂ ସେଲଫି କ୍ୟାମେରା ପରି ଫିଚର୍ସ ଆଇଫୋନ୍ X ରେ ଦିଆଯାଇଥିଲା | ରିପୋର୍ଟ ଅନୁଯାୟୀ, ନୂଆ ଆଇଫୋନରେ ଏକ ଛୋଟ ନଚ୍ ମଧ୍ୟ ଦିଆଯିବ। ଆଇଫୋନ୍-୧୨ ମଡେଲ୍ ପରି ଫିଚର୍ସ ମଧ୍ୟ ଏହି ଫୋନରେ ଉପଲବ୍ଧ ହେବ ।

ଭାରତକୁ ସେକେଣ୍ଡ ୱେଭ ମାର୍କେଟ ଭାବରେ ଚିହ୍ନଟ କରାଯାଇଥିବା ବେଳେ ଏଠାରେ ଅକ୍ଟୋବର ୧ରୁ ବିକ୍ରି ଆରମ୍ଭ ହେବ । ଏହି ଫୋନ ଲଞ୍ଚ ହେବା ସହ ଏକା ସାଙ୍ଗରେ ଆଇଫୋନ-୧୩, ଆଇଫୋନ-୧୩ ମିନି, ଆଇଫୋନ-୧୩ ପ୍ରୋ ଏବଂ ଆଇଫୋନ-୧୩ ପ୍ରୋ ମ୍ୟାକ୍ସ ଲଞ୍ଚ ହେବ । ଏହି ଫୋନର ମୂଲ୍ୟ ଆଇଫୋନ-୧୨ ସିରିଜର ମୂଲ୍ୟ ସହିତ ସମାନ ରହିବ। ଆଇଫୋନ-୧୩ ସିରିଜ ଫୋନର ସର୍ବନିମ୍ନ ମୂଲ୍ୟ ୭୯ ହଜାରରୁ ଆରମ୍ଭ ହେବ । ଏହା ସହିତ ଫୋନର ସର୍ବାଧିକ ମୂଲ୍ୟ ୧ ଲକ୍ଷ ୨୯ ହଜାର ଟଙ୍କା ରହିବ । କିନ୍ତୁ ଗ୍ରାହକମାନେ ଏହାକୁ ପ୍ରି-ବୁକ୍ କରିପାରିବେ ।

   Related Posts