ଜି-୭ ଦେଶରେ ଟ୍ୟାକ୍ସ ଭରିବେ ଗୁଗଲ, ଫେସବୁକ୍‌ ଭଳି କମ୍ପାନୀ, ଜୁନ୍‌ ୧୧-୧୩ ମଧ୍ୟରେ ହୋଇପାରେ ଚୁକ୍ତି ସ୍ବାକ୍ଷର

Published By : Prameya-News7 Bureau | June 06, 2021 IST

ଲଣ୍ଡନ ୬/୬: ବ୍ରିଟେନ୍‌, ଆମେରିକା, ଜାପାନ, ଜର୍ମାନୀ, ଫ୍ରାନ୍ସ, ଇଟାଲି ଏବଂ କନାଡା (ଜି-୭ ଦେଶ)ରେ ଗୁଗୁଲ, ଫେସବୁକ୍‌, ଆପଲ ଭଳି ବଡ଼ ବଡ଼ ଅନ୍ତରାଷ୍ଟ୍ରୀୟ କମ୍ପାନୀକୁ ଝଟକା ଲାଗିଛି। ଏହି ସବୁ ଦେଶ ଏକ ଐତିହାସିକ ରାଜିନାମା କରିବାକୁ ଯାଉଛନ୍ତି। ଯାହା ଦ୍ବାରା ଗୁଗଲ, ଆପଲ, ଫେସବୁକ କର୍ପୋରେଟ୍‌ ଟ୍ୟାକ୍ସ ଭରିବେ। ଜି ୭ ଦେଶର ରାଜିନାମା ପରେ ଏହି ସବୁ କମ୍ପାନୀ ୧୫ ପ୍ରତିଶତ କର୍ପୋରେଟ୍ ଟ୍ୟାକ୍ସ ଦେବେ। ଏହି ନୂଆ ଚୁକ୍ତି ଉପରେ ଜି୭ ଦେଶ ଜୁନ ୧୧ ରୁ ୧୩ ମଧ୍ୟରେ କୋର୍ଣ୍ଣବାଲରେ ସ୍ବାକ୍ଷର କରିବେ ବୋଲି ଜଣାପଡ଼ିଛି।

ଜି-୭ ଦେଶଗୁଡିକର ଅର୍ଥ ମନ୍ତ୍ରୀ ଗ୍ଲୋବାଲ ଟ୍ୟାକ୍ସ ସିଷ୍ଟମରେ ସୁଧାର କରିବା ପାଇଁ ଐତିହାସିକ ରାଜିନାମାକୁ ନେଇ ସହମତି ଦେଇଥିବା ଲଣ୍ଡନରେ ହୋଇଥିବା ବୈଠକରେ ଅଧ୍ୟକ୍ଷତା କରିବା ପରେ ବ୍ରିଟେନର ଅର୍ଥ ମନ୍ତ୍ରୀ ଋଷି ସୁନକ କହିଛନ୍ତି  । ତେବେ ଏନେଇ ଗ୍ୟାଜେଟ ୩୬୦ ଡିଗ୍ରୀରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ବ୍ରିଟେନ ଦୀର୍ଘ ଦିନରୁ ଟ୍ୟାକ୍ସରେ ସୁଧାର ଦାବି କରି ଆସୁଥିଲା । ଏଥିରେ ବ୍ରିଟେନ କରଦାତାଙ୍କୁ ଫାଇଦା ମିଳିବ ।

ଏଥିରେ ଏହା ମଧ୍ୟ ସୁନିଶ୍ଚିତ ହେବ ଯେ, ସମସ୍ତ କମ୍ପାନୀ ନିଜ ନିଜର ନିର୍ଦ୍ଧାରିତ କର ପୈଠ କରିବେ । ରାଜିନାମାର ଆହୁରି ମଧ୍ୟ ଉଲ୍ଲେଖ ରହିଛି,  ଟ୍ୟାକ୍ସ ଦେବେ ଏବଂ ପରିବେଶ ଉପରେ ପ୍ରଭାବକୁ ନେଇ ମଧ୍ୟ କମ୍ପାନୀ ନିଜର ଭୂମିକା ସ୍ପଷ୍ଟ କରିବ। ଏହା ସହ ଯଦି ପରିବେଶରେ କିଛି ପ୍ରଭାବ ରହିଛି ଏହାର ପ୍ରତିକାର ଉପରେ ଟିପ୍ପଣୀ କରିବେ କମ୍ପାନୀ। ଏହା ସ୍ପଷ୍ଟ ହେବା ପରେ ନିବେଶକମାନେ ଅନାୟସରେ ନିବେଶ କରିବାରିବେ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.