Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆଇଫୋନ୍ ସର୍ଭିସ ସେଣ୍ଟରରୁ ଛାତ୍ରୀଙ୍କ ନ୍ୟୁଡ୍ ଫଟୋ ଏବଂ ଭିଡିଓ ଲିକ୍: ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଦେବ ଆପଲ୍

13/06/2021 at 3:56 PM

ନୂଆଦିଲ୍ଲୀ ୧୩/୦୬ : ଆଇଫୋନ୍ ନିର୍ମାତା ଆପଲକୁ ନିଜ ସେବା କେନ୍ଦ୍ରର ଦୁଇଜଣ ଅଧିକାରୀଙ୍କ ଭୁଲ ଯୋଗୁଁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଜଣେ ଛାତ୍ରୀ ଆପଲ ସର୍ଭିସ ସେଣ୍ଟରରେ ନିଜ ଆଇଫୋନ ସଜାଡ଼ିବାକୁ ଦେଇଥିଲେ । ସେଠାରେ କାମ କରୁଥିବା ଦୁଇ ଟେକନିସିଆନ ଛାତ୍ରୀଙ୍କ ନ୍ୟୁଡ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲେ । ପେଗାଟ୍ରନ୍ ଦ୍ୱାରା ପରିଚାଳିତ କାଲିଫର୍ନିଆର ଏକ ଆପଲ୍ ସର୍ଭିସ ସେଣ୍ଟରରେ ଏହି ଘଟଣା ଘଟିଛି ।

ସୋସିଆଲ ମିଡ଼ିଆରେ ନ୍ୟୁଡ ଫଟୋ ଓ ଭିଡିଓ ପୋଷ୍ଟ କରିଥିବା ନେଇ ଆପଲକୁ ଲକ୍ଷେ ଡଲାର ଜରିମାନା ଦେବାକୁ ପଡିଛି । ଫୋନ ଠିକ ହେବାପରେ ଦୁଇ ଟେକନିସିଆନ ଛାତ୍ରୀଙ୍କ ଫେସବୁକ ଆକାଉଣ୍ଟରେ ଫୋନରେ ଥିବା ୧୦ଟି ଫଟୋ ‘ଅନଡ୍ରେସର କିଛି ସ୍ଟେପ’ ପୋଷ୍ଟ କରିଥିଲେ । ଏନେଇ ଛାତ୍ରୀଙ୍କୁ ତାଙ୍କ ସାଙ୍ଗମାନେ ଖବର ଦେଇଥିଲେ । ଏହାପରେ ଫେସବୁକରୁ ତାଙ୍କ ଫଟୋ ହଟାଇ ଦିଆଯାଇଥିଲା ।

ଦି ଟେଲିଗ୍ରାଫ୍ ଦ୍ୱାରା ଦେଖାଯାଇଥିବା ଆଇନଗତ ଫାଇଲିଂ ଅନୁଯାୟୀ, ଜରିମାନାର ପ୍ରକୃତ ପରିମାଣ କେତେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହାକୁ ଏକ ‘ମଲ୍ଟିମିଲିୟନ-ଡଲାର’ ପରିମାଣ ବୋଲି କୁହାଯାଇଛି । ମାମଲାରେ ଏକ ଗୋପନୀୟତା ବ୍ୟବସ୍ଥା ଉପରେ ମଧ୍ୟ ସହମତି ପ୍ରକାଶ ପାଇଛି ଯେପରି ବ୍ୟକ୍ତିବିଶେଷଙ୍କୁ ଏହି ବିଷୟରେ ଆଲୋଚନା କରିବାକୁ କିମ୍ବା ଦେୟ ପରିମାଣ ପ୍ରକାଶ କରିବାକୁ ବାରଣ କରାଯାଇଛି ।

ପୀଡିତା କହିଛନ୍ତି ଯେ ଘଟଣା ଯୋଗୁଁ ତାଙ୍କୁ ଗଭୀର ମାନସିକ ଆଘାତ ପହଞ୍ଚିଛି । ଜରିମାନା ରାଶି ସହ ଏକ ବୁଝାମଣା ପାଇଁ ମଧ୍ୟ ସେ ସହମତି ଦେଇଛନ୍ତି । ଘଟଣା ପରେ ଆପଲ ଦ୍ୱାରା ବିସ୍ତୃତ ଯାଞ୍ଚ କରାଯାଇ ଦୁଇ କର୍ମଚାରୀଙ୍କୁ ଚାକିରୀରୁ ବହିସ୍କୃତ କରାଯାଇଛି ।

   Related Posts